ଏହି ୫ ଟି ଜିନିଷ ଆପଣଙ୍କ ବ୍ଲାକହେଡ୍ସ କୁ କରିଦେବ ଛୁ ମନ୍ତର, ଆଖିତଳର କଳାଦାଗ ପାଇଁ ବହୁତ ଉପକାରୀ ଏହି ଉପାୟ

ସମୟ ସହିତ ସ୍କିନର ସମସ୍ୟାକୁ ଯଦି ଦୂର କରା ନଯିବ, ତେବେ ଏହି ସମସ୍ୟା ଅଧିକ ବଢିଯିବ । ଅଧିକାଂଶ ଲୋକଙ୍କର ବ୍ଲାକ ହେଡ୍ସର ସମସ୍ୟା ରହିଛି । ଏହି ବ୍ଲାକ ହେଡ୍ସ ସମୟ କ୍ରମେ ଚେହେରାରେ ବଢିଥାଏ । ଏହାକୁ ଦୂର କରିବା ପାଇଁ ଲୋକମାନେ ବହୁତ ଟଙ୍କା ଖର୍ଚ୍ଚ କରନ୍ତି । ଲୋକମାନେ ମାର୍କେଟରୁ କେତେକ ଫେସ କ୍ରିମ ଓ ଫେସ ୱାସ କିଣି ନିଜ ଚେହେରାରେ ଆପ୍ଳାଏ କରନ୍ତି ।

ହେଲେ ଏହି ସବୁ କ୍ରିମରେ କେମିକାଲ ରହିଥାଏ, ଯାହା ଚେହେରାକୁ ଅଧିକ ଖରାପ କରିଥାଏ । ସେଥିପାଇଁ ଆଜି ଆମେ ଆପଣମାନଙ୍କୁ ଏମିତି ଏକ ଘରୋଇ ଉପାୟ କହିବୁ ଯାହାକୁ ଆପଣ ସଠିକ ଭାବରେ କଲେ ଏହି ବ୍ଲାକ ହେଡ୍ସ ସମସ୍ୟାକୁ ଦୂର କରିପାରିବେ, ତେବେ ଆସନ୍ତୁ ଜାଣିବା ଏହି ଘରୋଇ ଉପାୟ ବିଷୟରେ ।


ଲେମ୍ବୁରେ ବହୁତ ପୋଷକ ତତ୍ଵ ରହିଥାଏ, ଯାହା ଆପଣଙ୍କ ସ୍କିନ ପାଇଁ ବହୁତ ଜରୁରୀ ଅଟେ । ଲେମ୍ବୁକୁ ସ୍ୱାସ୍ଥ୍ୟ ସହ ସ୍କିନ ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ । ଲେମ୍ବୁରେ ଥିବା ସାଇଟ୍ରିକ ଏସିଡ ଆପଣଙ୍କ ସ୍କିନ ପାଇଁ ବହୁତ ଲାଭ ଦାୟକ ହୋଇଥାଏ । ତେଣୁ ଆପଣ ଯଦି ଲେମ୍ବୁ ରସକୁ ନିଜ ଚେହେରାରେ ହାଲ୍କା ମସାଜ କରିବେ, ତେବେ ଆପଣଙ୍କ ବ୍ଲାକ ହେଡ୍ସ ବହୁତ ଶୀଘ୍ର ଦୂର ହୋଇଯିବ ।

ଗ୍ରୀନ ଟି ଓଜନକୁ କମାଇବା ସହ ସ୍କିନ ପାଇଁ ମଧ୍ୟ ବହୁତ ଭଲ ଅଟେ । ଗ୍ରୀନ ଟି ରେ ଭିଟାମିନ୍ସ ଓ ଆଣ୍ଟି ଅକ୍ସିଡେଣ୍ଟ ରହିଥାଏ । ଏହା ଦ୍ଵାରା ଆପଣଙ୍କ ବ୍ଲାକ ହେଡ୍ସ ଦୂର ହୋଇଥାଏ । ତେଣୁ ବ୍ଲାକ ହେଡ୍ସ ଦୂର କରିବା ପାଇଁ ଗ୍ରୀନ ଟି ର ବ୍ୟବହାର କରନ୍ତୁ ।


ମହୂ ଓ କ୍ଷୀର ଏହି ଦୁଇଟି ଦ୍ରବ୍ୟରେ ବହୁତ ପୋଷକ ତତ୍ଵ ରହିଥାଏ । ଗୋଟେ ଚାମଚ କ୍ଷୀର ସହ ମହୂକୁ ଭଲ ଭାବରେ ମିଶାନ୍ତୁ ଓ ଏହି ପେଷ୍ଟକୁ ନିଜ ଆଖି ତଳେ ଲଗାନ୍ତୁ । ଏହା ଦ୍ଵାରା ଆପଣଙ୍କ ବ୍ଲାକ ହେଡ୍ସ ବହୁତ ଶୀଘ୍ର ଦୂର ହେଇଯିବ ।


ଏହା ଛଡା ମହୂ ସହ ଡାଲଚିନିର ପାଉଡର ମିଶାଇ ଆପଣ ନିଜ ଆଖି ତଳେ ଲଗାଇ ପାରିବେ । ଡାଲଚିନି ଆପଣଙ୍କ ବ୍ଲାକ ହେଡ୍ସକୁ ଦୂର କରିବା ପାଇଁ ବହୁତ ସହାୟତା ହୋଇଥାଏ । ଏହା ସ୍ୱାସ୍ଥ୍ୟ ଓ ସ୍କିନ ଉଭୟ ପାଇଁ ଭଲ । ଏହି ସବୁ ଉପାୟକୁ ଭଲ ଭାବରେ ବ୍ୟବହାର କରି ନିଜ ବ୍ଲାକ ହେଡ୍ସକୁ ଦୂର କରିପାରିବେ ।