ଜଣେ ମହିଳା ଟିଚର ୨୫ଟି ସ୍କୁଲରେ ମାସ ମାସ ହେବ କାମ କରୁ ଥିଲା ଓ ବର୍ତ୍ତମାନ ସମୟରେ ଡିଜିଟାଲ ଡାଟାବେସ ହେବା ସତ୍ଵେ ବି ସେ ଏକ କୋଟି ଟଙ୍କା ସ୍ୟାଲେରୀ ସରକାର ଠାରୁ ନେବାରେ ସଫଳ ହୋଇଗଲା । ଶୁଣିବାକୁ ଏହା ଅସମ୍ଭବ ଲାଗିପାରେ କିନ୍ତୁ ଏହା ହିଁ ସତ୍ୟ ଅଟେ । କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ (କେଜୀବୀବୀ)ରେ କାର୍ଯ୍ୟରତ ପୂର୍ଣକାଲିକ ଏକ ବିଜ୍ଞାନ ଶିକ୍ଷୟତ୍ରି ଥିଲେ ଓ ଅଂବେଡକର ନଗର, ବାଗପତ, ଅଲୀଗଢ଼, ସହାରନପୁର ଓ ପ୍ରୟାଗରାଜ ଭଳି ଜିଲ୍ଲାରେ କେତେକ ସ୍କୁଲରେ ସେ ଏକା ସହିତ କାମ ବି କରୁଥିଲେ ।
କିନ୍ତୁ ଏହି ମାମଲା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଶିକ୍ଷକମାନଙ୍କ ଏକ ଡାଟାବେସ ତିଆରି କରା ଯାଉଥିଲା । ମାନବ ସେବା ପୋର୍ଟଲ ଉପରେ ଶିକ୍ଷକମାନଙ୍କ ଡିଜିଟାଲ ଡାଟାବେସରେ ଶିକ୍ଷକମାନଙ୍କ ବ୍ୟକ୍ତିଗତ ରେକର୍ଡ, ଯୋଡି ହେବା ଓ ପଦୋନ୍ନତିର ତାରିଖ ଆବଶ୍ୟକତା ହୋଇଥାଏ । ଥରେ ରେକର୍ଡ ଅପଲୋଡ ହେବା ପରେ ଏହା ଜଣା ପଡିଲା କି ଅନାମିକା ଶୁକ୍ଲା ନାମକ ଜଣେ ଶିକ୍ଷୟତ୍ରୀର ଗୋଟିଏ ହିଁ ବ୍ୟକ୍ତିଗତ ବିବରଣ ୨୫ଟି ସ୍କୁଲରେ ସୂଚୀବଦ୍ଧ ଥିଲା ।
ସ୍କୁଲ ଶିକ୍ଷା ମହାନିର୍ଦେଶକ ବିଜୟ କିରଣ ଆନନ୍ଦ କହିଲେ କି ଏହି ଶିକ୍ଷୟତ୍ରୀ ବିଷୟରେ ସମସ୍ତ ତଥ୍ୟ ଏକାଠି କରିବା ପାଇଁ ଯାଞ୍ଚ ଚାଲିଛି । ସେ ଆଗକୁ କହିଲେ କି ଏହି ଆଶ୍ଚର୍ଯ୍ୟଜନକ ଘଟଣାରେ ସାମିଲ ଥିବା ଶିକ୍ଷୟତ୍ରି ଅନାମିକା ଶୁକ୍ଲା ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଶିକ୍ଷକମାନଙ୍କ ଉପସ୍ଥିତିର ବାସ୍ତବିକ ସମୟ ଉପରେ ନଜର ରଖିବା ସତ୍ଵେ ବି ସେ ଏହିଭଳି କରି ପାରିଛନ୍ତି ।
