ଜସପ୍ରିତ ବୁମରା କହିଲେ, ଡେବ୍ୟୁ କରିବା ପୂର୍ବରୁ ଧୋନୀ ଦେଇଥିଲେ ଏହି ଆଡଭାଇସ

୨୦୧୬ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚଟି ମ୍ୟାଚ ବିଶିଷ୍ଟ ୱାନଡେ ସିରିଜ ଖେଳା ଯାଇଥିଲା । ଏହି ୱାନଡେ ସିରିଜକୁ ଭାରତ ପ୍ରଥମରୁ ହିଁ ହରେଈ ଦେଇଥିଲା । ପଞ୍ଚମ ମ୍ୟାଚଟି କେବଳ ଭାରତ ନିଜ ସମ୍ମାନ ରଖିବା ପାଇଁ ଖେଳିଥିଲା । ଏହି ମ୍ୟାଚ ହେବା ପୂର୍ବରୁ ଭୁବନେଶ୍ଵର କୁମାରଙ୍କୁ ଆଘାତ ଲାଗିଥିଲା । ଯାହାଫଳରେ ଜସପ୍ରିତ ବୁମ୍ରାହଙ୍କୁ ଡେବ୍ୟୁ କରିବାର ମଉକା ମିଳିଯାଇଥିଲା । ଏହି କିଛି ଦିନ ତଳେ ବୁମ୍ରାହ ଏକ ‘ସ୍ପାଇସୀ ପିଚ’ନାମକ ଏକ ଚାଟ ଶୋ କୁ ଆସିଥିଲେ ଓ ସେ ସେଥିରେ ତାଙ୍କ ଡେବ୍ୟୁ ଓ ଧୋନୀଙ୍କ ଆଡଭାଇସ ବିଷୟରେ କହିଥିଲେ । ତେବେ ଆସନ୍ତୁ ଜାଣିବା ଧୋନୀଙ୍କର ଏହି ଆଡଭାଇସ ବିଷୟରେ ।


ଘରୋଇ କ୍ରିକେଟରେ ଗୁଜୁରାଟର ଏହି ଦ୍ରୁତ ବୋଲର ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ସେହି ସମୟରେ ବୁମରାହଙ୍କ ପାଖରେ ଅନ୍ତଃରାଷ୍ଟ୍ରୀୟ କ୍ରିକେଟ ଟିମରେ ନିଜ ସ୍ଥାନ ନିରୂପଣ କରିବାର ମଉକା ଥିଲା । ବୁମରାହ ୧୦ ଓଭରରେ ୪୦ ରନ ଦେଇ ଗୋଟେ ୱିକେଟ ନେଇଥିଲେ । ଏହାପରେ ଭାରତୀୟ କ୍ରିକେଟ ଟିମରେ ସେ ନିଜର ଜାଗା ବନେଇଥିଲେ । ବର୍ତ୍ତମାନ ଏହି ବୋଲର ତିନୋଟି ଫର୍ମାଟରେ ଭାରତର ପ୍ରତିନିଧିତ୍ଵ କରୁଛନ୍ତି ।


କ୍ରିକିବଜ ଶୋ ସମୟରେ ଜସପ୍ରିତ ବୁମରାହ ଧୋନୀଙ୍କ ଆଡଭାଇସ ବିଷୟରେ କହିଥିଲେ । ବୁମରାହ କହିଥିଲେ, ‘ସେହି ସମୟରେ ମୋ ପାଖକୁ କେହି ଆସିଲେ ନାହିଁ । ମୋତେ କେହି କିଛି କହିଲେ ନାହିଁ, ହେଲେ ଧୋନୀ ମୋ ପାଖକୁ ଆସି ମୋତେ କହିଲେ, ତୁମେ ଯେମିତି ଅଛ ସେମିତି ହିଁ ରୁହ ଓ ନିଜ ଗେମକୁ ଏଞ୍ଜଏ କରନ୍ତୁ’ । ସେବେଠାରୁ ବୁମରାହ ୧୩ ଟି ଟେଷ୍ଟ ୬୪ ଟି ୱାନଡେ ଓ ୫୦ଟି ଟି୨୦ ମ୍ୟାଚ ଖେଳିଛନ୍ତି । ନିଜ ଛୋଟ କ୍ୟାରିୟରରେ ୨୬ ବର୍ଷୀୟ ଏହି ବୋଲର ୨୨୬ଟି ୱିକେଟ ନେଇସାରିଛନ୍ତି । ଏଥିରେ ଟେଷ୍ଟରେ ନିଆ ଯାଇଥିବା ହାଟ୍ରିକ ମଧ୍ୟ ସାମିଲ ଅଛି ।

ଇଂଲଣ୍ଡ ଓ ବେଲ୍ସରେ ହୋଇଥିବା ୨୦୧୯ ର ବିଶ୍ଵକପରେ ସେ ସବୁଠାରୁ ଅଧିକ ୱିକେଟ ନେଇଥିଲେ । ବର୍ତ୍ତମାନ ବୁମରାହ ନ୍ୟୁଜିଲ୍ୟାଣ୍ଡ ବିରୁଦ୍ଧରେ ଭାରତୀୟ ଟିମରେ ସାମିଲ ଅଛନ୍ତି । ପ୍ରଥମ ଟେଷ୍ଟରେ ଭାରତ ୧୦ ଟି ୱିକେଟରେ ହାରିଯାଇଛି । ବିଶ୍ଵକପ ସେମିଫାଇନାଲରେ ନ୍ୟୁଜଲ୍ୟାଣ୍ଡର ହାର ପରେ ମହେନ୍ଦ୍ର ସିଂହ ଧୋନୀ ଟିମରୁ ବାହାରି ଯାଇଛନ୍ତି । ଧୋନୀ ୨୦୨୦ର ଆଇପିଏଲରେ ମଇଦାନକୁ ଆସିବେ ।