ଚୀନ ଦେଲା ଚେତାବନୀ, G–୭ରେ ସାମିଲ ହେବା ଅର୍ଥାତ ନିଆଁ ସହ ଖେଳିବା, ସବୁକିଛି ହରାଇ ବସିବ ଭାରତ

ଭାରତକୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ଆଗକୁ ବଢିବାର ଦେଖି ଚୀନ ସହି ପାରୁ ନାହିଁ । କହିବାକୁ ଗଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ G – ୭ ଦେଶ ମଧ୍ୟରେ ରୁସ ଓ ଭାରତକୁ ସାମିଲ କରିବାର ମୁହିମକୁ ଅଧିକ ଗତିଶୀଳ କରି ଦେଇଛନ୍ତି । ଡୋନାଲ୍ଡ ଟ୍ରମ୍ଫ ନିଜେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏହି ପ୍ରସ୍ତାବକୁ ନେଇ ଫୋନରେ କଥାବାର୍ତ୍ତା ବି କରିଛନ୍ତି । ଏମିତିରେ ଚୀନ ଚେତାବନୀ ଦେଇଛି କି ଯଦି ଭାରତ G – ୭ରେ ସାମିଲ ହେଉଛି ତେବେ ଏହା ଦ୍ଵାରା ଭାରତକୁ ବହୁତ କ୍ଷତି ହୋଇପାରେ । G – ୭ରେ ସାମିଲ ହେବା ଅର୍ଥ ନିଆଁ ସହ ଖେଳିବା ।

ଚୀନର ସରକାରୀ ମିଡିଆ ଗ୍ଲୋବଲ ଟାଇମ୍ସରେ ପ୍ରକାଶିତ ହୋଇଥିବା ଏକ ରିପୋର୍ଟ ଅନୁସାରେ ଟ୍ରମ୍ଫ ଭାରତ, ରୁସ ଓ କିଛି ଅନ୍ୟ ଦେଶମାନଙ୍କୁ G – ୭ରେ ସାମିଲ କରି ଏହାକୁ G – ୧୦ କିମ୍ବା G – ୧୧ କରିବାର ସ୍ଵପ୍ନ ଦେଖୁଛନ୍ତି । ଯଦି ଭାରତ ଆମେରିକାର ପ୍ରସ୍ତାବକୁ ମଞ୍ଜୁର ଦେଉଛି ତେବେ ଏହା ଠିକ ଅଟେ କି ଏଥିରେ ଭାରତର କ୍ଷତି ସୁନିଶ୍ଚିତ ଅଟେ ।

ଚୀନର କହିବା ଅଟେ କି ଆମେରିକା – ଚୀନ ମଧ୍ୟରେ ଚାଲିଥିବା ବିବାଦକୁ ଆଖି ଆଗରେ ରଖି ଟ୍ରମ୍ଫ ଏହିଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି । ଚୀନ ଅନୁସାରେ ଆମେରିକା ଇଂଡୋ-ପୈସେଫିକ ନୀତିରେ ଭାରତର ମୁଖ୍ୟ ଭୂମିକା ଅଛି । କାରଣ ନା କେବଳ ସେ ଦୁନିଆର ୫ ମ ସବୁଠୁ ବଡ ଅର୍ଥବ୍ୟବସ୍ଥା ଅଟେ ବରଂ ଏକ ବଡ ସେନା ବି ତାହା ପାଖରେ ଅଛି । ଏତିକି ନୁହେଁ ଚୀନ ଭାରତକୁ ଚେତାବନୀ ଦେଇଛି କି ଯଦି ଆମେରିକା ଓ ଚୀନ ମଧ୍ୟରେ ନୂଆ କୋଲ୍ଡ ୱାର ଆରମ୍ଭ ହେଉଛି ଓ ଭାରତ ଆମେରିକାର ପକ୍ଷ ନିଏ ତେବେ ଚୀନ ଓ ତାହାର ବ୍ୟାପାରିକ ସମ୍ପର୍କ ବହୁତ ଘାତକ ପ୍ରମାଣିତ ହୋଇପାରେ ।

ଯଦି ଭାରତ ଆମେରିକାର ମୋହରା ହେବା ପାଇଁ ଚାହୁଁଛି ତେବେ ଏହି ଦୁଇ ପଡୋଶୀ ଦେଶର ଟ୍ରେଣ୍ଡ ରିଲେସନ ଶେଷ ହୋଇଯିବ । ଯାହା ଦ୍ଵାରା ଭାରତର ଅର୍ଥବ୍ୟବସ୍ଥାକୁ ବହୁତ ଅଧିକ ଆଘାତ ଲାଗିବ । ବର୍ତ୍ତମାନ ସମୟରେ ଅର୍ଥ ବ୍ୟବସ୍ଥା ବର୍ବାଦ ହେବା ଠାରୁ ଖରାପ ଭାରତ ପାଇଁ ଅନ୍ୟ କିଛି ହୋଇ ପାରିବ ନାହିଁ ।

