ଜାଣନ୍ତୁ, ଏହି କାଗଜ ଖଣ୍ଡ ନୋଟ ହୋଇ କେମିତି ହୋଇଯାଏ, ଆପଣଙ୍କ ଜୀବନର ଅଂସ, ନୋଟ ତିଆରିର ପୁରା ପ୍ରୋସେସ

ଆଜିକାଲି ସମସ୍ତଙ୍କୁ ଟଙ୍କା ଦରକାର । ଆମେ ସମସ୍ତେ ସକାଳୁ ଉଠି ସନ୍ଧ୍ୟା ପର୍ଯ୍ୟନ୍ତ କାମ କରି ଥାଉ । ଏହା ପରେ ଯେଉଁ ଟଙ୍କା ମିଳିଥାଏ ତାକୁ ଆମେ ଖର୍ଚ କରିଥାଉ କିମ୍ବା ବ୍ୟାଙ୍କରେ ଜମା କରି ଦେଉ । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଏହି ଟଙ୍କା କେମିତି ତିଆରି ହୋଇଥାଏ କିମ୍ବା ଟଙ୍କା ତିଆରି ମେସିନ କେଉଁଠି ଅଛି ଓ କେମିତି କାମ କରିଥାଏ । ଆଜି ଆମେ ଆପଣଙ୍କୁ କହିବୁ କି କେମିତି ଗୋଟିଏ କାଗଜ ଖଣ୍ଡ ଆପଣଙ୍କ ଜୀବନର ବନ୍ଧୁ ହୋଇଯାଏ ।

ଦେଶରେ ବର୍ତ୍ତମାନ ସମୟରେ ଯେଉଁ ୫୦୦ ଟଙ୍କା ଚାଲିଛି, ସେହି ଗୋଟିଏ ନୋଟକୁ ପ୍ରିଣ୍ଟ କରିବା ପାଇଁ ୩.୫୮ ଟଙ୍କା ଲାଗିଥାଏ ଓ ଏହି ନୋଟଟି ୫ ରୁ ୭ ବର୍ଷ ପର୍ଯ୍ୟନ୍ତ ଚାଲିଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଟଙ୍କା ପ୍ରିଣ୍ଟ କରୁଥିବା ମେସିନର କାଗଜ ତିଆରି କରିବା ପାଇଁ ଦୁନିଆରେ ୪ଟି ଫାର୍ମ ଅଛି । ଫ୍ରାଂସର ଅର୍ଜୋ ୱିଗିଜ । ଆମେରିକାର ପୋର୍ଟଲ । ସ୍ୱୀଡନର ଗେନ । ପେପର ଫୈବ୍ରିକ୍ସ ଲ୍ୟୁସେଂଟଲ ।

ଏହା ବିକାସ ଦର, ମୁଦ୍ରାସ୍ଫୀତି ଦର, କଟା – ଫଟା ନୋଟ ସଂଖ୍ୟା ଓ ରିଜର୍ବ ସ୍ଟକ ଅନୁସାରେ ନିର୍ଭର କରିଥାଏ । ନୋଟ ବ୍ୟାନ ହେବା ପୂର୍ବରୁ ଦେଶରେ ୪ଟି ବ୍ୟାଙ୍କ ନୋଟ ପ୍ରେସ, ୪ଟି ଟକସାଲ ଓ ଏକ ପେପର ମିଲ ଅଛି । ଟଙ୍କା ପ୍ରିଣ୍ଟ କରୁଥିବା ମେସିନ ମଧ୍ୟପ୍ରଦେଶ, ନାସିକ, ସାଲବୋନୀ ଓ ମୈସୂରରେ ଅଛି । ମଧ୍ୟ ପ୍ରଦେଶର ହୋଶଂଗାବାଦରେ ସିକ୍ୟୋରିଟୀ ପେପର ମିଲ ଅଛି । ନୋଟ ପ୍ରିଣ୍ଟ ପେପର ହୋଶଂଗାବାଦ ଓ ବିଦେଶରୁ ଆସିଥାଏ । ଯେତେବେଳେ କି ଟକସାଲ ମୁମ୍ବାଇ, ହୈଦରାବାଦ, କଲିକତା ଓ ନୋଏଡାରେ ଅଛି । ଏହିଭଳି ଭାବରେ ୧୦୦୦ ଟଙ୍କା ନୋଟର ପ୍ରିଣ୍ଟ ପାଇଁ ୩.୧୭ ଟଙ୍କା ଖର୍ଚ ଆସିଥାଏ ।

