ମୁହଁ ଖୋଲିଲେ ବର୍ଷା, ଏବେ ଅନୁଭବ ଙ୍କ ସବୁ ଖୁସି ପାଣି ଫୋଟକା ପଟି ମିଳେଇ ଯିବ ।

ନମସ୍କାର ବନ୍ଧୁଗଣ । ହାଇ କୋର୍ଟ ରେ କେନ୍ଦ୍ରପଡା ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ଙ୍କ ବିବାହ ବିଛେଦ ପାଇଁ ଅନୁମତି ମିଳି ଯାଇଛି ଗତ ଗୁରୁବାର ଦିନ । ଆଉ ଏହା ପରେ ବର୍ଷା ଏବେ ମନେ ମନେ ଚିନ୍ତା କରୁଥିବେ କି ଅନୁଭବ ତାଙ୍କର କେତେ ବଡ କ୍ଷତି କରି ଦେଲେ । ସବୁ ମର୍ଯ୍ୟାଦା କୁ ଅନୁଭବ ପାର କରି ଦେଲେ । ଅନୁଭବ ତାଙ୍କ ସିନ୍ଦୁର ର ମହତ୍ଵ ବୁଝି ପାରିଲେ ନାହିଁ । ଅନୁଭବ ଖାଲି କହିଲେ କି ସବୁ ବର୍ଷା ଙ୍କର ଭୁଲ ।

ଏ ସବୁ ଶୁଣିବା ପରେ ମଧ୍ୟ ବର୍ଷା ଚୁପ ରହିଲେ । କିନ୍ତୁ ଅନୁଭବ ଗୋଟେ ପରେ ଗୋଟେ ଅଭିଯୋଗ ବର୍ଷା ଙ୍କ ନାଁ ରେ ଆଣି ଚାଲିଲେ । ଆଉ ବର୍ଷା ଚୁପ ରହିଲେ । କାରଣ ବର୍ଷା ଅନୁଭବ ଙ୍କୁ ବହୁତ ଭଲ ପାଆନ୍ତି ଓ ନିଜ ସ୍ଵାମୀ ରୂପେ ସମ୍ମାନ ମଧ୍ୟ ଦିଅନ୍ତି । କିନ୍ତୁ ମାନ୍ୟବାର କୋର୍ଟ ଙ୍କ ଏହି ନିଷ୍ପତି ଆସିବା ପରେ ମୁହଁ ଖୋଲି ଥିଲେ ଅନୁଭବ ମହାନ୍ତି । ଆଉ ଅନୁଭବ କହିଥିଲେ ଦ୍ଵିତୀୟ ବିବାହ କରିବାକୁ ପ୍ଳାନ କରୁଛନ୍ତି ।

କିନ୍ତୁ ଏ ଯାଏଁ ଏ ବିଷୟରେ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି ବର୍ଷା । ଏବେ ଯାଏଁ ବି ବର୍ଷା ଚୁଲା ରହିଛନ୍ତି । ଯେବେ ବି ମାନ୍ୟବର କୋର୍ଟ ଦୁହିଙ୍କର ମାମଲା କୁ ନେଇ ଅନୁମତି ପ୍ରଦାନ କରି ସାରିଛନ୍ତି । ବହୁତ ଜଲ୍ଦି ଅନୁଭବ ଓ ବର୍ଷା ଙ୍କର ଛାଡପତ୍ର ହେବାକାଉ ଯାଉଛି । ପୂର୍ବରୁ କିନ୍ତୁ ପରିବାର ଅଦାଲତ ଦୁହିଙ୍କର ବିବାହ ବିଛେଦ କୁ ଖାରଚ କରିଥିଲେ ।

ଏହାକୁ ଚ୍ୟାଲେଞ୍ଜ କରି ଅନୁଭବ ହାଇ କୋର୍ଟ ର ଦ୍ଵାରସ୍ଥ ହୋଇଥିଲେ । ଏବେ ହାଇ କୋର୍ଟ ଙ୍କ ବିରୁଦ୍ଧରେ କଣ ସୁପ୍ରିମ କୋର୍ଟ ଯିବେ ବି ବର୍ଷା ? ଏହି ପ୍ରଶ୍ନ ଏବେ ସାଧାରଣ ରେ ଉଙ୍କି ମାରୁଛି । ଏବେ ସୁଧା ବର୍ଷା ସୁପ୍ରିମ କୋର୍ଟ ର ଦ୍ଵାରସ୍ଥ ହେବେ କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ । ତେବେ ବାକି ରହିଲା ଦେଖିବାକୁ ବର୍ଷା ଙ୍କର ଆଗାମୀ ପଦକ୍ଷେପ କଣ ରହିବ ?

ତେବେ ବର୍ଷା ଆଗକୁ କଣ କରିବେ କଣ ନାହିଁ ତାହା ତ ଜଣା ପଡି ନାହିଁ । କିନ୍ତୁ କୋର୍ଟ ର ଛାଡପତ୍ର ନିସ୍ପତି ଆସିବା ପରେ ବର୍ଷା ଏବେ ନିଶ୍ଚୟ ଭାଙ୍ଗି ପଡିଥିବେ । କାରଣ ସେ ଅନୁଭବ ଙ୍କ ସହ ଏକାଠି ରହିବାକୁ ଚାହୁଁ ଥିଲେ । କିନ୍ତୁ ଅନୁଭବ ଚାହୁଁ ନ ଥିଲେ । ଦେଖାଯାଉ ଆଗକୁ ଯାଇ ବର୍ଷା ନିଜ ସପକ୍ଷରେ କଣ ପ୍ରତିକ୍ରିୟା ରଖିଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।