ଜାପାନ ସ୍କୁଲର କଡା ନିୟମ, ଜାଣିଲେ ଆପଣଙ୍କ ହୋସ ଉଡିଯିବ

ଯଦି ଆପଣ ଦୁନିଆର ସବୁଠୁ କଡା ନିୟମ ପାଳନ ଓ ଅଜବ ଦେଶ ବିଷୟରେ କହିବେ ତେବେ ସେହି ଲିସ୍ଟରେ ପ୍ରଥମ ନାମ ନର୍ଥ କୋରିୟାର ହିଁ ଆସିବ । ସେହି ଦେଶର ଲୋକମାନେ ରହିବା, ପିନ୍ଧିବା, ଖାଇବା ପିଇବା ଇତ୍ୟାଦି ସବୁ କାମ ଅନ୍ୟ ଦେଶ ଠାରୁ ଭିନ୍ନ ଅଟେ । ଏମାନେ ନିଜର ସରକାର ନିୟମ ଅନୁସାରେ ହିଁ ଚାଲିଥାନ୍ତି । କିନ୍ତୁ ନର୍ଥ କୋରିୟା ଛଡା ଅନ୍ୟ କେତେକ ଦେଶରେ ବି ଅଦ୍ଭୁତ ନିୟମ ଅଛି ।

ଯେଉଁଥିରେ ଜାପାନ ଓ ଚାଇନା ଦେଶର ନାମ ବି ଆସିଥାଏ । ଏମିତିରେ ଆଜି ଆମେ ଆପଣଙ୍କୁ ଜାପାନର କିଛି ସ୍କୁଲ ନିୟମ ବିଷୟରେ କହିବାକୁ ଯାଉଛୁ । ଯାହା ଆପଣଙ୍କ ମସ୍ତିଷ୍କକୁ ଖରାପ କରିଦେବ ।

କେଶ କିପରି କୁଣ୍ଡାଇବେ

ଜାପାନର ସ୍କୁଲ ବିଷୟରେ କହିବା ତେବେ ଏଠି କେଶ କୁଣ୍ଡାଇବାକୁ ନେଇ ବି କିଛି କଡା ନିୟମ ଅଛି । ଯେମିତି କି ଛାତ୍ରମାନଙ୍କୁ ନିଜର କାନ ପର୍ଯ୍ୟନ୍ତ କେଶକୁ ଛୋଟ କରିବାକୁ ପଡିଥାଏ । ଏହା ସହିତ ସେମାନେ କେଶକୁ କୌଣସି ପ୍ରକାରର ଷ୍ଟାଇଲରେ କାଟି ପାରିବେ ନାହିଁ ଓ ନା ହିଁ କୌଣସି ପ୍ରକାରର ଜିନିଷ ଲଗାଇ ପାରିବେ । କିନ୍ତୁ ଝିଅ ମାନେ କେଶକୁ ଯେମିତି ଇଚ୍ଛା କାଟି ପାରିବେ ।

କିନ୍ତୁ ଅଧିକ ଷ୍ଟାଇଲ କରି ପାରିବେ ନାହିଁ । ଏହା ସହିତ ଝିଅମାନେ କୌଣସି ପ୍ରକାରର ମେକଅପ କିମ୍ବା କସମେଟିକ ଜିନିଷ ବି ବ୍ୟବହାର କରିପାରିବେ ନାହିଁ । ଏଥିରୁ ଜଣା ପଡୁଛି କି ଜାପାନର ସ୍କୁଲରେ ପିଲାମାନଙ୍କୁ ଅନୁଶାସନରେ ରହିବାକୁ ବହୁତ ଜୋର ଦିଆଯାଏ ।

ସମ୍ପର୍କକୁ ନେଇ ନିୟମ

ଯେତେବେଳେ କଥା ସମ୍ବନ୍ଧକୁ ନେଇ ଆସେ, ତେବେ ସବୁ ଜାଗାରେ ଏହାକୁ ନେଇ କଡା ନିୟମ ହୋଇଥାଏ । କାରଣ ସ୍କୁଲରେ ପିଲାମାନେ ଛୋଟ ଥାଆନ୍ତି, ସେଥିପାଇଁ ତାଙ୍କର ସମ୍ବନ୍ଧକୁ କେହି ବି ମାନନ୍ତି ନାହିଁ । କେହି ଜାଣି ଦେଲେ ବି କିଛି ଫରକ ପଡେ ନାହିଁ । କିନ୍ତୁ ଜାପାନରେ ସ୍କୁଲ ରିଲେଶନସିପ ପୂରାପୂରି ବ୍ୟାନ ଅଟେ । କାରଣ ସେଠିକାର ସରକାର ଏହା ଚାହାନ୍ତି ନାହିଁ କି ସ୍କୁଲରେ ପିଲାମାନେ ପାଠ ପଢା ସମୟରେ ରିଲେସନସିପରେ ଆସି ଖରାପ ହୋଇ ଯାଆନ୍ତୁ ।

ସେଥିପାଇଁ ସେଠିକାର ସରକାର ଏହାକୁ ବ୍ୟାନ କରିଛନ୍ତି । ଏମିତିରେ ଯଦି କେହି ରିଲେସନସିପକୁ ନେଇ ଧରା ପଡନ୍ତି ତେବେ ତାଙ୍କୁ ବହୁତ ବଡ ଦଣ୍ଡ ଭୋଗିବାକୁ ପଡିଥାଏ ।

