ଏହି କାରଣରୁ ପିତା ସୈଫଙ୍କ ସହ ରହୁ ନାହାନ୍ତି ସାରା ଅଲି ଖାନ

ସୈଫ ଅଲୀ ଖାନଙ୍କ ଝିଅ ସାରା ଅଲୀ ଖାନ ଆଜି ବଲୀଉଡ ଇଣ୍ଡଷ୍ଟ୍ରିର ଜଣେ ଜଣା ଶୁଣା ଷ୍ଟାର ହୋଇ ଯାଇଛନ୍ତି । ଲକ୍ଷ ଲକ୍ଷ ହୃଦୟରେ ରାଜ କରୁଥିବା ସାରାଙ୍କ ଚୂଲବୁଲି ନେଚର ଦ୍ଵାରା ତାଙ୍କୁ ସମସ୍ତେ ପସନ୍ଦ କରନ୍ତି ଓ ସମସ୍ତେ ଏହା ବି ଜାଣନ୍ତି କି ସେ ନିଜର ଭାଇ ଓ ମାଙ୍କୁ କେତେ ଭଲ ପାଆନ୍ତି । କହିବାକୁ ଗଲେ ସେ ବର୍ତ୍ତମାନ ଦିନରେ ନିଜ ଭାଇ ଓ ମାଙ୍କ ସହିତ ମିଶି ଭିଡିଓ ଓ ଫଟୋ ଶେୟାର କରୁଥିବାର ନଜର ଆସୁଛନ୍ତି । ତାଙ୍କ ସହିତ ମସ୍ତି କରୁଛନ୍ତି ।

କହିବାକୁ ଗଲେ ଯେମିତି କି ପୁରା ଦୁନିଆ ଜାଣିଛି କି ସୈଫ ଅଲୀ ଖାନ ଓ ଅମୃତା ସିଂହଙ୍କ ତଲାକ ପରେ ସାରା ଅଲୀ ଖାନ ନିଜ ମାଙ୍କ ପାଖରେ ହିଁ ରହୁଛନ୍ତି । କିନ୍ତୁ ସାରା ସୈଫ ଅଲୀ ଖାନ କେବେ ବି ଏହି କଥା ବିଷୟରେ କିଛି ବି କହି ନାହାନ୍ତି କି ସେ ପିତା ସୈଫ ଅଲୀ ଖାନଙ୍କ ସହିତ କାହିଁକି ରହୁ ନାହାନ୍ତି । କିନ୍ତୁ ବର୍ତ୍ତମାନ ହିଁ ସାରାଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଏହି କଥା ବିଷୟରେ ଖୋଲି କରି କଥାବାର୍ତ୍ତା କରୁଛନ୍ତି ଓ କହୁଛନ୍ତି କି ସେ ପିତା ସୈଫ ଅଲୀ ଖାନଙ୍କ ସହିତ କାହିଁକି ରହୁ ନାହାନ୍ତି ।

ଇଣ୍ଟରଭିୟୁରେ ସାରା କହିଲେ କି, ‘ମୋର ମା ମୋତେ ପିଲାଦିନୁ ହିଁ ପାଳନ କରିଛନ୍ତି ଓ ଭାଇ ଇବ୍ରାହିମ ହେବା ପରେ ମା ଆମ ଦୁଇ ଜଣଙ୍କୁ ନିଜର ସମସ୍ତ ସମୟ ଦେଉଥିଲେ । ଏତିକି ନୁହେଁ ସେ ଆମ ପାଇଁ ତାଙ୍କର କ୍ୟାରିୟର ପର୍ଯ୍ୟନ୍ତ ବି ଛାଡି ଦେଲେ । କେବଳ ଆମର ଦେଖାଶୁଣା କରିବା ପାଇଁ । ଯେଉଁ ଘରେ ଏକା ସହିତ ମୋର ମାତା ପିତା ଖୁସିରେ ରହି ପାରିଲେ ନାହିଁ, ସେହି ଘରେ ମୁଁ ବି ରହି ପାରିବି ନାହିଁ ।

ମୋତେ କୌଣସି ବି ଜିନିଷର କିଛି ବି ଅସୁବିଧା ନାହିଁ । ଯେତେବେଳେ ପିତା ଦେଖା ହୁଅନ୍ତି ତ ଆମେ ତାଙ୍କ ସହିତ ବି ବହୁତ ଖୁସିରେ ରହିଥାଉ ।

କହିବାକୁ ଗଲେ ବର୍ତ୍ତମାନ ସାରା ନିଜ ମା ଅମୃତା ସିଂହଙ୍କ ସହିତ ରହୁଛନ୍ତି କିନ୍ତୁ ସେ ପିତା ସୈଫ ଅଲୀ ଖାନଙ୍କ ସହିତ ବି ଭଲ ବଣ୍ଡିଙ୍ଗ ରଖିଛନ୍ତି । ସେ କୁହନ୍ତି କି ଆମେ ପିତାଙ୍କ ସହିତ ରହୁ ନାହୁଁ ତଥାପି ସେ ଆମର ବହୁତ କେୟାର କରନ୍ତି । ଆମକୁ ଏମିତି କେବେ ବି ଲାଗେ ନାହିଁ କି ଆମେ ତାଙ୍କ ଠାରୁ ଦୂରରେ ଅଛୁ ।

ସାରା ଆଗକୁ କହିଲେ କି ତୈମୂର ସହ ପିତାଙ୍କ ବଣ୍ଡିଙ୍ଗ ଦେଖି ମୋତେ ବହୁତ ଭଲ ଲାଗିଥାଏ ଓ ଯେତେବେଳେ ସେ ତୈମୂରଙ୍କ ସହିତ ଥାଆନ୍ତି ତେବେ ତାକୁ ସମୟ ଦିଅନ୍ତି ଓ ଯେତେବେଳେ ସେ ଆମ ସହିତ ରହିଥାନ୍ତି ତେବେ ଆମକୁ ସମୟ ଦିଅନ୍ତି । ମୋତେ ଭଲ ଲାଗେ କି ପିତା ତୈମୂର ସହ ଭଲ ଏନଜୟ କରୁଛନ୍ତି । କାରଣ ତୈମୂର ତାଙ୍କ ଜୀବନରେ ଖୁସି ନେଇ ଆସିଛି । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।