ଜନଧନ ଆକ୍କାଉଣ୍ଟ ଦେଶର ସବୁ ଜାଗାରେ ଅନେକ ଲୋକଙ୍କ ଖୋଲିଛନ୍ତି। ଏହି ଅକ୍କାଉଣ୍ଟ ଧାରି ଲୋକଙ୍କୁ ମହଙ୍ଗା ପଡୁଥିଲା । ଏହାର କାରଣ ହେଉଛି କିଛି ବ୍ଯାଙ୍କ ସୀମିତ ଟ୍ରାଜାକ୍ସନ ଉପରେ ୨୦ ପଇସାର ଚାର୍ଜ କାଟୁଥିଲେ । ଏହି ଚାର୍ଜ “BSBDA” ଆକ୍କାଉଣ୍ଟରେ ୪ ଥର ରୁ ଅଧିକ ଧନରାଶି ଆଦାନ ପ୍ରଦାନ ହେଲେ ମାତ୍ରେ ଚାର୍ଜ ଆଦାୟ କରାଯାଉଥିଲା । ଏହି କାରଣରୁ ଲୋକଙ୍କୁ ଡିଜିଟାଲ କାରବାର ମହଙ୍ଗା ପଡୁଥିଲା । ଏଥିପାଇଁ ଗ୍ରାହକକୁ ଅନେକ ଅସୁବିଧାର ସମୁଖିନ ହେବାକୁ ପଡୁଥିଲା । “ଆଇ ଆଇ ଟି’ ବମ୍ବେର ଗଣିତ ବିଭାଗର ଏକ ଅଧ୍ୟାପକ ଆଶିଷ ଦାସ ନିଜର ରିପୋର୍ଟରେ ଦର୍ଶାଇଛନ୍ତି କି ଅନ୍ୟ ବ୍ଯାଙ୍କ ଆକ୍କାଉଣ୍ଟ ଟ୍ରାଜାକ୍ସନ ତୁଳନାରେ,”BSBDA”ଆକ୍କାଉଣ୍ଟରୁ ଅଧିକ ଋଣ ଆଦାୟ କରାଯାଉଥିଲା ।
ଏହି ରିପୋର୍ଟ ଅନେକ ବିବରଣୀ ପ୍ରଦାନ କରୁଛି ଯାହା ଆଗରୁ ଜନସାଧାରଣଙ୍କ ଆଗରେ ପ୍ରକାଶ ପାଇ ନଥିଲା।”ଆଶିଷ ଦାସ”ଙ୍କ ରିପୋର୍ଟରେ ଦର୍ଶା ଯାଇଛିକି ପ୍ରତେକ ମାସକୁ ୪ ରୁ ଅଧିକ ଡେବିଟ ହେଲେ ବ୍ଯାଙ୍କ ଦ୍ଵାରା ୧୭.୭ ଟଙ୍କା ପ୍ରତେକ ଡେବିଟ ପିଛା କଟୁଥିଲା ।
୨୦୧୫ ଓ ୨୦୨୦ ଭିତରେ ଏଭଳି ୧୨ କୋଟି ଖାତାରୁ ଅତି କମ୍ ରେ ୩୦୦ କୋଟି ଟଙ୍କା ଆଦାୟ ହୋଇଥିଲା ।ସେହି ଭଳି “ପଞ୍ଜାବ ନେସନାଲ” ବ୍ଯାଙ୍କ ମଧ୍ୟ ୩.୯ କୋଟି
ଆକ୍କାଉଣ୍ଟରୁ ୯.୯ କୋଟି ଟଙ୍କା ଆଦାୟ କରାଯାଇଥିଲା । ଏହା ଛଡା ଅନ୍ୟ ପ୍ରକାର ଆକ୍କାଉଣ୍ଟରୁ ୨୦୨୧ ରେ ୨୦ ଟଙ୍କା ପ୍ରତେକ ଡେବିଟ ରେ ଆଦାୟ କରିବା ପାଇଁ ନିସ୍ପତି ନେଇଥିଲା ବ୍ଯାଙ୍କ।
ବ୍ଯାଙ୍କର ଏହିପରି କରିବାର କାରଣ ଥିଲା ,”RBI” ର ନୂଆ ସ୍କିମ । ଯେତେବେଳେ ସ୍କିମ ଅନୁସାରେ ପ୍ରତ୍ୟକ ମାସରେ କେବଳ ୪ ଥର ଉଇଡ୍ରାଲ କରିବାର ଅନୁମତି ପ୍ରଦାନ କରାଗଲା । ଏହା ପରେ ବ୍ଯାଙ୍କ ଏହା ମାନି ନେଇ ଚାଲିବାରେ ଲାଗିଲା କି ଏହି ସିମ୍ମିତ ସମୟ UPI କିମ୍ବା RUPAY କାର୍ଡ ମାଧ୍ୟମରେ ପଇସା ବାହାର କଲେ ଲାଗୁ ହେବ ।
ଯାହା ଦ୍ଵାରା ଅନେକ ଲୋକଙ୍କ ଖାତାରୁ ପ୍ରତେକ ଧନରାଶି ଆଦାନ ପ୍ରଦାନ ସମୟରେ ଅନେକ ପଇସା କଟିଯାଉଥିଲା । ମାତ୍ର ଯଦି ଆମେମାନେ “RBI” ନିୟମାବଳି ଉପରେ ନଜର ଦେବା ତେବେ, ବ୍ଯାଙ୍କ ଏହି ସେବା ଉପରେ କୌଣସି ଚାର୍ଜ ଲାଗୁ କରିପାରିବ ନାହିଁ । କେତେକ ବ୍ଯାଙ୍କ ଗ୍ରାହକଙ୍କ ଏହି ୪ ଟି ଡେବିଟ ହେବା ପରେ ଗ୍ରାହକଙ୍କ ଆକ୍କାଉଣ୍ଟକୁ ବ୍ଲକ କରି ଦେଇଥିଲେ ।
ଏହି ଅସୁବିଧାର ସମାଧାନ ପାଇଁ “RBI” ବ୍ଯାଙ୍କକୁ ୨୦୧୯ ରେ ଅନୁମତି ଦେଲା କି ୪ ଥରରୁ ଅଧିକ ଧନରାଶି ଆଦାନ ପ୍ରଦାନ ହେଲା ପରେ ହିଁ ବ୍ଯାଙ୍କ ଚାର୍ଜ କାଟି ପାରିବ । ବ୍ଯାଙ୍କ ଏହାକୁ ସ୍ଵୀକାର କରି ୨୦୧୯ ରୁ ନିୟମ ଲାଗୁ ମଧ୍ୟ କରି ଦେଲା । ଯେତେବେଳେ କି ଏହା ବିଷୟରେ ଉଚିତ ତର୍କ ଅବଶ୍ୟକ ଥିଲା ସେତେବେଳେ ସବୁ ନୀରବ ଥିଲେ । ତେବେ ଅପଣଙ୍କ ମତ କଣ ? ଜନ ଧନ ଯୋଜନା ମଧ୍ୟମରେ”BSBDA” ଲୋକକ ସହ ଏମିତି କରିବା କେତେ ମାତ୍ରାରେ ଠିକ ଅଟେ । ଯଦି ଆପଣଙ୍କୁ ଅମର ଏହି ସୂଚନା ଭଲ ଲାଗେ ତେବେ ନିଶ୍ଚୟ ଗୋଟେ ଲାଇକ କରନ୍ତୁ।