ଯେତେ କହିଲେ ବି ଶୁଣିଲେନି ସରକାର, ମ୍ୟାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ଅସମ୍ଭାଳ ହେଲାଣି ସ୍ଥିତି, କଣ ନିଷ୍ପତ୍ତି ନେବେ ସରକାର ?

ନିଜ ଜିଦରେ ଅଟଳ ରହିଛନ୍ତି ଓଡିଶା ଡ୍ରାଇଭର ସଂଘ । ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ସାରା ରାଜ୍ୟରେ ଯାନବାହାନ ସେବା ପ୍ରଭାବିତ ହୋଇପାରେ । ଅର୍ଥାତ ରାଜ୍ୟବ୍ୟାପୀ ହଳଦିଆ ନମ୍ବରପ୍ଳେଟ ଥିବା ଗାଡି ଚଳାଚଳ ବନ୍ଦ ହୋଇପାରେ । 10 ଦଫା ଦାବି ନେଇ ଆସନ୍ତାକାଲି ରାଜ୍ୟବ୍ୟାପୀ ଷ୍ଟିୟରିଂ ଛାଡ ଆନ୍ଦୋଳନ ଡାକରା ଦେଇଛି ଓଡିଶା ଡ୍ରାଇଭର ମହାସଂଘ । ଡ୍ରାଇଭର ପାଣ୍ଠି ଗଠନ, ସାମାଜିକ ନିରାପତ୍ତା, ଡ୍ରାଇଭରଙ୍କ ପାଇଁ ବୀମା, ପେନସନ, ସଡକ ଯାତ୍ରା ସମୟରେ ବିଭିନ୍ନ ସ୍ଥାନରେ ବିଶ୍ରାମଗାର, ଶୌଚଳୟ ବ୍ୟବସ୍ଥା ଆଦି 10 ଦଫା ଦାବି ନେଇ ଆନ୍ଦୋଳନ ଡାକରା ଦେଇଛି ଓଡିଶା ଡ୍ରାଇଭର ମହାସଂଘ ।

ସଂଘ ଦ୍ଵାରା ପୂର୍ବରୁ ଏସବୁ ଦାବି ପୂରଣ ନେଇ ରାଜ୍ୟ ସରକାରଙ୍କୁ ବାରମ୍ବାର ଅବଗତ କରା ଯାଇଥିଲେ ମଧ୍ୟ ଲିଣ୍ଠୁ କୌଣସି ସୁଫଳ ମିଳି ପାରିନାହିଁ । ତେଣୁ ଏହିସବୁ ଦାବିରେ ଆସନ୍ତାକାଲି ଠାରୁ ରାଜ୍ୟର ସବୁ ବ୍ଲକ, ସଦର ମହକୁମା ଓ କିଛି ମୁଖ୍ୟ ରାସ୍ତାରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ସଂଘ । ଏହି ଆନ୍ଦୋଳନ ବେଳେ ଜରୁରୀକାଳୀନ ସେବାରେ ନିୟୋଜିତ ଯାନବାହାନ ତଥା ଆମ୍ବୁଲାନ୍ସ ଓ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଗାଡି ଗୁଡିକୁ ବାଦ୍ ଦିଆଯିବ ବୋଲି କହିଛି ଡ୍ରାଇଭର  ମହାସଂଘ ।

ଏଥିପାଇଁ 30ଟି ଜିଲ୍ଲାର 314 ବ୍ଲକର ଡ୍ରାଇଭର ମାନେ ଦାବି ପୂରଣ ନେଇ ଆନ୍ଦୋଳନ କରିବାକୁ ଆଗେଇ ଆସିବେ । ନିଜ ଦାବି ପୂରଣ କରିବା ପାଇଁ ଡ୍ରାଇଭର ସମାଜ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଛି ବୋଲି କହିଛନ୍ତି ଓଡିଶା ଡ୍ରାଇଭର ସଂଘର ସଭାପତି ପ୍ରଶାନ୍ତ ମେନ୍ଦୁଲି । ତେବେ ରାଜ୍ୟ ଡ୍ରାଇଭର ସଂଘର ଏଭଳି ନିଷ୍ପତ୍ତିକୁ ନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଓ ରାଜ୍ୟ ଡ୍ରାଇଭର ମହାସଂଘଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି ।

କାରଣ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଏହି ଆନ୍ଦୋଳନକୁ ସମର୍ଥନ କରୁନାହିଁ । ଘରୋଇ ବସ୍ ମାଲିକ ସଂଘ ଏନେଇ କହିଛି କି। ଆନ୍ଦୋଳନ ସମୟରେ ରାଜ୍ୟର ସମସ୍ତ ରୁଟ୍ ରେ ଘରୋୟ ବସ୍ ସ୍ଵାଭାବିକ ଭାବେ ଚଳାଚଳ କରିବ ଏବଂ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ସଂଘ ପୋଲିସ ଡିଜିଙ୍କ ସହାୟତା ମଧ୍ୟ ନେଇଛି ଘରୋଇ ବସ୍ ସଂଘ । ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିଲେ ତାକୁ ପ୍ରତିରୋଧ କରିବା ପାଇଁ ବସ୍ ମାଲିକ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖି ଅନୁରୋଧ କରିଛି ।

ବର୍ତ୍ତମାନ ରାଜ୍ୟରେ ମାଟ୍ରିକ ପରୀକ୍ଷା ଚାଲିଥିବାରୁ ଲୋକଙ୍କୁ ହଇରାଣ ନ କରିବାକୁ ଏହି ଆନ୍ଦୋଳନ ଏବେ ନ କରିବା ପାଇଁ ଘରୋଇ ବସ୍ ମାଲିକ ସଂଘ ଏବଂ ରାଜ୍ୟ ଶ୍ରମିକ ମହାସଂଘ ରାଜ୍ୟ ଡ୍ରାଇଭର ମହାସଂଘକୁ ନିବେଦନ କରିଛନ୍ତି । ଆସନ୍ତାକାଲି ଏହି ଆନ୍ଦୋଳନ ବେଳେ ଯେପରି 2022 ଆନ୍ଦୋଳନ ଭଳି ସ୍ଥିତି ନ ଉପୁଜେ ସେଥିପାଇଁ ପ୍ରଶାସନ ସତର୍କ ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।