ପ୍ରଧାନମନ୍ତ୍ରୀ ମୋଦୀଙ୍କ ଘର କୌଣସି ରାଜ ମହଲ ଠାରୁ କମ ନୁହେଁ, ଦେଖନ୍ତୁ ଭିତରୁ କେମିତି ଦେଖାଯାଇଥାଏ

ଆଜି ଆମେ ଆପଣଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ଘରର ଓ ଘରେ ଥିବା ଏକ ସୁଡଙ୍ଗ ବିଷୟରେ କହିବାକୁ ଯାଉଛୁ । ନରେନ୍ଦ୍ର ମୋଦୀଙ୍କ ଘର ଗୋଟିଏ ବଙ୍ଗଳା ନୁହେଁ କହିବାକୁ ଗଲେ ଏହା ବହୁତ ବଙ୍ଗଳାର ସମୂହ ଅଟେ । ଏଠି ୬ଟି ବଙ୍ଗଳା ଅଛି । ଯେଉଁ ସ୍ଥାନକୁ ୭ ରେସକୋର୍ସ ରୋଡ କୁହାଯାଉଥିଲା । କିନ୍ତୁ ବର୍ତ୍ତମାନ ସେହି ସ୍ଥାନକୁ ୭ ଲୋକକଲ୍ୟାଣ ମାର୍ଗ ମଧ୍ୟ କୁହାଯାଏ ।

ନରେନ୍ଦ୍ର ମୋଦୀ ଭାରତର ଏକମାତ୍ର ପ୍ରଧାନମନ୍ତ୍ରୀ ଅଟନ୍ତି ଯିଏ ନିଜ ଘରେ ଏକୁଟିଆ ରୁହନ୍ତି । ପରିବାରର କୋଣସି ବ୍ୟକ୍ତି ତାଙ୍କ ସହ ରୁହନ୍ତି ନାହିଁ । କହିବାକୁ ଗଲେ ତାଙ୍କ ମା ଏହି ସ୍ଥାନକୁ କେବେ କେବେ ଆସିଛନ୍ତି । କିନ୍ତୁ ସେ କେବେ ବି ଅଧିକ ସମୟ ପାଇଁ ଏଠି ରହି ନାହାନ୍ତି ।

ଏହା ପୂର୍ବରୁ ଯେଉଁ ବ୍ୟକ୍ତି ଭାରତର ପ୍ରଧାନମନ୍ତ୍ରୀ ହୋଇଛନ୍ତି, ତାଙ୍କ ସହ କେହି ନା କେହି ନିଶ୍ଚିତ ରହିଛନ୍ତି । ଗାନ୍ଧୀଙ୍କ ପରିବାରର କଥା କହିବା ତ ତାଙ୍କର ପୁରା ପରିବାର ଏଠି ରହୁଥିଲେ । ଲୋକକଲ୍ୟାଣ ମାର୍ଗ ୧୨ ଏକର ମଧ୍ୟରେ ଅବସ୍ଥିତ ଓ ଏଠି ୬ଟି ବଙ୍ଗଳା ଅଛି । ଯାହାଙ୍କ ନମ୍ବର ଗୋଟିଏ ଛାଡି ଗୋଟିଏ ଅଛି । ଯେମିତି କି ବଙ୍ଗଳା ନମ୍ବର ୧, ୩, ୫, ୭, ୯, ୧୧ ଅଟେ । ଏହି ସ୍ଥାନରେ ପ୍ରଥମେ ରାଜୀବ ଗାନ୍ଧୀ ରହିବା ପାଇଁ ଆସିଥିଲେ ।

କିନ୍ତୁ ପୂର୍ବରୁ ଭାରତର ସବୁ ପ୍ରଧାନମନ୍ତ୍ରୀ ଭାରତର ଅନ୍ୟ କେତେକ ସ୍ଥାନରେ ରହୁଥିଲେ । ତାଙ୍କ ମଧ୍ୟରୁ ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ ପଣ୍ଡିତ ଜବାହାର ଲାଲା ନେହେରୁ ତ୍ରିମୃତି ଭବନରେ ରହୁଥିଲେ । ତାଙ୍କର ନିଧନ ପରେ ସେହି ସ୍ଥାନକୁ ମ୍ୟୁଜିୟମ କରି ଦିଆଗଲା । ଏହା ପରେ ଆସିଲେ ଲାଲ ବାହାଦୁର ଶାସ୍ତ୍ରୀ । ସେ ଦସ ଜନପଦରେ ରହୁଥିଲେ । ତାଙ୍କର ନିଧନ ପରେ ତାଙ୍କ ଘରର ଗୋଟିଏ ଅଂଶକୁ ମ୍ୟୁଜିୟମ କରି ଦିଆ ଗଲା ଓ ଘରର ଦ୍ଵିତୀୟ ଅଂଶକୁ କଂଗ୍ରେସ ପାର୍ଟିର ଅଫିସ କରି ଦିଆ ଗଲା ।

