ଯଦି ଝିଟିପିଟିକୁ ଭୁଲରେ ମାରି ଦେଉଛନ୍ତି ତେବେ ତୁରନ୍ତ କରନ୍ତୁ ଏହି ଉପାୟ, ଝିଟିପିଟି ମାରିଲେ କଣ ହୋଇଥାଏ ଜାଣିଲେ ହୋସ୍ ଉଡିଯିବ

ଆମେ ଘରେ ଯେତେବେଳେ ଝିଟିପିଟି ଦେଖିଥାଉ ସେତେବେଳେ ଭୟ କରିଥାଉ । ଆଉ କିଛି ଲୋକ ମାନେ ଝିଟିପିଟିକୁ ଘୃଣା ମଧ୍ୟ କରିଥାନ୍ତି ତ ଆଉ କିଛି ଲୋକ ମାନେ ଏହାକୁ ଘରୁ ବାହାର କରିବାକୁ ଚେଷ୍ଟା କରିଥାନ୍ତି । ବିଭିନ୍ନ ଉପାୟ କରି ଅନେକ ଲୋକ ମାନେ ଝିଟିପିଟିକୁ ବାହାର କରିଥାନ୍ତି । ଆଉ କିଛି ଲୋକ ମାନେ ଭୟରେ ଝିଟିପିଟିକୁ ମାରି ଦିଅନ୍ତି । କିନ୍ତୁ ଏହା କରିବା ଉଚିତ ନୁହେ । ଆଜି ଆମେ ଆପଣ ମାନଙ୍କୁ ଝିଟିପିଟିକୁ ମାରିଲେ କେଉଁ ସବୁ ଅସୁବିଧା ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ବାସ୍ତୁ ଶାସ୍ତ୍ର ଅନୁସାରେ ପଶୁ ହତ୍ୟା କରିବା ଏକ ଦଣ୍ଡନୀୟ ଅପରାଧ ବୋଲି ମାନାଯାଏ ।

ବାସ୍ତୁ ଶାସ୍ତ୍ର ଅନୁସାରେ ଝିଟିପିଟିକୁ ମାରିଲେ ପାପ ଲାଗିଥାଏ । ଶାସ୍ତ୍ର ଅନୁସାରେ ଝିଟିପିଟିକୁ ଏକ ମହତ୍ବପୂର୍ଣ ପୃନୀ ବୋଲି ମାନା ଯାଇଛି । ଭାରତରେ ଏବେ ମଧ୍ୟ ଅନେକ ମନ୍ଦିର ରହିଛି ଯେଉଁଠାରେ ଝିଟିପିଟିକୁ ପ୍ରଥମେ ପୂଜା କରାଯିବା ପରେ ଠାକୁରଙ୍କୁ ପୂଜା କରାଯାଏ । ଯଦି ଘରେ ଝିଟିପିଟି କାନ୍ଥ ଉପରେ ଚାଲୁଥିବାର ଦେଖାଯାଏ ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । କିନ୍ତୁ ଝିଟିପିଟି ତଳକୁ ଖସୁଥିବା ଦେଖାଗଲେ ଏହା ବିପଦ ଆସିବାର ସଙ୍କେତ ଦେଇଥାଏ । ଏମିତି କିଛି ନିୟମ ରହିଛି ଯାହା ଝିଟିପିଟିକୁ ମାରିଲେ ବା ଘରେ ଦେଖା ଗଲେ କଣ ହୋଇଥାଏ ତାହା ନିମ୍ନରେ ଦିଆଗଲା ।

୧- ଝିଟିପିଟିକୁ ମା ଲକ୍ଷ୍ମୀଙ୍କର ପ୍ରତୀକ ବୋଲି କୁହାଯାଏ । ଯଦି ଆପଣଙ୍କ ଘରେ ଦୀପାବଳି ଦିନ ଝିଟିପିଟି ଦେଖାଯାଏ ତେବେ ତାକୁ ବାହାର ନ କରି ତା ଉପରେ ସିନ୍ଦୁର ଲଗାଇବା ଫଳରେ ଘରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ ଓ ଆପଣଙ୍କର ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଯଦି ୩ଟି ଝିଟିପିଟି ଏକା ସାଙ୍ଗରେ ଦେଖାଯାଏ ତେବେ ଏହା ଅତ୍ୟନ୍ତ ଶୁଭ ବୋଲି ମାନାଯାଏ ଓ ଧନ ପ୍ରାପ୍ତ ହେବାର ଯୋଗ ରହିଥାଏ।

୨- ଯଦି ଝିଟିପିଟି କାନ୍ଥରେ ଛାଡିବା ସମୟରେ ଭୁଲରେ ବି ତଳେ ପଡିଯାଏ ତେବେ ତାକୁ ମାରିବା ଉଚିତ ନୁହେ । ଶାସ୍ତ୍ର ଅନୁସାରେ ପୁରୁଷ ଓ ନାରୀ ମାନଙ୍କର ଅଙ୍ଗର କିଛି ବିଶେଷ ମହତ୍ତ୍ଵ ରହିଛି । ଯଦି ପୁରୁଷ ମାନଙ୍କର ଡାହାଣ ପଟେ ଓ ନାରୀ ମାନଙ୍କର ବାମ ପଟେ ଝିଟିପିଟି ପଡେ ତେବେ ଶୁଭ ଫଳ ପ୍ରାପ୍ତ ହୋଇଥାଏ ।

୩- ଯଦି ପୁରୁଷ ମାନକର ମସ୍ତକ, ଛାତି, ହୃଦୟ, ନାଭି ଉପରେ ଝିଟିପିଟି ପଡେ ତେବେ ଶୁଭ ହୋଇଥାଏ । ନାରୀ ମାନଙ୍କର ପିଠି ଉପରେ ଝିଟିପିଟି ପଡିଲେ ଶୁଭ ହୋଇଥାଏ । ପୁରୁଷ ମାନଙ୍କର ବାମ ପଟେ ଓ ନାରୀ ମାନଙ୍କର ଡାହାଣ ପଟେ ଝିଟିପିଟି ପଡିଲେ ଅଶୁଭ ହୋଇଥାଏ ।

୪-  ଯଦି ଆପଣଙ୍କ ସ୍ଵପ୍ନରେ ଝିଟିପିଟି ଦେଖାଯାଏ ତେବେ ଭବିଷ୍ୟତରେ ଧନ ଲାଭର ଯୋଗ ରହିଥାଏ । ଏହା ସହ ଯଦି ଆପଣ କରଜ କରିଥିବେ ତେବେ ଏଥିରୁ ମୁକ୍ତ ହୋଇପାରିବେ । ସେଥି ପାଇଁ ସ୍ଵପ୍ନରେ ଝିଟିପିଟି ଦେଖାବା ଅତ୍ୟନ୍ତ ଶୁଭ ବୋଲି ମାନାଯାଏ ।

୫- ଯଦି ଭୁଲରେ ଆପଣ ଝିଟିପିଟିକୁ ମାରି ଦେଇଛନ୍ତି ତେବେ ଏହାର ପ୍ରତିକାର ସ୍ୱରୂପ ପାଣିରେ କାଚ ବା ନଡିଆ ଭସାଇବା ଓ କଳା କୁକୁରକୁ ଖାଇବାକୁ ଦେବା ଉଚିତ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।