ଆଜିର ରାଶିଫଳ, 13 ଅଗଷ୍ଟ 2022, ଶନିବାର, ଶନିଦେବଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୩ ଅଗଷ୍ଟ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କ ଜୀବନରେ ଖୁସିର ମାହୋଲ ରହିବା । ସମାଜରେ ମାନ ସମାନ ହାସିଲ ହେବ । ନିଜର ଲକ୍ଷ୍ୟ କୁ ଧ୍ୟାନରେ ରଖି ପ୍ରଯତ୍ନ କରନ୍ତୁ ସଫଳତା ମିଳିବ । ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ । ପରିବାରରେ ସୋହାର୍ଦ୍ୟ ର ବାତାବରଣ ରହିବ । କିନ୍ତୁ ନିଜ ଲୋକଙ୍କୁ କଟୁ ବଚନ କୁହନ୍ତୁ ନାହି । କପଡା କାରୋବାର କରୁଥିବା ଜାତକ ଙ୍କୁ କ୍ଷତି ସହିବାକୁ ପଡିପାରେ । କାନ ରେ ଯନ୍ତ୍ରଣା ହେବାରୁ ସମସ୍ଯା ହୋଇପାରେ । ଷ୍ଟକ ମାର୍କେଟ ରେ ଆଜି ଆପଣଙ୍କୁ ସାବଧାନ ରହିବାକୁ ହେବ ।

ବୃଷ ରାଶି : ଦାଂପତ୍ଯ ଜୀବନରେ କିଛି ସମସ୍ଯା ରହିପାରେ । ପ୍ରେମ ପ୍ରସଙ୍ଗରେ ପଡି ପାରନ୍ତି । କୌଣସି କାମକୁ ଦୂସାହସରେ କରନ୍ତୁ ନାହି । କାନୁନି କାମ ପକ୍ଷରେ ରହିବ । ପ୍ରତିଦ୍ଵନ୍ଦୀ ଙ୍କ ଠାରୁ ଯଶ ଓ ସଫଳତା ମିଳିବ । ସନ୍ତାଙ୍କର ସାହାଜ୍ଯ ମିଳିବ । ବଡ କାମ ହାତକୁ ନିଅନ୍ତୁ ନାହି । ବିବାହ କଥା ସ୍ଥିର କରିବା ପୂର୍ବରୁ କିଛି ଦିନ ଅଟକି ଯାଆନ୍ତୁ । ଆଜି ସିନିୟର ମାନେ ଆପଣଙ୍କର ପ୍ରଶଂସା କରିବେ ଏଥିପାଇଁ ଆପଣଙ୍କୁ କାର୍ଯ୍ୟ କରିବାରେ ଊର୍ଜା ମିଳିବ ।

ମିଥୁନ ରାଶି : ଆଜି ଆପଣ ପ୍ରେମୀ କୁ ଦେଇଥିବା କଥା ନିଭାଇବାରେ ସଫଳ ହେବେ । ଆପଣଙ୍କୁ ଆଘାତ ଲାଗିପାରେ । ବିଜନେସ କୁ ନେଇ କୌଣସି ନୂଆ ଯୋଜନା କରି ପାରନ୍ତି । ପରିବାର ସହ ବୁଲିବାକୁ ଯାଇ ପାରନ୍ତି । ପାର୍ଟ ଟାଇମ ଚାକିରି ପାଇଁ ଅଫର ଆସିପାରେ । ବିରୋଧୀ ମାନଙ୍କର ସାମନା କରିବାକୁ ପଡିପାରେ । କେହି ନ ପଚାରିଲେ ପରାମର୍ଶ ଦିଅନ୍ତୁ ନାହି । ଜୀବନ ସାଥିଙ୍କ ସ୍ୱାସ୍ଥ୍ୟ କୁ ନେଇ ଚିନ୍ତାରେ ରହିବେ । ତେଣୁ ତାଙ୍କର ଧ୍ୟାନ ରଖନ୍ତୁ ।