ତାଙ୍କ ପରେ ଇନ୍ଦିରା ଗାନ୍ଧୀ ଆସିଲେ । ସେ ଯେଉଁ ଘରେ ରହୁଥିଲେ ତାକୁ ମଧ୍ୟ ମ୍ୟୁଜିୟମ କରି ଦିଆ ଗଲା । ଏହା ପରେ ରାଜୀବ ଗାନ୍ଧୀ ଆସିଲେ ଯିଏକି ୭ ରେସକୋର୍ସ ରୋଡରେ ରହୁଥିଲେ ଓ ଇନ୍ଧିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ମଧ୍ୟରେ ଯେଉଁ ଦୁଇ ଜଣ ପ୍ରଧାନମନ୍ତ୍ରୀ ଥିଲେ ସେମାନେ ଦିଲ୍ଲୀରେ ଅଧିକ ସମୟ ରହୁ ନ ଥିଲେ । କିନ୍ତୁ ରାଜୀବ ଗାନ୍ଧୀଙ୍କ ପରେ ବିଶ୍ଵନାଥ ପ୍ରତାପ ସିଂହ ପିଏମ ହେଲେ । ଯିଏକି ଏକ ନୂଆ ନିୟମ ଲାଗୁ କରିଲେ କି ବର୍ତ୍ତମାନ ଠାରୁ ଭାରତର ପ୍ରଧାନମନ୍ତ୍ରୀ ଏହି ୭ ରେସକୋର୍ସ ରୋଡରେ ହିଁ ରହିବେ ।

କିନ୍ତୁ ବଙ୍ଗଳା ଭିତରେ କଣ ଅଛି ଏହା ବିଷୟରେ କେହି ବି କିଛି କହିବେ ନାହିଁ । ଆପଣଙ୍କୁ କହିଦେଉଛୁ କି ୭ ରେସକୋର୍ସ ରୋଡ ବଙ୍ଗଳାକୁ ରୋବଟ ଇ ରସୁଲ ନାମକ ଏକ ବ୍ୟକ୍ତି ଡିଜାଇନ କରିଛନ୍ତି । ଅଶୋକା ହୋଟେଲ ପାଖ ଦେଇ ପିଏମଙ୍କ ବଙ୍ଗଳାକୁ ଯିବାପାଇଁ ଗୋଟିଏ ସାଧାରଣ ରାସ୍ତା ଅଛି, କିନ୍ତୁ ସେହି ରାସ୍ତାକୁ  ଆମ ମାନଙ୍କ ମଧ୍ୟରୁ କେହି ବି ଯାଇ ପାରିବେ ନାହିଁ । ସେହି ରାସ୍ତାରେ କେବଳ ଭିଆଇପି ଲୋକମାନ ହିଁ ଯାଇ ପାରିବେ ।

ସର୍ବ ପ୍ରଥମେ ୯ ନମ୍ବର ବାଲା ବଙ୍ଗଳା ପଡିଥାଏ ଓ ସେହି ବଙ୍ଗଳାରେ ଏସପିଜି ସୁରକ୍ଷା କର୍ମୀମାନେ ରୁହନ୍ତି । ଏମାନେ ସ୍ପେଶାଲ ପ୍ରୋଟେକଶନ ଗୃପ ଅଟନ୍ତି । ଯେଉଁମାନେ କି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା କରିଥାନ୍ତି । ସେ ସବୁବେଳେ ସେହି ସ୍ଥାନରେ ଛିଡା ହୋଇ ରହିଥାନ୍ତି । ଯଦି କାହାକୁ ବି ବଙ୍ଗଳା ଆଡକୁ ଯିବାର ଅଛି ତେବେ ତାଙ୍କୁ ଏସପିଜିଙ୍କ ସହ ସାକ୍ଷାତ କରିବାକୁ ହେବ । ଯିଏ ବି ଆସିଲେ ମଧ୍ୟ ପ୍ରଥମେ ଏସପିଜି ତାଙ୍କୁ ଚେକ କରିଥାନ୍ତି ।

