ଚୀନର ଆଉ ଏକ ବଡ ଚକ୍ରାନ୍ତର ପର୍ଦାଫାଶ, ଭାରତର ଆନ୍ତରିକ ସୁରକ୍ଷା ସହିତ ଖେଳୁଛି

କରୋନା ଭାଇରସ ମହାମାରୀର ସୂତ୍ରଧାର ଚୀନର ଠକାମି ଦିନକୁ ଦିନ ବଢିବାରେ ଲାଗିଛି । ବର୍ତ୍ତମାନ ଚୀନର ଏକ ବଡ ମୋବାଇଲ କମ୍ପାନୀ ଭାରତର ଆନ୍ତରିକ ସୁରକ୍ଷା ସହିତ ଖେଳିଛି । ଏହି ପ୍ରକରଣରେ ମୋବାଇଲ କମ୍ପାନୀ ବିରୁଦ୍ଧରେ ମେରଠରେ କେସ କରାଯାଇଛି । ସାରା ବିଶ୍ଵରେ ମୋବାଇଲ ଫୋନ ବଜାରର ଏକ ବଡ ଭାଗ ଦଖଲ କରୁଥିବା ଚୀନ ଭାରତରେ ବେପାର ମାନ୍ଦା ହୋଇଥିବାର ଦେଖି ଠକାମି କାମ ଆରମ୍ଭ କରିଛି । ଏହି କାମ ଭାରତର ଆନ୍ତରିକ ସୁରକ୍ଷା ସହ ଖେଳିବା ସହିତ ବହୁତ ବିପଦଜନକ ମଧ୍ୟ ଅଟେ । ଚୀନର ଏକ ବଡ ମୋବାଇଲ କମ୍ପାନୀ ଭିଭୋ ଭାରତରେ ଗୋଟିଏ ହିଁ ଆଇଏମଇଆଇ (IMEI) ନମ୍ବରର ହଜାର ହଜାର ମୋବାଇଲ ଫୋନ ବଜାରରେ ଲଞ୍ଚ କରିଛି ।

କେନ୍ଦ୍ରଶାସିତ ପ୍ରଦେଶ ଏବଂ ଦେଶର ୨୮ଟି ରାଜ୍ୟରେ ବିଭିନ୍ନ ଜାଗାରେ ସମାନ ଆଇଏମଇଆଇ ନମ୍ବରରେ ଅନେକ ମୋବାଇଲ ଫୋନ ସକ୍ରିୟ ହେବାର ପ୍ରମାଣ ସଂଗ୍ରହ କରିଛି ପୋଲିସ । ଉତ୍ତରପ୍ରଦେଶରେ ଗୋଟିଏ ହିଁ ଆଇଏମଇଆଇ ନମ୍ବରରେ ସକ୍ରିୟ ମୋବାଇଲ ଫୋନ ସଂଖ୍ୟା ସବୁଠାରୁ ଅଧିକ ଅଟେ । ୟୁପିରେ ମଧ୍ୟ ପଶ୍ଚିମ ଉତ୍ତରପ୍ରଦେଶ ଅଧିକ ସଂମ୍ବେଦନଶୀଳ ଅଟେ । ପୋଲିସ ନେଟୱାର୍କିଙ୍ଗ କମ୍ପାନୀ ଏବଂ ମୋବାଇଲ ନିର୍ମାତା ଭିଭୋକୁ ସମସ୍ତ ନୋଟିସ ଜାରି କରିଛି ।

ସବୁ ମୋବାଇଲ ଫୋନରେ ଆଇଏମଇଆଇ ଅର୍ଥାତ ଆନ୍ତର୍ଜାତୀୟ ମୋବାଇଲ ଉପକରଣ ଆଇଡେଣ୍ଟି ନମ୍ବର ଥାଏ । ଏହା ଗୋଟିଏ ପ୍ରକାରର ମୋବାଇଲ ଚିହ୍ନଟ କରିବାର ଉପାୟ ଅଟେ । ଯେକୌଣସି କମ୍ପାନୀ ଗୋଟିଏ ମୋବାଇଲକୁ ଗୋଟିଏ ଆଇଏମଇଆଇ ଦେଇଥାଏ । ଏହାକୁ ଅସ୍ଵୀକାର କରି ଚୀନର ମୋବାଇଲ କମ୍ପାନୀ ଦେଶରେ ଆଇଏମଇଆଇ ନମ୍ବର ସହିତ ବ୍ୟବହୃତ ୧୩,୫୦୦ରୁ ଅଧିକ ମୋବାଇଲ ଲଞ୍ଚ କରିଛି । ଭାରତରେ ଗୋଟିଏ ଆଇଏମଇଆଇ ନମ୍ବରର ୧୩ ହଜାରରୁ ଅଧିକ ମୋବାଇଲ ଫୋନର ମାମଲା ସାମନାକୁ ଆସିବାରୁ ମେରଠର ପୋଲିସ ବିଭାଗରେ ଉତ୍ତେଜନା ସୃଷ୍ଟି ହୋଇଥିଲା ।