କର୍କଟ ରାଶି : କଳା ଓ ସଂଗୀତ ପ୍ରତି ରୁଚି ବଢିବ । ନିଜ ପାଇଁ ଅଯଥା ଖର୍ଚ୍ଚ କରନ୍ତୁ ନାହି । କୌଣସି ଭଲ ଖବର ଆପଣଙ୍କୁ ମିଳିପାରେ । ସନ୍ତାନ ସୁଖ ମିଳିବ । ଆଜି ଆପଣଙ୍କର ଯୋଜନା ସଫଳ ହେବ । କାହାର ପରାମର୍ଶ ନେଇ ପଇସା ନିବେଶ କରନ୍ତୁ । କିଛି କାମରେ ବାଧା ଆସିପାରେ । ଆପଣଙ୍କୁ କୌଣସି କାମରେ ସଫଳତା ବି ମିଳିପାରେ । କିନ୍ତୁ ସ୍ୱାସ୍ଥ୍ୟ ରେ କିଛି ସମସ୍ଯା ଆସିପାରେ । ସ୍ୱାସ୍ଥ୍ୟ କୁ ନେଇ ସଚେତନ ରୁହନ୍ତୁ । ଅଚାନକ ଧନ ଲାଭ ହେବ ।

ସିଂହ ରାଶି : ଆଜି ମାନସିକ ଚିନ୍ତା କାରଣରୁ ସ୍ୱାସ୍ଥ୍ୟ ଅସ୍ଥିର ରହିବ । ଆରାମ କରିବା ପାଇଁ ପର୍ଯ୍ୟାପ୍ତ ସମୟ ନିଅନ୍ତୁ । ରାଜ୍ୟ ମାନ ପ୍ରତିଷ୍ଠା ରେ ବୃଦ୍ଧି ହେବ । ତରବର ହୋଇ ନ ଭାବୁକତାରେ ନେଇଥିବା ନିସ୍ପତି ଆଗକୁ ଯାଇ ଆପଣଙ୍କ ପାଇଁ ସମସ୍ଯା ଆଣିପାରେ । କୌଣସି ନିସ୍ପତି ନେବା ପୂର୍ବରୁ ଭଲ ଭାବେ ବିଚାର କରନ୍ତୁ । ଯଦି ଆପଣ ନିଜର ବ୍ୟକ୍ତିଗତ ଭାବନା ଙ୍କୁ ପ୍ରିୟ ଲୋକଙ୍କ ସହ ବାଣ୍ଟିବେ ତେବେ ଆପଣଙ୍କ ମନ ହାଲକା ହୋଇଯିବ । ଏହା ସହ ଆପଣ ନିଜକୁ ଭଲ ଅନୁଭବ କରିବେ । 

କନ୍ୟା ରାଶି : ଆଜି ପ୍ରେମୀ ବା ବନ୍ଧୁ ଙ୍କ ବ୍ୟବହାର ଆପଣଙ୍କ ପାଇଁ ଲାଗ ରହିପାରେ । ଆଜି ଆପଣଙ୍କୁ ସେହି କାମ ପୁରା ହୋଇପାରେ ଯାହା ଅନେକ ଦିନରୁ ଅଧୁରା ରହିଛି । ବ୍ୟସ୍ତତା ଅଧିକ ରହିବ । ବ୍ୟର୍ଥ ବ୍ୟୟ ରୁ ବଞ୍ଚିତ ରୁହନ୍ତୁ । ପ୍ରିୟ ଓ ଯୋଗ୍ୟ ବ୍ୟକ୍ତି ଙ୍କ ସାକ୍ଷାତରେ ମନୋବଳ ବଢିବ । ଆପଣଙ୍କର ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ଆପଣଙ୍କୁ ସମାଜରେ ସମସ୍ତଙ୍କ ସହ ଭଲ ବ୍ୟବହାର କରବାକୁ ପଡିବ । ପାରିବାରିକ ଜୀବନରେ ସୁଖ ଶାନ୍ତି ବଜାୟ ରହିବ । ସନ୍ଧ୍ଯାରେ ବାହନ ଚଳାଇବା ସମୟରେ ସତର୍କ ରୁହନ୍ତୁ ।