ଭାରତର ବର୍ତ୍ତମାନ ସରକାର ଶକ୍ତିଶାଳି ହେବା ପାଇଁ ଚାହୁଁଛି

ଗ୍ଲୋବଲ ଟାଇମ୍ସ ଅନୁସାରେ ଭାରତରେ ବର୍ତ୍ତମାନର ସରକାର ଶକ୍ତିଶାଳୀ ହେବା ପାଇଁ ଚାହୁଁଛି ଓ ଏଥିପାଇଁ ତାଙ୍କୁ ଟ୍ରମ୍ଫଙ୍କ ଷଡଯନ୍ତ୍ର ନଜର ଆସୁ ନାହିଁ । ଏହା ଛଡା ଭାରତ ଚୀନ ସୀମା ବିବାଦରେ ନିଜକୁ ଶକ୍ତିଶାଳୀ ଦେଖାଇବା ପାଇଁ ଭାରତ ବର୍ତ୍ତମାନ G – ୭ ଓ ଆମେରିକା ଭଳି ଦେଶର ସାହାରା ନେବାର ଚେଷ୍ଟାରେ ଅଛି ।

 

ଚୀନ ଆରୋପ ଲଗାଇଛି କି ଭାରତରେ କିଛି ଏମିତି ସଂଗଠନ ଅଛି ଯେଉଁମାନେ ଚୀନକୁ ନେଇ ମିଛ କଥା କହୁଛନ୍ତି ଓ ଭାରତ ସରକାର ବି ସେହି ସଂଗଠନ ଉପରେ କାର୍ଯ୍ୟକାରୀ କରିବାରେ ଅସଫଳ ଅଟନ୍ତି । ଏସିଆରେ ଯେମିତି ଯେମିତି ଚୀନ ଶକ୍ତିଶାଳୀ ହେଉଛି, ସେମିତି ସେମିତି ତାହା ବିରୁଦ୍ଧରେ ପୁରା ଦୁନିଆରେ ଏକ ଦୁଷ୍ପ୍ରଚାର ଅଭିଯାନ ଚଳା ଯାଉଛି । ଏହା G – ୭କୁ ବଢାଇବାର ନୂଆ ପ୍ଳାନ ବି ଚୀନର ବଢୁଥିବା ଶକ୍ତିକୁ ରୋକିବା ପାଇଁ ଏକ ପ୍ରୟାସ ଅଟେ ।

ଏହି ରିପୋର୍ଟ ଅନୁସାରେ କୁହାଯାଇଛି କି ବନ୍ଧୁତା ବ୍ୟବହାର ଥିବା ସତ୍ବେ ବି ଭାରତ ଲଗାତାର ତାକୁ ନିଜର ଶତ୍ରୁ କହୁଛି । ଯେଉଁ କାରଣରୁ ବାରମ୍ବାର ଦୁଇ ଦେଶ ମଧ୍ୟରେ ବିବାଦ ସୃଷ୍ଟି ହୋଇ ଯାଉଛି । ଚୀନ ଭାରତକୁ ଉପଦେଶ ଦେଇଛି କି ସେ ବନ୍ଧୁ ହୋଇ ରହୁ କାରଣ ଚୀନ ସହ ଶତ୍ରୁତା ତାକୁ ବହୁତ ଭାରି ପଡିପାରେ । ଏହା ପୂର୍ବରୁ ବି ରବିବାର ଦିନ ଚୀନ ଭାରତକୁ ଖୋଲା ଧମକ ଦେଇ କହିଲା କି ତାକୁ ଚୀନ – ଆମେରିକା ବିବାଦ ଠାରୁ ଦୂରରେ ରହିବା ଉଚିତ ।

ଚୀନ ଭାରତକୁ ସତର୍କ ରହିବା ଉପରେ ଉପଦେଶ ଦେଇ କହିଲା କି ଏଥିରେ ଦଖଲ ଦେଲେ ତୁମର ହିଁ କ୍ଷତି ହୋଇପାରେ । ସୂଚନା ଅନୁସାରେ, ଚୀନ ଓ ଆମେରିକାରେ କରୋନା ସଂକ୍ରମଣ ପର ଠାରୁ ହିଁ ଏହି ବିବାଦ ଦୁନିଆକୁ ଏକ ନୂତନ କୋଲ୍ଡ ୱାର ଆଡକୁ ନେଇ ଯାଇଛି । ଚୀନ କହିଲା କି ଆମେ ଭାରତକୁ ପୁଣି ଥରେ ଉପଦେଶ ଦେଉଛୁ କି ସେ ଚୀନ ସହିତ ନିଜର ସମ୍ପର୍କ ବିଷୟରେ ସ୍ପଷ୍ଟତା ଓ ଗମ୍ଭୀରତା ହୋଇ ଚିନ୍ତା କରୁ ଓ ଆନ୍ତରିକ ରାଷ୍ଟ୍ରବାଦ ଭାବନା ଚକ୍କରରେ ନ ପଡୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।