ଜାଗୃତିଙ୍କୁ ଜାଣିଶୁଣି ବଦ୍‌ନାମ କରାଗଲା..ଆମ ବାହାଘରର ସାଢେ ୬ ବର୍ଷ ଭିତରେ ତ ସେ ନ ଥିଲେ । Anubhav Mohanty

ଦର୍ଶକ ବନ୍ଧୁ ସୁପର ଷ୍ଟାର ଅନୁଭବ ମହାନ୍ତି ଓ ବର୍ଷା ଙ୍କ ପାରିବାରିକ ମାମଲାରେ ଶୁଣାଣୀ ଗତ ଗୁରୁବାର ଦିନ ମାନ୍ୟବର ହାଇ କୋର୍ଟ ରାୟ ଶୁଣାଇ ସାରିଛନ୍ତି । ଆଉ ଏହା ପରେ ଅନୁଭବ ଙ୍କ ଖୁସି ନ କହିଲେ ସରେ । କାରଣ ଅନୁଭବ ଦୀର୍ଘ ଦିନରୁ ଯାହା ଚାହୁଁଥିଲେ ତାହା ଆଜି ସମ୍ଭବ ହୋଇପାରିଛି । ପରିବାର ଅଦାଲତ ଦୁହିଙ୍କର ଛାଡପତ୍ର କୁ ଖାରଚ କରିବା ପରେ ଅନୁଭବ ହାଇ କୋର୍ଟ ରେ ପିଟିସନ ଦାଖଲ କରିଥିଲେ ।

ଆଉ ଦୁହିଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ନ ଥିବା କାରଣରୁ ହାଇ କୋର୍ଟ ଦୁହିଙ୍କର ଛାଡପତ୍ରକୁ ମଞ୍ଜୁରୀ ଦେଇଛନ୍ତି । ଏହାପରେ ଅନୁଭବ ନିଜର ପ୍ରତିକ୍ରିୟା ଗଣମାଧ୍ୟମରେ ରଖିଛନ୍ତି । ଅନୁଭବ କହିଛନ୍ତି କି” ମୋ କାରଣରୁ ଜାଗୃତି ଙ୍କୁ ଯେଉଁ ବଦନାମ କରାଗଲା ବା ତାଙ୍କୁ ଜାଣିଶୁଣି ବହୁତ ଜିନିଷରେ ଘୋସଡା ଗଲା । ସେଥିପାଇଁ ସେ ବହୁତ ଭୋଗିଛନ୍ତି । ସ୍ଵାମୀ ସ୍ତ୍ରୀ ର ସମ୍ପର୍କ ଆମ ଭିତରେ କେବେ ବି ସ୍ଥାପିତ ହୋଇନ ଥିଲା ।

ସାଢେ 6 ବର୍ଷ ଭିତରେ ତ ଜାଗୃତି ନ ଥିଲେ । ବର୍ଷାଙ୍କ ଠାରୁ ଟିକେ ବି ଭଲ ପାଇବା କି ସମାନ ଯଦି ପାଇଥାନ୍ତି ତେବେ ସାରା ଜୀବନ ମୁଁ ଛାଡି ନ ଥାନ୍ତି । ମୁଁ ଡିଭୋର୍ସ ଆପ୍ଲାଏ କରିବା ପରେ ବର୍ଷା ଯଦି ସିନ୍ଦୁର କି ଚୁଡି ପିନ୍ଧିଥାନ୍ତେ ତା ହେଲେ ଆମକୁ ଏ ଦିନ ଦେଖିବାକୁ ପଡି ନ ଥାନ୍ତେ । ମୋ ବାହାଘର ଟା ସୋସିଆଲ ମିଡିଆ ପ୍ଲାଟଫର୍ମ ହୋଇଗଲାଣି । ମୁଁ ଡିଭୋର୍ସ ପାର୍ଟି ନିଶ୍ଚୟ ଦେବି ।

ଜାଗୃତି ମଲ୍ଟି ଟ୍ୟାଲେନ୍ଟେଡ ମହିଳା ଅଟନ୍ତି । ମୋ ପାଇଁ ସେ ବହୁତ କିଛି ହରେଇଛନ୍ତି । ଭଗବାନ କାରଣରୁ ତା ଠାରୁ ଅଧିକ ସେ ପାଆନ୍ତୁ । ସମସ୍ତେ କହୁଛନ୍ତି ଯେଉଁ କଥା କି ଜାଗୃତି ଙ୍କ ପାଇଁ ମୋର ଡିଭୋର୍ସ ହୋଇଲା ଏଟା ସଂପୂର୍ଣ୍ଣ ମିଛ କଥା । 2020ରୁ ମୋର ଜାଗୃତିଙ୍କ ସହ ପରିଚୟ ହେଲା ଆଉ ମୁଁ ତା ପର ଠାରୁ ଡିଭୋର୍ସ ପାଇଁ ଜିଦ ଧରିଲି । କିନ୍ତୁ 2014ରେ ମୋର ବିବାହ ହୋଇଥିଲା ।

ମୁଁ ବାହାଘର ସାଢେ 6 ବର୍ଷ ପରେ ଡିଭୋର୍ସ ଫାଇଲ କରିଲି । ଆମ ଭିତରେ ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କ କିଛି ନ ଥିଲା । ଆଉ ଏହି ସମୟରେ ତ ଜାଗୃତି ନ ଥିଲେ । ଗୋଟେ ନାରୀ ର ସମ୍ମାନ ବଢାଇବାକୁ ଯାଇ ଆଉ ଜଣେ ନାରୀର ସମ୍ମାନ କୁ ତଳି ତଳାନ୍ତ କରିବାକୁ ଚେଷ୍ଟା କରିଛନ୍ତି ବର୍ଷା ଆଉ ଜାଗୃତିଙ୍କୁ ହଇରାଣ ମଧ୍ୟ କରିଛନ୍ତି । ଅନ୍ୟ କୌଣସି ଝିଅ ପାଇଁ ମୁଁ ବର୍ଷାଙ୍କୁ ଛାଡିନି ।

ଏଟା ମୋର ବ୍ୟକ୍ତିଗତ ସମସ୍ଯା । ମୁଁ ଯେତିକି ଭଲ ପାଇବା ବର୍ଷାଙ୍କୁ ଦେଇଥିଲି ତାର 1% ମଧ୍ୟ ପାଇନି କି ସମ୍ମାନ ମଧ୍ୟ ପାଇନି । ମୋ ସହ ରହିବା ବେଳେ ବର୍ଷା ସିନ୍ଦୁର ଓ ଚୁଡି ଲଗାଉଥିଲେ କିନ୍ତୁ ଡିଭୋର୍ସ ଫାଇଲ ପରେ ସେ ଏସବୁ କିଛି କରି ନାହାନ୍ତି” । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।