କହିବାକୁ ଗଲେ ମାର୍ଚ ମାସରେ ଏହି ଶିକ୍ଷୟତ୍ରୀ ବିରୁଦ୍ଧରେ ଅଭଯୋଗ ପ୍ରାପ୍ତ କରିଥିବା ଜଣେ ଅଧିକାରୀ କହିଲେ କି, ଗୋଟିଏ ଶିକ୍ଷୟତ୍ରି ନିଜର ଉପସ୍ଥିତି ବିଭିନ୍ନ ସ୍ଥାନରେ କେମିତି କରି ପାରିବ, ଯେତେବେଳେ କି ତାଙ୍କୁ ପ୍ରେରଣା ପୋର୍ଟଲରେ ଅନଲାଇନ ନିଜର ଉପସ୍ଥିତି ଦର୍ଜ କରିବାକୁ ପଡିଥାଏ । ସମସ୍ତ ସ୍କୁଲ ରେକର୍ଡ ଅନୁସାରେ ଅନାମିକା ଶୁକ୍ଲା ଗୋଟିଏ ବର୍ଷରେ ଅଧିକ ସମୟ ପର୍ଯ୍ୟନ୍ତ ଏହି ଶିକ୍ଷୟତ୍ରୀ ରୋଲରେ ଥିଲେ ।
କେଜୀବୀବୀ କମଜୋର ବର୍ଗର ଝିଅମାନଙ୍କ ପାଇଁ ଏକ ଆବାସୀୟ ବିଦ୍ୟାଳୟ ଅଟେ । ଯେଉଁଠି ଶିକ୍ଷକମାନଙ୍କ ଅନୁବନ୍ଧ ଉପରେ ତାଙ୍କୁ ନିଯୁକ୍ତି କରାଯାଏ । ତାଙ୍କୁ ପ୍ରତି ମାସରେ ପାଖାପାଖି ୩୦୦୦୦ ଟଙ୍କା ସ୍ୟାଲେରୀ ମିଳୁଥିଲା । ଜିଲ୍ଲାର ପ୍ରତି ବ୍ଲକରେ ଏକ କସ୍ତୁରବା ଗାନ୍ଧୀ ସ୍କୁଲ ଅଛି । ଅନାମିକା ଶୁକ୍ଲା ସବୁ ସ୍କୁଲରୁ ସ୍ୟାଲେରୀ ରୂପରେ ଫେବ୍ରୁୟାରୀ ୨୦୨୦ ପର୍ଯ୍ୟନ୍ତ ୧୩ ମାସର ସ୍ୟାଲେରୀ ଏକ କୋଟି ଟଙ୍କା ନେଇ ସାରିଛି ।
ମୈନପୁରୀରେ ରହୁଥିବା ଅନାମିକା ଶୁକ୍ଲା ଶେଷ ଥର ଫେବ୍ରୁୟାରୀ ମାସରେ ରାୟବରେଲୀର କେଜୀବୀବୀରେ କାମ କରୁଥିବାର ନଜର ଆସିଥିଲେ । ରାୟବରେଲୀରେ ସାଧାରଣ ଶିକ୍ଷା ଅଧିକାରୀ ଆନନ୍ଦ ପ୍ରକାଶ କହିଲେ କି ସର୍ବ ଶିକ୍ଷା ଅଭିଯାନ କାର୍ଯ୍ୟଲୟରେ ଅନାମିକା ଶୁକ୍ଲା ନାମକ ଏକ ଶିକ୍ଷୟତ୍ରି ବିଷୟରେ ଯାଞ୍ଚ କରିବା ପାଇଁ ୬ଟି ଜିଲ୍ଲାକୁ ଏକ ପତ୍ର ଜାରି କରା ଯାଇଥିଲା ।
ସେ କହିଲେ କି ରାୟବରେଲୀର ନାମ ସୂଚୀରେ ନ ଥିଲା, ଆମେ କ୍ରସ ଚେକ କରିଲୁ ଓ ମହିଳାକୁ ଯେତେବେଳେ କେଜୀବୀବୀରେ ବି କାମ କରୁଥିବାର ପାଇଲୁ ତେବେ ତାଙ୍କୁ ନୋଟିସ ଜାରି କରା ଯାଇଥିଲା । କିନ୍ତୁ ସେ ପୁଣି ଆଉ ରିପୋର୍ଟ କରିଲେ ନାହିଁ ଓ ଏହା ପରେ ତାଙ୍କର ସ୍ୟାଲେରୀକୁ ବି ଅଟକାଇ ଦିଆଗଲା । ସେ ଆଗକୁ କହିଲେ କି ଲକଡାଉନ କାରଣରୁ ଯାଞ୍ଚ ଆଗକୁ ବଢି ପାରି ନାହିଁ କିନ୍ତୁ ବର୍ତ୍ତମାନ ରେକର୍ଡର ସତ୍ୟତା ଜଣା ପଡିବ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।