ରିଜର୍ବ ବ୍ୟାଙ୍କର ଦେଶସାରା ୧୮ଟି ଇସ୍ୟୁ ଅଫିସ ଅଛି । ଅହମଦାବାଦ, ବେଂଗଲୁରୂ, ବେଲାପୁର, ଭୋପାଲ, ଭୁବନେଶ୍ୱର, ଚଂଡୀଗଢ଼, ଚେନ୍ନଈ, ଗୁୱାହାଟୀ, ହୈଦରାବାଦ, ଜୟପୁର, ଜମ୍ମୂ, କାନପୁର, କଲିକତା, ମୁମ୍ବାଇ, ନାଗପୁର, ନୂଆ ଦିଲ୍ଲୀ, ପଟନା ଓ ଥିରୁୱନଂତପୁରମରେ ଅବସ୍ଥିତ । ଏହା ଛଡା ଗୋଟିଏ ସବ ଅଫିସ ଲଖନଊରେ ବି ଅଛି । ପ୍ରିଣ୍ଟ ହୋଇଥିବା ନୋଟ ସର୍ବେ ପ୍ରଥମେ ଏହି ଅଫିସରେ ପହଞ୍ଚି ଥାଏ । ଏହି ସ୍ଥାନରୁ ତାଙ୍କୁ କମର୍ଶିୟଲ ବ୍ୟାଙ୍କର ସଖା ଗୁଡିକ ପାଖକୁ ପହଞ୍ଚି ଥାଏ ।

ନୋଟ ତିଆରି କରିବା ସମୟରେ ସେହି ନୋଟର ଗୁଡିଅକର ସଠିକ ଅବଧି ଠିକ କରାଯାଇଥାଏ । ଏହି ଅବଧି ସମାପ୍ତ ହେବା ପରେ କିମ୍ବା ନୋଟ ଖରାପ ହେବା ପରେ ରିଜର୍ବ ବ୍ୟାଙ୍କ ଏହାକୁ ଫେରାଇ ନିଏ । ବ୍ୟାଙ୍କ ନୋଟ ଓ ମୁଦ୍ରା ସର୍କୁଲେଶନ ଫେରି ଆସିବା ପରେ ଏହାକୁ ଇସ୍ୟୁ ଅଫିସରେ ଜମା କରି ଦିଆଯାଏ ।

ବିଦେଶ କିମ୍ବା ହୋଶଂଗାବାଦରୁ ଆସିଥିବା ପେପର ଶୀଟ ଏକ ଖାସ ମେସିନ ସାୟମଂଟନରେ ପକା ଯାଏ । ପୁଣି ଏକ ଅନ୍ୟ ମେସିନ ଯାହାକୁ ଇଂଟାବ୍ୟୁ କୁହାଯାଏ ଏହି ପେପରକୁ ରଙ୍ଗ କରିଥାଏ । ଅର୍ଥାତ ଶୀଟ ଉପରେ ନୋଟ ଛପିଯାଏ । ଏହା ପରେ ଭଲ ଓ ଖରାପ ନୋଟକୁ ଅଲଗା କରାଯାଏ । ଗୋଟିଏ ଶୀଟ ଉପରେ ୩୨ରୁ ୪୮ ନୋଟ ହୋଇଥାଏ । ଏହା ପରେ ଏହି ନୋଟ ଉପରେ ନମ୍ବର ଚଢାଯାଏ । ପୁଣି ଥରେ ନୋଟର ଯାଞ୍ଚ କରାଯାଏ । ପୁଣି ଏହାକୁ ପ୍ୟାକ କରାଯାଏ । ପ୍ୟାକିଙ୍ଗ ପରେ ନୋଟ ଗୁଡିକୁ ବିଶେଷ ସୁରକ୍ଷା ଟ୍ରେନରେ ଭାରତୀୟ ରିଜର୍ବ ବ୍ୟାଙ୍କ ପର୍ଯ୍ୟନ୍ତ ପଠାଇ ଦିଆଯାଏ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଦେଶଦୁନିଆ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।