ସ୍କୁଲର ଟିଫିନ

ପିଲାମାନେ ସ୍କୁଲର ଖାଇବା ଛୁଟି ସମୟରେ ଅଧିକ ଖୁସି ହୋଇଥାନ୍ତି । କାରଣ ସେମାନେ ସମସ୍ତଙ୍କ ସହ ଟିଫିନ ଖାଇବା ପାଇଁ ବହୁତ ଖୁସି ଥାନ୍ତି । କିନ୍ତୁ ଜାପନରେ ନିୟମ ସବୁଠୁ ଅଲଗା ଅଟେ । ସେଠି ସମସ୍ତଙ୍କୁ ଗୋଟିଏ ପ୍ରକାରର ଖାଦ୍ୟ ମିଳିଥାଏ । ଯାହାକୁ ସମସ୍ତେ କହିବାକୁ ବାଧ୍ୟ । ପିଲାମାନଙ୍କୁ ଲଞ୍ଚ ସମୟରେ ଭାତ, ସୁପ ଓ ମାଛ ଦିଆଯାଏ । ଯଦି ତାଙ୍କ ମଧ୍ୟରୁ କେହି ଖାଇବାକୁ ମନା କରି ଦିଅନ୍ତି ତେବେ ସେମାନଙ୍କୁ ଦଣ୍ଡ ଦିଆଯାଏ ।

ସଫା କରିବାର କାମ

ସବୁ ସ୍କୁଲରେ ସଫେଇ କର୍ମଚାରୀ ଥାନ୍ତି ଓ ଛୁଟି ହେଲା ପରେ ସେମାନେ ପୁରା ସ୍କୁଲକୁ ସଫା କରିଥାନ୍ତି । ଯାହା ଦ୍ଵାରା ଆସନ୍ତା ଦିନ ପିଲାମାନେ ସଫା ସୁତାର ଜାଗାରେ ପଢି ପାରିବେ । କିନ୍ତୁ ଜାପାନର ସ୍କୁଲ ଗୁଡିକରେ ପିଲାମାନେ ନିଜେ ନିଜର ଶ୍ରେଣୀଗୃହର ସଫା କରନ୍ତି । ଅନ୍ୟ ଏକ ଇଣ୍ଟରେଷ୍ଟିଙ୍ଗ କଥା ହେଉଛି ତାଙ୍କ ସାଙ୍ଗରେ ଶିକ୍ଷକମାନେ ମଧ୍ୟ ସାହାର୍ଯ୍ୟ କରିଥାନ୍ତି ।

ଯେଉଁ କାରଣରୁ ସେମାନଙ୍କୁ କେବଳ ନିଜର ଶ୍ରେଣୀ ଗୃହର ନୁହେଁ ଅଥବା ପୁରା ସ୍କୁଲକୁ ସଫା କରିବାକୁ ପଡିଥାଏ । ଏହା ଦ୍ଵାରା ପିଲାମାନେ ସ୍ବଚ୍ଛତା ପ୍ରତି ଧ୍ୟାନ ରଖିବେ । ସେମାନଙ୍କୁ ଜୀବନରେ କୌଣସି ପ୍ରକାରର ଅସୁବିଧା ହେବ ନାହିଁ ।

ନିଜର ସୁରକ୍ଷା

ନିଜର ରକ୍ଷା ପାଇଁ ବର୍ତ୍ତମାନ ସବୁ ସ୍କୁଲମାନଙ୍କରେ ଟ୍ରେନିଙ୍ଗ ଦିଆ ଯାଉଛି । କିନ୍ତୁ ଜାପାନ ସ୍କୁଲରେ ଏହା ବହୁତ ପୂର୍ବରୁ ଆରମ୍ଭ ହୋଇ ଯାଇଥିଲା । ଯାହା ଦ୍ଵାରା ସେମାନଙ୍କ ଜୀବନରେ କୌଣସି ପ୍ରକାରର ଅସୁବିଧା ଆସିଲେ ସେମାନେ ନିଜେ ନିଜର ରକ୍ଷା କରି ପାରିବେ । ଏଠିକାର ଶିକ୍ଷକମାନେ ହିଁ ଏହି ଶିକ୍ଷା ଦେଇଥାନ୍ତି ।

ଯେତେବେଳେ ପିଲାମାନଙ୍କ ଛୁଟି କଥା ଆସେ ତେବେ ସବୁ ପିଲାମାନେ ବହୁତ ଖୁସି ହୋଇ ଯାଆନ୍ତି । କିନ୍ତୁ ଜାପାନର କିଛି ନିୟମ ଅଲଗା ଅଟେ । ଏଠିକାର ପିଲାମାନଙ୍କୁ ଗୋଟିଏ ବର୍ଷର ଶିକ୍ଷା ସମାପ୍ତ ପରେ କେବଳ ୫ ସପ୍ତାହ ହିଁ ଛୁଟି ମିଳିଥାଏ ଓ ସେହି ଛୁଟିରେ ବି ତାଙ୍କୁ କିଛି କାର୍ଯ୍ୟ ଦିଆଯାଏ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।