ଗଣେଶ ମନ୍ଦିରରେ ଯାଇ ରଖିଦିଅନ୍ତୁ ଏହି ଖାସ ଜିନିଷ, ସବୁ ମନୋକାମନା ହେବ ପୂର୍ଣ୍ଣ

ମଣିଷ ମନରେ ଏମିତି କିଛି ଇଛା ଥାଏ ଯାହାକୁ ସେ ପୂରଣ କରିବା ପାଇଁ ଚାହିଁଥାଏ । ହେଲେ ବହୁତ ଥର ଚେଷ୍ଟା କରିବା ପରେ ମଧ୍ୟ ତାର ଏହି ସ୍ଵପ୍ନ ପୂରଣ ହୋଇପାରେ ନାହିଁ । ଏହି ପରିସ୍ଥିତିରେ ଆପଣମାନଙ୍କୁ କେବଳ ଭଗବାନ ଗଣେଶ ସାହାର୍ଯ୍ୟ କରିପାରିବେ । ଭଗବାନ ଗଣେଶ ନିଜ ଭକ୍ତଙ୍କର ମନୋକାମନା ପୂରଣ କରନ୍ତି, ସେଥିପାଇଁ ସେ ପ୍ରସିଦ୍ଧ ଅଟନ୍ତି । ଆପଣଙ୍କ ଇଛା ଏଥିପାଇଁ ପୂରଣ ହୋଇନଥାଏ କାରଣ ଆପଣଙ୍କୁ ନିଜ ଭାଗ୍ୟର ସାଥ ମିଳିନଥାଏ । ସେଥିପାଇଁ ଆପଣଙ୍କୁ ଭଗବାନ ଗଣେଶଙ୍କ ସାହାର୍ଯ୍ୟ କରି ପାରିବେ ।

ଆଜି ଆମେ ଆପଣଙ୍କୁ ଏମିତି ଏକ ଖାସ ଉପାୟ କହିବୁ ଯାହାକୁ କରିଲେ ଆପଣ ଭଗବାନ ଗଣେଶଙ୍କୁ ପ୍ରସନ୍ନ କରିପାରିବେ ଓ ଏହା ଦ୍ଵାରା ଗଣେଶ ଠାକୁର ଆପଣଙ୍କର ସମସ୍ତ ମନୋକାମାନ ପୂରଣ କରିବେ । ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ । ଆପଣଙ୍କୁ ଏହି ଉପାୟକୁ ଦୁଇଟି ଚରଣରେ କରିବାକୁ ହେବ ଓ ଆପଣ ଏହି ଉପାୟ କୌଣସି ଦିନରେ କରିପାରିବେ । ହେଲେ ଯଦି ଏହି ଉପାୟକୁ ବୁଧବାର ଦିନ କରିବେ ତେବେ ଆପଣଙ୍କୁ ଅଧିକ ଲାଭ ପ୍ରାପ୍ତି ହେବ ।

ଏହି ଉପାୟର ପ୍ରଥମ ଚରଣରେ ଆପଣ ବୁଧବାର ଦିନ ସକାଳେ ସ୍ନାନ କରିବା ପରେ ଆପଣ ଏକ ନଡିଆକୁ ନେଇ ତାକୁ ଫଟେଇ ସେହି ନଡିଆକୁ ଦୁଇ ଫାଳ କରିଦିଆନ୍ତୁ । ଏହା ପରେ ସେହି ନଡିଆକୁ ଆପଣଙ୍କ ଘରେ ଥିବା ଗଣେଶଙ୍କ ପ୍ରତିମା ସମ୍ମୁଖରେ ରଖିଦିଅନ୍ତୁ ଓ ପ୍ରତିମା ସାମ୍ନାରେ ଏକ ଶୁଦ୍ଧ ଘିଅର ଦୀପ ଜାଳି ଆଳତୀ କରନ୍ତୁ । ଆଳତୀ ସରିବା ପରେ ନଡିଆ ମଧ୍ୟରେ ମୁଦ୍ରା, ଗୋଟା ସୁପାରି ଓ ଗୋଟେ ଗୁଜୁରାତି ରଖିଦିଅନ୍ତୁ ଓ ଏହାକୁ ନେଇ ଗଣେଶଙ୍କ ମନ୍ଦିରକୁ ଯାଆନ୍ତୁ ।

ଗଣେଶଙ୍କ ମନ୍ଦିରକୁ ଗଲା ପରେ ଏହି ଉପାୟର ଦ୍ଵିତୀୟ ଚରଣ ଆରମ୍ଭ ହେବ । ନଡିଆକୁ ନେଇ ଆପଣ ଗଣେଶ ମନ୍ଦିରକୁ ଯାଆନ୍ତୁ ଓ ଲଡୁ ବା ଅନ୍ୟ କିଛି ଜିନିଷର ପ୍ରସାଦ ଚଢାନ୍ତୁ । ଏହି ପ୍ରସାଦର ଅଳ୍ପ ଅଂଶକୁ ଆପଣ ନଡିଆ ମଧ୍ୟରେ ରଖିଦିଅନ୍ତୁ ଓ ଏହି ନଡିଆକୁ ଗଣେଶଙ୍କ ସମ୍ମୁଖରେ ରଖିଦିଅନ୍ତୁ ।

ଏହି ନଡିଆ ମଧ୍ୟରେ ଥିବା ସମସ୍ତ ସାମଗ୍ରୀକୁ ଗୋଟେ ଫାଳ ନଡିଆରେ ରଖି ଆପଣ ତାହାକୁ ମନ୍ଦିରରେ ରଖିଦିଅନ୍ତୁ ଓ ଅନ୍ୟ ଖାଲି ଫାଳକୁ ପ୍ରସାଦ ରୂପରେ ଆପଣ ଘରକୁ ନେଇଆସନ୍ତୁ । ସେଠାରେ ଆପଣ ଗଣେଶଙ୍କ ସମ୍ମୁଖରେ ଆପଣଙ୍କ ମନୋସ୍କାମନା ମାଗିପରିବେ ଓ ସେହି ପ୍ରସାଦକୁ ଆପଣ ଶୀଘ୍ର ସେବନ କରିଦିଅନ୍ତୁ ।

ଆପଣମାନେ ଏହି ଉପାୟକୁ ପ୍ରୟୋଗ କଲେ ଆପଣଙ୍କର ମନୋକାମନା ବହୁତ ଶୀଘ୍ର ପୂରଣ ହୋଇଯିବ । ତେଣୁ ଏହି ଉପାୟକୁ ଭକ୍ତି ଓ ନିଷ୍ଠାର ସହ ପୂରଣ କରନ୍ତୁ ।