ଯେଉଁ ଭିକାରିକୁ ଚା’ ଦେବାକୁ କରିଦେଇଥିଲେ ମନା, ତାର ଅସଲ ରୂପ ଦେଖି ଧରିନେଲେ ପାଦ, ଜାଣନ୍ତୁ କାହିଁକି

ଆପଣଙ୍କୁ ଭିକାରିମାନେ ମନ୍ଦିର ଓ ରାସ୍ତା ଘାଟ କେଉଁଠାରେ ବି ମିଳିଯିବେ । ଆପଣମାନେ ଏହି ଭିକାରିମାନଙ୍କୁ କିଛି ମୁଦ୍ରା ଦେଇଦିଅନ୍ତି । କାରଣ ସେମାନଙ୍କୁ ଦେଖିଲେ ଆପଣଙ୍କୁ ତାଙ୍କ ଉପରେ ଦୟାମନୋଭାବ ଆସିଥାଏ । ଭାରତ ପରି ଦେଶରେ ଅଧିକାଂଶ ଲୋକ ଏହି ପରି ଦରିଦ୍ରତାରେ ଜୀବନ ଅତିବାହିତ କରୁଛନ୍ତି । ଭିକ ମାଗି ନିଜର ଜୀବିକା ନିର୍ବାହ କରୁଛନ୍ତି । ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ଭିକାରି ବିଷୟରେ କହିବୁ ଯାହା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଆସନ୍ତୁ ଜାଣିବା ଏହି ଭିକାରି ବିଷୟରେ ।


ଆପଣ ମାନେ “ଫୁକରେ” ଫିଲ୍ମ ଦେଖିଥିବେ, ଏକ ଭିକାରି ପାଖରେ ଲକ୍ଷ ଲକ୍ଷ ଟଙ୍କା ଥିଲା । ଏହି ପରି ଏକ ଘଟଣା ସୋସିଆଲ ମିଡିଆରେ ଦୃତ ଗତିରେ ଭାଇରାଲ ହେଉଛି । ଏହି ଭିଡିଓରେ ଏକ ମେସେଜ ମଧ୍ୟ ଦିଆ ହୋଇଛି, ମେସେଜରେ ଲେଖା ହୋଇଛି ‘କିଏ କୁହେ ଭିକାରି ମାନଙ୍କ ପାଖରେ ଟଙ୍କା ନଥାଏ’ ।

ଭିଡିଓ ବିଷୟରେ କହିଲେ ଏହି ଭିକାରୀ ଜଣକ ଚା’ ପିଇବା ପାଇଁ ଚା’ ଦୋକାନକୁ ଯାଇଥିଲା । ଦୋକାନରେ ହୋଇଥିବା ଭିଡକୁ ଦେଖି ଦୋକାନ ମାଲିକ ଭିକାରିକୁ ଚେତାବନୀ ମାଧ୍ୟମରେ ବାହାରିଯିବା ପାଇଁ କହିଥିଲା, କାରଣ ଭିକାରି ଶରୀରରୁ ଦୁର୍ଗନ୍ଧ ଆସୁଥିଲା । ଦୋକାନୀର କଥା ଶୁଣି ଭିକାରିକୁ ରାଗ ଆସିଥିଲା । କାରଣ ସେ ଦୋକାନୀକୁ ଚାହା ମାଗିଥିଲା, ନା କି ଟଙ୍କା । ଯାହାକି ଦୋକାନୀ ମନା କରିଦେଲା ।

କିଛି ସମୟ ପରେ ଭିକାରି ତା’ର ପୋଷାକରେ ରଖିଥିବା ଟଙ୍କାକୁ ସମସ୍ତଙ୍କ ଆଗରେ ପଦର୍ଶନ କରିଥିଲା । ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଭିକାରି ବଡ ବଡ ନୋଟ ଲୋକମାନଙ୍କୁ ଦେଖାଇବା ଆରମ୍ଭ କରିଦେଇଥିଲା ।


ଏହାର ଭିଡିଓ କରୁଥିବା ବ୍ୟକ୍ତି ସେହି ଚା’ ଦୋକାନରେ ଥିଲା । ଭିଡିଓରେ ପ୍ରଥମେ ଭିକାରି ୧୦୦-୧୦୦ର ନୋଟ କାଢି ଥିଲା । ଏହାପରେ ସେ ୨୦, ୫୦, ୧୦୦, ୫୦୦ ଓ ୨୦୦୦ ଟଙ୍କାର ନୋଟ ବିଡା ମଧ୍ୟ ଦେଖାଇ ଥିଲା । ଏହାପରେ ଭିକାରି ନିଜ ପକେଟରେ ହାତ ପୁରାଇବାରୁ ବହୁତ ମାତ୍ରାରେ ମୁଦ୍ରାର ଶବ୍ଦ ଶୁଣା ଯାଇଥିଲା । ଏହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇରହିଯାଇଥିଲେ ।

ଭିକାରିର ଏହି ଅବସ୍ଥାକୁ ଦେଖି ଚା’ବାଲା ନତମସ୍ତକ ହେଲା । ଭିକାରିମାନଙ୍କ ପ୍ରତି ଥିବା ତା’ର ଧାରଣା ବଦଳିଗଲା । ଏହାପରେ ଦୋକାନୀ ଭିକାରିକୁ ନିଜ ପାଖରେ ବସାଇ ଚା’ ପିଆଇ ବିଦା କଲା । ଏହି ଭିଡିଓକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି । ସବୁ ସ୍ଥାନରେ ଏହି ଭିଡିଓ ଚର୍ଚାର ବିଷୟ ପାଲଟିଛି ।