ତୁଳା ରାଶି : ଆଜି ଆପଣଙ୍କୁ ରାଜକୀୟ ସମ୍ମାନ ମିଳିପାରେ । ଚାକିରି କରିଥିବା ଜାତକ ନୂଆ ଜୋସ ସହକାରେ ପୁରୁଣା କମ ପ୍ରତି ଧ୍ୟାନ ଦେବେ । ବ୍ୟାପାରୀ ମାନେ ଅଳ୍ପ ସାବଧାନ ରୁହନ୍ତୁ । ଚିନ୍ତା କାରଣରୁ ଘରର ସ୍ଥିତି ବିଗିଡି ଯାଇପାରେ । କୌଣସି ଆୟୋଜନରେ ଯିବା  ପାଇଁ ଯାତ୍ରା କରିବାକୁ ପଡିପାରେ । ଅନେକ ସାରା ସମସ୍ୟାର ସାମାଧାନ କରି ପାରନ୍ତି । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ସ୍ଵାସ୍ଥ୍ୟରେ ଛୋଟ ମୋଟ ସମସ୍ଯା ହୋଇପାରେ ।

ବିଛା ରାଶି : ବିଦ୍ୟାର୍ଥୀ ଙ୍କୁ ମେହନତ କରିଲେ କିଛି ପରିଣାମ ମିଳିବ । ଆପଣଙ୍କର କଟୁ କଥା ଅନ୍ୟ ମାନଙ୍କୁ ଦୁଖ ଦେଇପାରେ ତେଣୁ କମ କଥା କୁହନ୍ତୁ । ସମ୍ପତି ଡିଲ କରୁଥିଲେ କାନୁନି ମାମଲାରେ ଫସି ପାରନ୍ତି । ଆପଣ କିଛି ବି କହିବା ଆଗରୁ ବିଚାର କରି ଦିଅନ୍ତୁ । ଆପଣଙ୍କର ନେଗେଟିଭ ବିଚାର ଆପଣଙ୍କ ପାଇଁ ସମସ୍ଯା ସୃଷ୍ଟି କରିପାରେ ତେଣୁ ସତର୍କ ରୁହନ୍ତୁ । ଅଫିସରେ ଅଯଥା ରୁଳ ନିୟମ କରନ୍ତୁ ନାହି । ଆପଣଙ୍କ ପକ୍ଷ ରେ ବିରୋଧ ହୋଇପାରେ ।

ଧନୁ ରାଶି : ସନ୍ତାନ ପକ୍ଷ ଙ୍କ ଠାରୁ ଭଲ ଖବର ମିଳିପାରେ । ନିଜର ଭିତର ଶକ୍ତିକୁ ଜାଣିବାକୁ ଚେଷ୍ଟା କରନ୍ତୁ । ରୋଜଗାର ଦିଶାରେ ଯେଉଁ ଲୋକ କାର୍ଯ୍ୟରତ ଅଛନ୍ତି ଆଜି ସେମାନଙ୍କୁ ଶୁଭ ସୂଚନା ପ୍ରାପ୍ତ ହେବ । ଯାହା ଦ୍ଵାରା ଆର୍ଥିକ ସ୍ଥିତି ମଜବୁତ ହେବ ଓ ମାନ ସମ୍ମାନରେ ପ୍ରତିଷ୍ଠା ହେବ । ଶିକ୍ଷା ପ୍ରତିଯୋଗୀତା ପାଇଁ ସମୟ ଅନୁକୂଳ ନୁହେଁ । ଅଯଥା ଚିନ୍ତା ଓ ଭୟ ମନରେ ରହିବ । ଚାକିରି ରେ ସ୍ଥାନ ପରିବର୍ତ୍ତନ ହୋଇପାରେ । ବନ୍ଧୁ ମାନଙ୍କ ସହ ଆପଣଙ୍କର ଭେଟ ହୋଇପାରେ । ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ରହିବ ।

