ଏମିତି ବି ଆସେ ମୃ-ତ୍ୟୁ ! ବରଣମାଳା ପିନ୍ଧୁ ପିନ୍ଧୁ ଚାଲିଗଲା ଜୀବନ, କାନ୍ଦବୋବାଳିରେ ଫାଟି ପଡୁଛି ପୁରା ପରିବେଶ, ଦେଖନ୍ତୁ video

ସ୍ଥାନ, କାଳ, ପାତ୍ର କିଛି ଦେଖେନି ମୃ-ତ୍ୟୁ । ବାହା ବେଦିରେ ବାହା ହେଉ ହେଉ ଚାଲି ଆସିଲା ମୃ-ତ୍ୟୁ, ଆଉ ନିମିଷକରେ ସବୁ ଖୁସି ଧୂଳିସାତ କରିଦେଇ । ବାହାଘର ଚାଲିଥିବା ବେଳେ ବ୍ରାହ୍ମଣ ବରଣମାଳା ପିନ୍ଧେଇବା ପାଇଁ କହିଲେ । ପ୍ରଥମେ କନ୍ୟା ବର ବେକରେ ବରଣମାଳା ପିନ୍ଧାଇଲା । ତା’ପରେ ବର କନ୍ୟାର ବେକରେ ବରଣମାଳା ପକାଇବା ବେଳେ ସେହିଠାରେ ହିଁ ଟଳିପଡିଲେ କନ୍ୟାଜଣକ । ଦେଖୁ ଦେଖୁ ସବୁ ଖୁସି ଲିଭିଗଲା । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଲକ୍ଷ୍ନୌରେ ।

ବିବାହ ଉତ୍ସବର ଖୁସି ଅଚାନକ ଶୋକରେ ପରିଣତ ହୋଇଗଲା । ବାହାଘରେ ବେଳେ ବର କନ୍ୟାକୁ ବରଣମାଳା ପିନ୍ଧେଇବା କ୍ଷଣି କନ୍ୟାର ମୃ-ତ୍ୟୁ ଘଟିଲା । ଫୁଲମାଳା ପିନ୍ଧିବା ପରେ କନ୍ୟାଜଣକ ହଠାତ ଅଚେତ ହୋଇପଡିଲେ । ସେଠାରୁ ତାଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନା ନିଆ ଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ହୃଦଘାତ ଯୋଗୁଁ କନ୍ୟାର ଜୀବନ ଯାଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଗତ ଶୁକ୍ରବାର ଉଦବାନାରେ ରହୁଥିବା ରାଜପାଲଙ୍କ ଝିଅ ଶିବାଙ୍ଗୀଙ୍କ ବାହାଘର ଚାଲିଥିଲା । ବର ଆସି ପହଞ୍ଚିବା ପରେ ରୀତିନୀତି ଅନୁସାରେ ବିବାହ କାର୍ଯ୍ୟ ଚାଲିଥିଲା । ହେଲେ କନ୍ୟାଙ୍କୁ ବରଣମାଳା ପିନ୍ଧାଇବା ପରେ କନ୍ୟା ଚେତା ହରାଇ ତଳେ ପଡି ଯାଇଥିଲେ । ଶୁଣିବାକୁ ମିଳିଛି କି ବାହାଘରର 10ରୁ 20 ଦିନ ପୂର୍ବରୁ କୁଆଡେ ଅସୁସ୍ଥ ଥିଲେ ଶିବାଙ୍ଗୀ ।

ତାଙ୍କୁ ଜ୍ଵର ହୋଇଥିବା ବେଳେ ଲୋ- ବ୍ଲଡ଼ପ୍ରେସର ଥିବା କହିଥିଲେ ଡାକ୍ତର । ବାହାଘରର ସପ୍ତାହେ ପୂର୍ବରୁ ଶିବାନୀ ସୁସ୍ଥ ହୋଇ ଯାଇଥିଲେ । ହେଲେ ବାହାଘର ଦିନ ହିଁ ତାଙ୍କର ମୃ-ତ୍ୟୁ ଘଟିଛି । ଶିବାଙ୍ଗୀଙ୍କ ମୃ-ତ୍ୟୁକୁ ନେଇ କାନ୍ଦ ବୋବାଳିରେ ଫାଟି ପଡୁଛି ଶିବାଙ୍ଗୀଙ୍କ ପରିବାର । ବାହା ବେଦି ଉପରୁ ଆଉ ଶାଶୁଘରକୁ ଯାଇ ପାରିନାହାନ୍ତି ଶିବାଙ୍ଗୀ ବରଂ ମଶାଣି ହିଁ ତାଙ୍କର ଶେଷ ଠିକଣା ସାଜିଛି । ବଢିଲା ଝିଅର ମୃ-ତ୍ୟୁ ପରେ ଶିବାଙ୍ଗୀଙ୍କ ପରିବାର ଛାତିରେ ପଥର ରଖି ଝିଅକୁ ଅନ୍ତିମ ବିଦାୟ ଦେଇଛନ୍ତି ।

ବରପକ୍ଷ ମଧ୍ୟ ନିରାଶାରେ ଫେରି ଯାଇଛନ୍ତି । ଏଭଳି ଏକ ଖବର ମଧ୍ୟ ସ୍ଥାନୀୟ ଅଞ୍ଚଳ ସମେତ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏଭଳି ଏକ ଖବର ଶୁଣି ସମସ୍ତେ ଦୁଃଖ ପ୍ରକାଶ କରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।