ବର୍ତ୍ତମାନ ମେରଠରେ ଚୀନର ମୋବାଇଲ କମ୍ପାନୀ ଭିଭୋ ବିରୁଦ୍ଧରେ କେସ ରୁଜୁ ହୋଇଛି । ମେରଠ ଜୋନ ପୋଲିସର ସାଇବର କ୍ରାଇମ ସେଲ ଅନୁସନ୍ଧାନରେ ଏହା ପ୍ରକାଶ ପାଇଛି । ଚୀନର ଭିଭୋ କମ୍ପାନୀ ଏବଂ ତାର ସର୍ଭିସ ସେଣ୍ଟର ବିରୁଦ୍ଧରେ ଏକ ଠକେଇ ମାମଲା ପଞ୍ଜୀକରଣ କରିବା ପରେ ମେରଠର ମେଡିକାଲ ଥାନା ପୋଲିସ ତଦନ୍ତ ଆରମ୍ଭ କରି ଦେଇଛି । ଭାରତର ଆନ୍ତରିକ ସୁରକ୍ଷା ଦୃଷ୍ଟିରୁ ଏହା ଭିଭୋ କମ୍ପାନୀର ଏକ ବିରାଟ ଅଭାବ ବୋଲି ବିବେଚନା କରାଯାଇଛି । ପୋଲିସ ମହାନିର୍ଦେଶକ ମେରଠର କାର୍ଯ୍ୟଳୟରେ କାର୍ଯ୍ୟରତ ସବଇନ୍ସପେକ୍ଟର ଆଶାରାମ ଙ୍କ ପାଖରେ ଭିଭୋ କମ୍ପାନୀର ମୋବାଇଲ ଅଛି ।

ସ୍କ୍ରିନ ଭାଙ୍ଗିଯିବାରୁ ସେ ତାହାକୁ ବଦଳାଇବା ପାଇଁ ୨୪ସେପ୍ଟେମ୍ବର ୨୦୧୯ରେ ମେରଠରେ ଦିଲ୍ଲୀରୋଡର ଭିଭୋ ସର୍ଭିସ ସେଣ୍ଟରକୁ ଦେଇଥିଲେ । ବ୍ୟାଟ୍ରି, ସ୍କ୍ରିନ ଏବଂ ଏଫଏମ ବଦଳାଇ ସର୍ଭିସ ସେଣ୍ଟର ତାଙ୍କୁ ମୋବାଇଲ ଦେଇ ଦେଇଥିଲା । ଏହାର କିଛିଦିନ ପରେ ମୋବାଇଲ ଡିସପ୍ଲେରେ ଏରର ଆସିବା ଆରମ୍ଭ ହୋଇଗଲା । ଏହାପରେ ମାମଲା ଅଭିଯୋଗ ହେବାପରେ ତତ୍କାଳୀନ ଏଡିଜୀ ପ୍ରଶାନ୍ତ କୁମାର ମେରଠ ଜୋନ ପୋଲିସର ସାଇବର କ୍ରାଇମ ସେଲ ପ୍ରଭାରୀ ପ୍ରବଳ କୁମାର ପଙ୍କଜ ଏବଂ ସାଇବର ଏସ୍କପଟର୍ସ ବିଜୟ କୁମାରଙ୍କୁ ଯାଞ୍ଚର ନିର୍ଦେଶ ଦେଲେ ।

ଏହି ଯାଞ୍ଚରୁ ଜଣାପଡିଲା କି ଆଶାରାମଙ୍କ ମୋବାଇଲ ବାକ୍ସରେ ଯେଉଁ ଆଇଏମଇଆଇ ଲେଖାହୋଇଛି ତାହା ବର୍ତ୍ତମାନ ଆଇଏମଇଆଇ ନମ୍ବର ଠାରୁ ଅଲଗା ଅଟେ । ଏହାପରେ ପ୍ରକରଣ ଗମ୍ଭୀର ହେବା କାରଣରୁ ସାଇବର ସେଲ ମୋବାଇଲରେ ଜିଓ କମ୍ପାନୀର ସିମ ମିଳିବା ପରେ ସେହି ଆଇଏମଇଆଇକୁ ଟେଲିକମ କମ୍ପାନୀକୁ ପଠାଇ ଡାଟା ମାଗିଥିଲେ । ସେଠାରୁ ରିପୋର୍ଟ ଆସିଲା କି ୨୪ ସେପ୍ଟମ୍ବର ୨୦୧୯ ସକାଳ ୧୧ରୁ ୧୧.୩୦ ମଧ୍ୟରେ ବିଭିନ୍ନ ରାଜ୍ୟରେ ଭିଭୋ ମୋବାଇଲ ଏହି ଆଇଏମଇଆଇ ନମ୍ବରରେ ୧୩୫୫୭ ଫୋନ ଚାଲିଛି ।