ମକର ରାଶି : ଆଜି କୌଣସି କାମରେ ମାତା ପିତା ଙ୍କ ପରାମର୍ଶ ଆପଣଙ୍କ ପାଇଁ ଫାଇଦା ସାବ୍ୟସ୍ତ ହୋଇଆରେ । ବ୍ୟାପାରୀ ଙ୍କୁ ବ୍ୟାପାର ରେ ବହୁତ ବଡ ସଫଳତା ହାସିଲ ହେବାର ଅଛି । ଆଜି ଆପଣଙ୍କୁ କୌଣସି ଯାତ୍ରା କରିବାକୁ ପଡିପାରେ । କିନ୍ତୁ ଯଦି ଯାତ୍ରା କରିବାକୁ ଯିବେ ତେବେ ସତର୍କ ରୁହନ୍ତୁ କାରଣ ଆପଣଙ୍କର ପ୍ରିୟ ବା ମୂଲ୍ୟବାନ ବସ୍ତୁ ଜାଣିବାର ସମ୍ଭାବନା ରହିଛି । କୌଣସି ଖାସ କାମ ପୁରା ହେବାର ଆଶା ରହିଛି । ଆଜି ତାହା ପୂରଣ ନ ହେଲେ ଚିନ୍ତା କରନ୍ତୁ ନାହି ।

କୁମ୍ଭ ରାଶି : ବ୍ୟାପାରରେ କୌଣସି ନୂଆ ପ୍ରୋଜେକ୍ଟ ଉପରେ କାର୍ଯ୍ୟ ଆରମ୍ଭ କରିବେ । ଯଦି ଆପଣଙ୍କର ପଢା ଶେଷ ହୋଇ ସାରିଛି ଓ ଆପଣ ଚାକିରି ସନ୍ଧାନରେ ଅଛନ୍ତି ତେବେ ଆଜି ଦିନରେ ଆପଣଙ୍କୁ ଭଲ ଖବର ମିଳିପାରେ । ଯଦି ପୈତୃକ ସମ୍ପତି ରେ କୌଣସି ମାମଲାରେ ଲମ୍ବା ସମୟରୁ ଲାଗି ରହିଛି ତେବେ ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ନିଜର ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ । ଚାକିରିରେ ସଫଳ ରହିବେ । ଜୀବନ ସାଥିଙ୍କ ସହ ସମ୍ପର୍କରେ ତାଳମେଳ ଭଲ ରହିବ ।

ମୀନ ରାଶି : ଆଜି ଅବିବାହିତ ଙ୍କୁ ବିବାହର ପ୍ରସ୍ତାବ ମିଳିପାରେ । ଆଳସ୍ୟ ତ୍ୟାଗ କରନ୍ତୁ ନିଜର ମହତ୍ଵ ପୂର୍ଣ୍ଣ କାମ ଉପରେ ଫୋକସ କରନ୍ତୁ । ନଚେତ ଆଜି ଆପଣ କିଛି ଅଧୁରା କାମ ଅଟକି ରହିପାରେ । କ୍ରୋଧ ଉପରେ ସଂଯମ ରଖନ୍ତୁ । ଶୁଣିଥିବା କଥା ରେ ଭରସା କରନ୍ତୁ ନାହି । ପରିବାର ସହ ଆନନ୍ଦ ର ସମୟ ବ୍ଯତୀତ କରିବେ । ଯଦି ଆପଣ ବିବାହିତା ତେବେ ଜୀବନ ସାଥିଙ୍କ ସହ ଆପଣଙ୍କୁ ବୁଲିବାର ଅବସର ମିଳିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।