ବାଃ! ଇଏ ଆମ ଦେଶର ଭବିଷ୍ୟତ, ପାଠ ପଢିବାକୁ କହିବାରୁ ପିଲାଟି ଦିଦିଙ୍କୁ ଯାହା ଜବାବ ଦେଉଛି ନା… ଦେଖନ୍ତୁ video

ବୁଦ୍ଧିର ବିକାଶ ପାଇଁ ପିତାମାତା ମାନେ ପିଲାଙ୍କୁ ଛୋଟବେଳୁ ସ୍କୁଲ ଏବଂ ଟ୍ୟୁସନକୁ ପାଠ ପଢିବା ପାଇଁ ପଠାଇଥାନ୍ତି । କୋମଳମତି ଶିଶୁମାନେ ସାଙ୍ଗସାଥିଙ୍କ ସହ ମିଶିବା ଖେଳିବା ଓ ପାଠ ପଢିବା ସହ ନୂଆ ନୂଆ ବିଷୟ ଶିକ୍ଷା କରନ୍ତି । ଫଳରେ ଶିଶୁଙ୍କୁ ଉଭୟ ଶାରୀରିକ ଓ ବୌଦ୍ଧିକ ବିକାଶ ହୋଇଥାଏ । କିନ୍ତୁ ଏତେ ଛୋଟ ପିଲାଙ୍କର ପାଠପଢା ପ୍ରତି ଆଗ୍ରହ ସୃଷ୍ଟି ହେବା ମଧ୍ୟ ଖୁବ କାଠିକାର ପାଠ । ଏଥିପାଇଁ ପିଲାଙ୍କୁ ଧମକାଇ ହେଉ ବା ବୁଝାଇ ସୁଝାଇ ହେଉ ଶିକ୍ଷା ଦେବାକୁ ପଡେ ।

ତେବେ ବିଭିନ୍ନ ସମୟରେ ସ୍କୁଲ, ଟ୍ୟୁସନ ହେଉ କି ଘରେ ପାଠପଢାକୁ ନେଇ ଛୋଟ ପିଲାଙ୍କ ହରକତକୁ ନେଇ ଅନେକ ଭିଡିଓ ସାମ୍ନାକୁ ଆସେ । ବର୍ତ୍ତମାନ ଏହିଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଯାହାକୁ ଲୋକେ ଖୁବ ଶେୟାର କରୁଛନ୍ତି । ଏହି ଭିଡିଓରେ ଛୋଟପିଲାଟିକୁ ଟ୍ୟୁସନ ଦିଦି ପାଠ ପଢିବା ପାଇଁ ତାଗିଦ କରୁଛନ୍ତି । କିନ୍ତୁ ପିଲାଟି ମନରେ ଦିଦିଙ୍କ ପ୍ରତି ତିଳେ ହେଲେ ବି ଭୟ ନାହିଁ । କାନ୍ଦି କାନ୍ଦି ଖନେଇ ଖନେଇ ଓଲଟା ଦିଦିଙ୍କୁ ଜବାବ ଦେଉଛି ।

ଆଉ ଏତେ ଛୋଟପିଲା ଏଭଳି ଜବାବ ଦେଉଛି ଦେଖିଲେ ଯେକେହି ଆଶ୍ଚର୍ଯ୍ୟ ହୋଇଯିବେ । ଯେଉଁ ବୟସରେ ପିଲା କଥା କହିବା ଶିଖନ୍ତି ସେହି ବୟସରେ ପିଲାର ମୁହଁ ଇସ୍ପାତ ଭଳି ଚାଲୁଛି । ସତେ ଯେମିତି ପିଲାକୁ ଏମିତି କହିବା ପାଇଁ କିଏ ଶିଖେଇକି ପଠେଇଛି । ପିଲାଟି ପାଠ ନ ପଢିବାରୁ ସାରଙ୍କ ଡର ଦେଖାଇଥିଲେ ଦିଦି ।

ଏତିକି ଶୁଣୁ ଶୁଣୁ ପିଲାଟି ତୁରନ୍ତ ଜବାବ ଦେଉଛି, “ଆମ ସାରଙ୍କୁ ମୁଁ ଦେଖିଛି, ଦୁନିଆରେ କେତେ ସାରଙ୍କୁ ଦେଖିଛି ।” ତୁ କିଏ ବେ ମୋତେ କଇଁ ପାଠ ପଢିବାକୁ କହୁଛୁ କହି ଦିଦିଙ୍କ ଉପରେ ଚିଲାଉଛି ପିଲା। ଏହାପରେ ଭିଡିଓରେ ଖାଲି ଖେଳିବା ବୁଲିବା ଜାଣିଛୁ କହି ପିଲାକୁ ଟିକେ ହାଲୁକା ମାରି ଦେଉଛନ୍ତି ଦିଦି । ଆଉ ପିଲାଟି ଦିଦିଙ୍କୁ କହୁଛି, “ତୁ ଗୋଟେ ଟୋକାକୁ ଭଲପାଉଛୁ ମୁଁ ଜାଣିନି କି, ତାଙ୍କୁ ପୋଲିସ କହୁଛୁ ତୁ ।”

ଚିହ୍ନିନୁ ମୋତେ ଛେଚିଦେବି ଯେ ଜାଣିବୁ କହି ଓଲଟା ଦିଦିଙ୍କୁ ଡରେଇ ଦେଉଛି ଏହି ପିଲାଟି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।