GK Q&A: ଜାତୀୟ ପତାକାର 20 ଟି ପ୍ରଶ୍ନ ଓ ଉତ୍ତର, ସଠିକ ଉତ୍ତର ଜାଣିଥିଲେ କୁହନ୍ତୁ

ଏକତା ଅଭାବରୁ ଆମ ମାତୃଭୂମି ଭାରତ ବହୁ ବର୍ଷ ଧରି ଇଂରେଜଙ୍କ କବଳରେ ରହିଥିଲା । ଯାହାଫଳରେ ଦେଶକୁ ସ୍ଵାଧୀନ କରିବା ପାଇଁ ଅନେକ ସ୍ଵାଧୀନତା ସଂଗ୍ରାମୀ ନିଜ ପ୍ରାଣ ମଧ୍ୟ ବଳିଦାନ ଦେଇଥିଲେ । ଶେଷରେ ୧୫ ଅଗଷ୍ଟ ୧୯୪୬ରେ ଆମ ଦେଶ ସ୍ଵାଧୀନ ହୋଇଥିଲା । ତେଣୁ ପ୍ରତିବର୍ଷ ଏହିଦିନ ଆମେ ସ୍ଵାଧୀନତା ପାଳନ କରିବା ସହ ଜାତୀୟ ପତାକା ମଧ୍ୟ ଉଡାଇ ଥାଉ । ତେବେ ଆସନ୍ତୁ ଜାଣିବା ଆମ ଜାତୀୟ ପତାକା ସହ ଜଡିତ କିଛି ପ୍ରଶ୍ନ ଏବଂ ଉତ୍ତର ।

୧- ଆମ ଦେଶ ଭାରତର ଜାତୀୟ ପତାକାର ନାମ କଣ ?

ଉ: ତ୍ରିରଙ୍ଗା ପତାକା

୨- ଜାତୀୟ ପତାକାର ସବୁଠୁ ଉପର ଅଂଶରେ କେଉଁ ରଙ୍ଗ ରହିଛି ?

ଉ: ଗାଢ କମଳା ରଙ୍ଗ

୩- ତ୍ରିରଙ୍ଗା ପତାକାର ମଝି ଅଂଶଟି କେଉଁ ରଙ୍ଗ ?

ଉ: ଧଳା ରଙ୍ଗ

୪- ତ୍ରିରଙ୍ଗା ପତାକାର ତଳ ଅଂଶଟି କେଉଁ ରଙ୍ଗ ?

ଉ: ଗାଢ ଶାଗୁଆ ରଙ୍ଗ

୫- ତ୍ରିରଙ୍ଗା ପତାକାର ଧଳା ଅଂଶର ମଝିରେ କେଉଁ ଚିହ୍ନ ରହିଛି ?

ଉ: ଅଶୋକ ଚକ୍ର

୬- ତ୍ରିରଙ୍ଗା ପତାକାରେ ଥିବା ଅଶୋକ ଚକ୍ର ଚିହ୍ନରେ କେତୋଟି ଅର ରହିଛି ?

ଉ: ୨୪ଟି ଅର ରହିଛି

୭- ତ୍ରିରଙ୍ଗା ପତାକାର ଧଳା ଅଂଶର ମଝିରେ ଥିବା ଅଶୋକ ଚକ୍ରର ରଙ୍ଗ କଣ ?

ଉ: ଗାଢ ନୀଳ ରଙ୍ଗ

୮- ତ୍ରିରଙ୍ଗା ପତାକାରେ ଅଶୋକ ଚକ୍ର ସ୍ଥାପିତ ହେବା ପୂର୍ବରୁ କେଉଁ ଚିହ୍ନ ଥିଲା ?

ଉ: ଅରଟ ବା ଚରଖା ଚିହ୍ନ ଥିଲା

୯- ତ୍ରିରଙ୍ଗା ପତାକାରେ ଅଶୋକ ଚକ୍ର କେବେ ସ୍ଥାପିତ ହୋଇଥିଲା ?

ଉ: ୨୨ ଜୁଲାଇ ୧୯୪୭ ମସିହାରେ

୧୦- ତ୍ରିରଙ୍ଗା ପତାକାର ଉପର ଅଂଶରେ ଥିବା ଗାଢ କମଳା ରଙ୍ଗ କାହାର ପ୍ରତୀକ ?

ଉ: ସାହସ ଓ ତ୍ୟାଗର ପ୍ରତୀକ

୧୧- ତ୍ରିରଙ୍ଗା ପତାକାର ମଝି ଅଂଶରେ ଥିବା ଧଳା ରଙ୍ଗ କାହାର ପ୍ରତୀକ ?

ଉ: ସତ୍ୟ ଓ ଶାନ୍ତିର ପ୍ରତୀକ

୧୨- ତ୍ରିରଙ୍ଗା ପତାକାର ତଳ ଅଂଶରେ ଥିବା ଗାଶ ସବୁଜ ରଙ୍ଗ କାହାର ପ୍ରତୀକ ?

ଉ: ବିଶ୍ବାସ, ସବୁଜିମା ଓ ସମୃଦ୍ଧିର ପ୍ରତୀକ

୧୩- ତ୍ରିରଙ୍ଗା ପତାକାର ମଝି ଅଂଶରେ ଥିବା ଚକ୍ର ଚିହ୍ନଟି କଣ ସୂଚନା ଦିଏ ?

ଉ: ଦେଶର ଅଗ୍ରଗତି, ଉଦାରତା ଏବଂ ବିଶ୍ଵପ୍ରେମର ସୂଚନା ଦିଏ

୧୪- ତ୍ରିରଙ୍ଗା ପତାକା କେବେ ଭାରତର ସମ୍ବିଧାନ ସଭା ଦ୍ଵାରା ଜାତୀୟ ପତାକା ରୂପେ ଗୃହିତ ହୋଇଥିଲା ?

ଉ: ୨୨ ଜୁଲାଇ ୧୯୪୭

୧୫- ତ୍ରିରଙ୍ଗା ପତାକାର ଭାଗ ମାପ କଣ ?

ଉ: ୩:୨ ଅର୍ଥାତ ଲମ୍ବ ତିନି ଭାଗ ହେଲେ ଓସାର ଦୁଇ ଭାଗ

୧୬- ଜାତୀୟ ପତାକାର ଡିଜାଇନ କିଏ କରିଥିଲେ ?

ଉ: ପିଙ୍ଗଳୀ ଭେଙ୍କେୟା

୧୭- ଜାତୀୟ ପତାକା ପାଇଁ କେଉଁ କପଡା ବ୍ୟବହାର କରାଯାଏ ?

ଉ: ଖଦି କପଡା

୧୮- ସର୍ବପ୍ରଥମେ ଜାତୀୟ ପତାକା କେବେ ଓ କେଉଁଠାରେ ଉତ୍ତୋଳନ କରା ଯାଇଥିଲା ?

ଉ: ୭ ଅଗଷ୍ଟ ୧୯୦୬, ପାରସୀ ବାଗାନ୍ କଲିକତାରେ

୧୯- କେଉଁ ଭାରତୀୟ ପ୍ରଥମେ ବିଦେଶ ମାଟିରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ ?

ଉ: ଭିକାଜି ରୁସ୍ତମ କାମା

୨୦- ସାଧାରଣତଃ କେବେତେବେଳେ ପତାକା ଉତ୍ତୋଳନ କରାଯାଏ ?

ଉ: ସୁର୍ଜ୍ୟୋଦୟ ଠାରୁ ସୂର୍ଯ୍ୟାସ୍ତ ମଧ୍ୟରେ

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।