ଏହା ପରେ ଏସପିଜି ସୁରକ୍ଷା କର୍ମୀ ତାଙ୍କୁ ରାସ୍ତା ଦେଖାଇ ଥାନ୍ତି । ଏହା ସହିତ ତାଙ୍କର ଆପୟେନ୍ଟମେନ୍ଟ ଚେକ ବି କରା ଯାଇ ଥାଏ । ବର୍ତ୍ତମାନ ୭ ନମ୍ବର ବଙ୍ଗଳା ଆସିଥାଏ । ଯାହାକୁ ନରେନ୍ଦ୍ର ମୋଦୀ ନିଜର ଅଫିସ ରୂପରେ ବ୍ୟବହାର କରନ୍ତି । ଏହା ପରେ ୫ ନମ୍ବର ବଙ୍ଗଳା ଆସିଥାଏ । ଯେଉଁଠି ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ରହୁଛନ୍ତି । ଏହା ସହିତ ବର୍ତ୍ତମାନ ସମୟରେ ୩ ନମ୍ବର ବଙ୍ଗଳାକୁ ଗେସ୍ଟ ହାଉସ କରି ଦିଆ ଯାଇଛି ।

ଏହା ଛଡା ଆପଣଙ୍କୁ କହିଦେଉଛୁ କି ନରେନ୍ଦ୍ର ମୋଦୀ ୫ ନମ୍ବର ବଙ୍ଗଳାରୁ ୭ ନମ୍ବର ବଙ୍ଗଳାକୁ ଏକ ଗ୍ଳାସ ଟ୍ୟୁବର ମାଧ୍ୟମରେ ଯାଇଥାନ୍ତି । ବଙ୍ଗଳା ନମ୍ବର ୧ରେ ଏକ ହେଲିପ୍ୟାଡ ଅଛି, ଯେଉଁ ସ୍ଥାନରୁ ନରେନ୍ଦ୍ର ମୋଦୀ ହେଲିକପ୍ଟରରେ ବସି ଦୂର ସ୍ଥାନକୁ ଯାତ୍ରା କରିଥାନ୍ତି । ଏହା ଛଡା ୧୧ ନମ୍ବର ବଙ୍ଗଳାକୁ ସମସ୍ତ କାର୍ଯ୍ୟ ପାଇଁ ବ୍ୟବହାର କରାଯାଏ । ଯଦି ସୁଡଙ୍ଗ ବିଷୟରେ କଥାବାର୍ତ୍ତା କରିବା ତେବେ ଯେତେବେଳେ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିଲେ ତେବେ ଏହି ସୁଡଙ୍ଗ ତିଆରି କରିବା ପାଇଁ ପିଏମ ଆଦେଶ ଦେଇଥିଲେ ।

ଯାହା ଦ୍ଵାରା ସୁରକ୍ଷା ମାମଲାରେ ଓ ଟ୍ରାଫିକ କାରଣରୁ ସୁଡଙ୍ଗ ରାସ୍ତା ଦେଇ ଲୋକକଲ୍ୟାଣ ମାର୍ଗ ଠାରୁ ସଫଦରଜଂଗ ବିମାନ ବନ୍ଦର ପର୍ଯ୍ୟନ୍ତ ଯାଇ ହେବ । ପାଖାପାଖି ୧.୫ କିଲୋମିଟର ଲମ୍ବା ସୁଡଙ୍ଗର କାମ ୨୦୧୦ରେ ଆରମ୍ଭ ହୋଇଥିଲା ଓ ୨୦୧୪ରେ ତିଆରି ହୋଇ ବନ୍ଦ ହୋଇଗଲା । ସେହି ସମୟ ପର୍ଯ୍ୟନ୍ତ ମନମୋହନ ସିଂହ କାର୍ଯ୍ୟକାଳ ସମାପ୍ତ ହୋଇ ଯାଇଥିଲା ଓ ବର୍ତ୍ତମାନ ସମୟରେ ନରେନ୍ଦ୍ର ମୋଦୀ ଏହି ସୁଡଙ୍ଗର ବ୍ୟବହାର କରୁଛନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।