ଯଦି ମୁଣ୍ଡକୁ ସବୁବେଳେ ଆସିଥାଏ ଫାଲତୁ ଚିନ୍ତାଧାରା, ତ ଏହି ଉପାୟରେ କରନ୍ତୁ ଦୂର

ସାଧାରଣତଃ ଆଜିକାଲିର ଦୁନିଆରେ ଲୋକମାନଙ୍କର ଚିନ୍ତା ଦିନକୁ ଦିନକୁ ଛୋଟ ହୋଇ ଯାଉଛି । ଡିଜିଟାଲ ଦୁନିଆରେ ଲୋକମାନେ ଅଯଥା ସମାଲୋଚନା ଓ ଫାଲତୁ କଥା ଚିନ୍ତା କରୁଛନ୍ତି । ଯାହାଫଳରେ ସେମାନଙ୍କ ଚିନ୍ତା ଛୋଟ ହୋଇ ଯାଉଛି ଓ ସେମାନେ ତାଙ୍କ ଜୀବନରେ ସଫଳ ହୋଇପାରୁ ନାହାନ୍ତି । ତେଣୁ ଆଜି ଆମେ ଆପଣମାଙ୍କୁ ଏମିତି କିଛି ଉପାୟ କହିବୁ ଯାହାର ଉପଯୋଗରେ ଆପଣ ନିଜର ଫାଲତୁ ଚିନ୍ତାକୁ ଦୂର କରିପାରିବେ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ଫାଲତୁ ଚିନ୍ତାକୁ ଦୂର କରିବା ପାଇଁ ପ୍ରଥମେ ଆପଣ ସ୍ଵୀକାର କରିବା ଶିଖନ୍ତୁ । ସ୍ଵୀକାର କରନ୍ତୁ ଯେ ଆପଣ ଅଧିକ ଚିନ୍ତା କରୁଛନ୍ତି । ଯଦି ଆପଣ କୌଣସି ସମସ୍ୟାରେ ଅଛନ୍ତି, ତେବେ ସେହି ସମସ୍ୟାକୁ ସ୍ଵୀକାର କଲେ ହିଁ ତାର ଉପାୟ  ବାହାରିବ । ଯଦି ଆପଣ ଅନ୍ୟ କାହା ବିଷୟରେ ଚିନ୍ତା କରୁଛନ୍ତି, ତେବେ ଆପଣ ସ୍ଵୀକାର କରନ୍ତୁ । ଏହା ଦ୍ଵାରା ଆପଣ ନିଜ ଭୁଲକୁ ଜାଣି ପାରିବେ ଓ ଏହାକୁ ସଂଶୋଧନ କରିପାରିବେ ।

୨. ଯଦି ଆପଣଙ୍କ ଦ୍ଵାରା କୌଣସି ଭୁଲ ହେଇଯାଇଛି, ତେବେ ଏଥି ପାଇଁ ଆପଣ ନିଜକୁ ଦାୟୀ କରନ୍ତୁ ନାହିଁ । କାରଣ ଭୁଲ ତ ମଣିଷ ଦ୍ଵାରା ହିଁ ହୋଇଥାଏ । ତେଣୁ ସବୁବେଳେ ନିଜକୁ କ୍ଷମା କରନ୍ତୁ ଓ ଧ୍ୟାନରେ ରଖନ୍ତୁ କି ସେହି ଭୁଲ ଯେମିତି ପୁନର୍ବାର ନ ହେବ । ନିଜ ଭୁଲକୁ ସବୁଠୁ ବଡ ଭୁଲ ଭାବନ୍ତୁ ନାହିଁ ଓ ସେହି ଭୁଲ ବିଷୟରେ ବାରମ୍ବାର ସମାଲୋଚନା କରନ୍ତୁ ନାହିଁ ।

୩. ଅଧିକ ଚିନ୍ତା କରୁଥିବା ଲୋକମାନେ ପ୍ରାୟତଃ ନିଜ ସହିତ କଥା ହୁଅନ୍ତି । ହେଲେ ଯଦି ଆପଣ ଏହି ଭୁଲ କରୁଛନ୍ତି, ତେବେ ନିଜ ଭୁଲକୁ ସୁଧାରନ୍ତୁ । ନିଜ ସହିତ କଥା ହୋଇ ଲୋକମାନେ ବହୁତ ଗଭୀର ଭାବନାରେ ହଜିଯାନ୍ତି ଓ ସେମାନେ ଏହା ଭୁଲିଯାନ୍ତି କି ସେମାନେ ନିଜ ସହ କଥା ହେଉଛନ୍ତି । ଏହା ଏକ ରୋଗ ମଧ୍ୟ କୁହାଯିବ ନାହିଁ । ହେଲେ ଏହା ଦ୍ଵାରା ଆପଣଙ୍କ ମନରେ ଫାଲତୁ ଚିନ୍ତା ଜାଗ୍ରତ ହେବ ତେଣୁ ନିଜ ସମସ୍ୟାର ସମାଧାନ କରନ୍ତୁ ।

୪. ଯଦି ଆପଣ ନିଜକୁ ଫାଲତୁ ଚିନ୍ତା କରିବାରେ ପାଇଁ ନିୟନ୍ତ୍ରଣ କରିପାରୁ ନାହାନ୍ତି, ତେବେ ଏହାର ଏକ ମାତ୍ର ଉପାୟ ହେଉଛି ଆପଣ ନିଜକୁ କୌଣସି କାର୍ଯ୍ୟରେ ବ୍ୟସ୍ତ ରଖନ୍ତୁ । ଏହା ଦ୍ଵାରା ଆପଣ କିଛି କାର୍ଯ୍ୟରେ ରହିବେ ଓ ସେହି କାର୍ଯ୍ୟ ସମ୍ବନ୍ଧିତ କଥା ଆପଣ ଚିନ୍ତା କରିବେ । ଯାହାଫଳରେ ଆପଣ କୌଣସି ପ୍ରକାରର ଫାଲତୁ ଚିନ୍ତା କରିପାରିବେ ନାହିଁ ।