ଜଣେ ବରକୁ ଦୁଇ କନିଆଁ ! ଡାକ୍ତରଖାନା ଯିବାବେଳେ ଯୁବକଙ୍କୁ ହୃଦୟ ଦେଇ ବସିଲେ, ଜଣେ ଯୁବକଙ୍କୁ ବିଭା ହେଲେ ଦୁଇ ଜାଆଁଳା ଭଉଣୀ, ଦେଖନ୍ତୁ video

ବାପା ଚାଲିଯିବା ପରେ ମା’ଙ୍କ ସହ ରହୁଥିଲେ ଦୁଇ ଜାଆଁଳା ଭଉଣୀ । ମା’ଙ୍କ ଦେହ ଖରାପ ବେଳେ ପଡୋଶୀ ଅତୁଲଙ୍କ ସାହାଯ୍ୟ ମାଗିଥିଲେ ଦୁଇ ଭଉଣୀ । ଯେତେବେଳେ ବି ଦରକାର ହେଉଥିଲା ଅତୁଲ ସେମାନଙ୍କୁ ନିଜ କାର୍ ରେ ଡାକ୍ତରଖାନା ନେଇ ଯାଉଥିଲେ । ଥରେ ଦୁଇଥର ଏମିତି ମା’ଙ୍କୁ ନେଇ ଅତୁଲଙ୍କ ସହ ଡାକ୍ତରଖାନା ଯିବା ପରେ ଅତୁଲଙ୍କ ସହ ଦୁଇ ଭଉଣୀଙ୍କ ଘନିଷ୍ଠତା ବଢିଥିଲା । ଏହି ସମ୍ପର୍କ ଧୀରେ ଧୀରେ ପ୍ରେମର ରୂପ ନେଲା ।

ଏହାପରେ ଦୁଇ ଜାଆଁଳା ଭଉଣୀ ଯେତେବେଳେ ଅତୁଲଙ୍କୁ ପ୍ରେମ ନିବେଦନ କରିଥିଲେ ସେତେବେଳେ ଦ୍ଵନ୍ଦରେ ପଡି ଯାଇଥିଲେ ଅତୁଲ । କାହାକୁ ବିବାହ କରିବେ ଏକଥା ଅତୁଲ ବି ଜାଣି ପାରୁ ନଥିଲେ । ପରେ ଦୁଇ ଜାଆଁଳା ଭଉଣୀ ଜାଣିପାରିଲେ ଯେ ପଡୋଶୀ ଅତୁଲ ଉଭୟଙ୍କ ମନର ମଣିଷ । ଏହାପରେ ଦୁଇ ଭଉଣୀ ନେଇଥିଲେ ତାଙ୍କ ଜୀବନର ସବୁଠୁ ବଡ ନିଷ୍ପତ୍ତି । ଏକାସାଙ୍ଗେ ଦୁନିଆକୁ ଆସିଥିଲେ, ଭଉଣୀ ହୋଇ ରହିଥିଲେ ଓ ସବୁଦିନ ପାଇଁ ଭଉଣୀ ହୋଇ ରହିବେ ବୋଲି ସେମାନେ ନିଷ୍ପତ୍ତି ନେଲେ ।

ଅତୁଲଙ୍କୁ ଦୁଇ ଭଉଣୀ ଏକାଠି ବିବାହ କରିବା ପାଇଁ କହିଲେ । ଏହାପରେ କଥା ଉଠିଲା ଓ ଅତୁଲଙ୍କୁ ମନଖୁସିରେ ବିବାହ କଲେ ଦୁଇ ଭଉଣୀ । ମୁମ୍ବାଇରେ ଦେଖିବାକୁ ମିଳିଛି ଏମିତି ଏକ ଅଜବ ଘଟଣା । ମୁମ୍ବାଇରେ ଆଇଟି ଇଞ୍ଜିନିୟର ଥିବା ଦୁଇ ଜାଆଁଳା ଭଉଣୀ ମହାରାଷ୍ଟ୍ର ସାଲେପୁର ଜିଲ୍ଲାର ଜଣେ ଯୁବକଙ୍କୁ ବିବାହ କରିଛନ୍ତି ।

ସେହି ବିବାହ ଉତ୍ସବର ଫଟୋ ଏବଂ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେମାନଙ୍କ ଫଟୋ ଓ ଭିଡିଓ ମୋବାଇଲ୍ରୁ ମୋବାଇଲକୁ ଘୁରି ବୁଲୁଛି ଏବଂ ଲୋକେ ଏହାକୁ ନେଇ ବେଶ ଚର୍ଚ୍ଚା କରୁଛନ୍ତି । ଏହି ନିଆରା ବିବାହ ଦେଖିବା ପରେ ଏହା ଆଇନସମ୍ମତ କି ନୁହେଁ ଅନେକ ଲୋକ ପ୍ରଶ୍ନ କରୁଛନ୍ତି । ଆଉ କିଛି ଲୋକ ଥଟ୍ଟା ପରିହାସ ମଧ୍ୟ କରୁଛନ୍ତି ।

ସୂଚନା ଅନୁଯାୟୀ ଜାଆଁଳା ଭଉଣୀ ପିଙ୍କି ଏବଂରିଙ୍କି ଦୁହେଁ ଆଇଟି ଇଞ୍ଜିନିୟର ଅଟନ୍ତି । ଦୁଇ ଭଉଣୀ ମୁମ୍ବାଇରେ ରହି କାମ କରନ୍ତି । ଦୁଇ ଭଉଣୀ ଖୁସି ଖୁସିରେ ଅତୁଲ ନାମକ ଯୁବକଙ୍କୁ ବିବାହ କରିଛନ୍ତି । ତେବେ ଏଭଳି ବିବାହକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।