ଅଭିଯୋଗ ପରେ ଅନୁସନ୍ଧାନ ପରେ ମାମଲା ପଞ୍ଜୀକୃତ ହୋଇଛି

ଏଡିଜି ମେରଠ ରାଜୀବ ସବରବାଲ କହିଛନ୍ତି କି ଅଭିଯୋଗ ହେବା ପରେ ଏହି କେସର ଅନୁସନ୍ଧାନ ହେବା ପରେ ଜଣାପଡିଲା କି ଭିଭୋ ମୋବାଇଲ କମ୍ପାନୀ ଗୋଟିଏ ଆଇଏମଇଆଇ ନମ୍ବରରେ ଅନେକ ମୋବାଇଲ ଚାଲିଛି ଯାହା ନିୟମକୁ ଉଲଂଘନ କରିବା ସହିତ ଦେଶର ସୁରକ୍ଷା ପାଇଁ ମଧ୍ୟ ବିପଦ ଅଟେ । ରାଜୀବଙ୍କ ଅନୁସାରେ ଯେତେବେଳେ ଚାଇନୀଜ ଫୋନ ଆସିଥିଲା ସେତବେଳେ ତାର ଆଇଏମଇଆଇ ନମ୍ବର ଗୋଟିଏ ଥିଲା ସୁରକ୍ଷା ପାଇଁ ଏହାକୁ ବଦଳାଇ ଗୋଟିଏ ଆଇଏମଇଆଇ ନମ୍ବର କେବଳ ଗୋଟିଏ ମୋବାଇଲକୁ ଦିଆଯିବ ବୋଲି ଭାରତ ସରକାର ଘୋଷଣା କରିଥିଲେ ।

ଭିଭୋର ନୋଡାଲ ଅଫିସରକୁ ନୋଟିସ

ଏହି ମାମଲାରେ ଭିଭୋ ଇଣ୍ଡିଆର ନୋଡାଲ ଅଧିକାରୀ ହରମାନଜିତ ସିଂହଙ୍କୁ ୯୧ ସିଆରପିସି ଅଧୀନରେ ସାଇବର ସେଲ ନୋଟିସ ଦେଇଥିଲା । ନୋଟିସର ଉତ୍ତରରେ ପୋଲିସ ସନ୍ତୁଷ୍ଟ ନଥିଲେ । ସାଇବର ସେଲ ସ୍ଵୀକାର କରିଛି କି ଏହି ମାମଲାରେ ମୋବାଇଲ କମ୍ପାନୀର ଅବହେଳା ଏବଂ ଟ୍ରାଇ ନିୟମର ଉଲଂଘନ ହୋଇଛି ।

ଏହା ହୋଇପାରେ ବିପଦ

ପୋଲିସ ଅଧିକାରୀ କହିଛନ୍ତି କି ଏମିତି ହେବା ଦ୍ଵାରା ବଡ ଅସୁବିଧା ହେବ କି ଚୋରୀ ହୋଇଥିବା ମୋବାଇଲ ବିଷୟରେ ଜାଣିବା ବହୁତ କଷ୍ଟ ହୋଇଯିବ । ଏହିଭଳି ପରିସ୍ଥିତିରେ ଅପରାଧୀ ସବୁବେଳେ ଆଇଏମଇଆଇ ନମ୍ବର ବଦଳାଇ ଖସିଯିବା ପାଇଁ ଚେଷ୍ଟା କରିବ ।

ସବୁ ମୋବାଇଲରେ ସଫ୍ଟୱୟାରର ଦୁଇ ପାର୍ଟ

ପୋଲିସ କହିଛନ୍ତି କି ପ୍ରତ୍ୟକ ମୋବାଇଲରେ ସଫ୍ଟୱେୟାର ର ଦୁଇଟି ପାର୍ଟ ଥାଏ । ଭିଭୋ କମ୍ପାନୀ ମୋବାଇଲରେ ସହଜରେ ଆଇଏମଇଆଇ କେସ ବଦଳାଇ ଦିଆଯାଇଛି । ଏହା ବିଷୟରେ ଜାଣିବା ପାଇଁ କମ୍ପାନୀ ଠାରୁ ସିକ୍ୟୁରିଟି ଫିଚରର ସୂଚନା ମଗାଯାଇଛି । ଏହାର ଯାଞ୍ଚ କରାଯାଉଛି ।

ଉଲ୍ଲଙ୍ଘନ ଅପରାଧ ଶ୍ରେଣୀରେ

ବିଶେଷ ପରିସ୍ଥିତିରେ ମୋବାଇଲର ଆଇଏମଇଆଇ ନମ୍ବରକୁ ବଦଳାଇବା ପାଇଁ ସୁରକ୍ଷା ଦୃଷ୍ଟିରୁ ବହୁତ ନିୟମ କରାଯାଇଛି ଯାହାର ଉଲ୍ଲଙ୍ଘନ ଅପରାଧ ଶ୍ରେଣୀରେ ଆସିଥାଏ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।