ଆଣ୍ଠୁ ଗ୍ରୀସ କମିବା, ଫାଙ୍କ ହେବା ଓ ଗଣ୍ଠି ଦରଜ ସବୁଦିନ ପାଇଁ ଠିକ ହୋଇଯିବ, 100% ଚମତ୍କାରୀ ଆୟୁର୍ବେଦିକ ଚିକିତ୍ସା (Home Remedy)

ନମସ୍କାର ବନ୍ଧୁଗଣ, ଆଜିର ଦୁନିଆରେ ଆଣ୍ଠୁ ଗଣ୍ଠି ପୀଡାରେ ସମସ୍ତ ବୟସ୍କ ବ୍ୟକ୍ତି ଚିନ୍ତରେ ଓ କଷ୍ଟରେ ଅଛନ୍ତି । କୌଣସି ଜାଗାକୁ ଯାଇପାରୁନାହାନ୍ତି । ଉଠି ବସି ପାରୁନାହାନ୍ତି ଠିକରେ । ତେଣୁ ତାଙ୍କ ଜୀବନର ସୁଖ କହିଲେ ଆଉ କିଛି ନାହିଁ । ଏହା ଏକ ମାରାତ୍ମକ ରୋଗ ନହେଲେ ବି ଏହା ସେସବୁଠୁ ବି କମ ନୁହେଁ । ହେଲେ ଆପଣ ଆଉ ଚିନ୍ତା କରନ୍ତୁ ନାହିଁ କାରଣ ଆଜି ଆମେ ଆପଣମାନଙ୍କୁ ଜଣାଇବୁ ଏକ ସହଜ ଉପାୟ ଯାହାକୁ କରି ଆପଣ ବହୁତ ଆରାମ ପାଇବେ । ତେବେ ଆସନ୍ତୁ ଜାଣିବା ।

ଏହି ଉପାୟଟିକୁ ବନେଇବାର ପ୍ରଣାଳୀ ଜାଣନ୍ତୁ, କଡେଇକୁ ଗ୍ୟାସରେ ବସାନ୍ତୁ ଟିକେ ଗରମ ହେଲା ପରେ ସେତିରେ ଦେଶୀ ଘିଅ ଗୋଟେ ଚାମଚ ପକାନ୍ତୁ । ଏହି ଘିଅ ଛୋଟ ମାଟି ହାଣ୍ଡିରେ ଆସିଥିଲେ ଅତ୍ୟନ୍ତ ଭଲ ରହିବ । ଏବଂ ଏହାପରେ ସେଥିରେ ଗୋଟିଏ ମୁଠା ପଦ୍ମ ମଞ୍ଜି ପକାନ୍ତୁ । ଏବଂ ଭାଜିଦିଅନ୍ତୁ ହାଲକା ବ୍ରାଉନ ରଙ୍ଗର ହେବା ପର୍ଯ୍ୟନ୍ତ ।  ଏହା ପରେ କ୍ଷୀରକୁ ଗରମ କରନ୍ତୁ ।

ଏବଂ କ୍ଷୀର ଫୁଟିଲା ପରେ ସେଥିରେ ଅଳ୍ପ ଅଳ୍ପ କରି ରଖିଥିବା ପଦ୍ମ ମଞ୍ଜିକୁ ସେଥିରେ ପକାନ୍ତୁ । ଧୀର ଆଞ୍ଚରେ ଧୀରେ ଧୀରେ ଘାଣ୍ଟି ଘାଣ୍ଟି କରନ୍ତୁ । ଏବଂ ମିଠା ପାଇଁ ସେଥିରେ କିଛି ମିଶ୍ରି ମଧ୍ୟ ଆପଣ ପକାଇପାରିବେ । ଭାଜିଥିବା ପଦ୍ମ ମଞ୍ଜିକୁ ଗ୍ରାଇଣ୍ଡିଙ୍ଗ କରି ମଧ୍ୟ ଆପଣ କ୍ଷୀରରେ ପକାଇ ପାରିବେ । ପ୍ରସ୍ତୁତ ହୋଇସାରିବା ପରେ ଏହାକୁ ଥଣ୍ଡା କରି ରାତି ସମୟରେ ହିଁ ପିଆନ୍ତୁ ଏକ ଗ୍ଲାସ ।

ସକାଳେ କେବେ ଏହାକୁ କରି ପିଅନ୍ତୁ ନାହିଁ ପେଟ ଖରାପ ହୋଇଥାଏ ।  ସପ୍ତାହକୁ 3ଥର ଗରମ ଦିନରେ ଏହାର ସେବନ କରନ୍ତୁ । ଏବଂ ସିତା ଦିନରେ ସପ୍ତାହକୁ 5ଥର ଏହାର ସେବନ କରନ୍ତୁ ।  ଦେଢ ମାସ ପର୍ଯ୍ୟନ୍ତ ଏହାର ପ୍ରୟୋଗ କରନ୍ତୁ । କାରଣ କୌଣସି ଔଷଧୀୟ ପର୍ଦାଥକୁ ଦେଢ ମାସରୁ ବେଶୀ ପ୍ରୟୋଗ କରିବା ଉଚିତ ନୁହେଁ । ଏବଂ ଏହାକୁ ସେବନ କରିବା ଦ୍ଵାରା ଆଣ୍ଠୁ ଗଣ୍ଠି ଦରଜରୁ ମୁକ୍ତି ମିଳେ ।

ଆଣ୍ଠୁ ଗଣ୍ଠି ମଝିରେ ଗ୍ୟାପ ଥିଲେ ଏହି ପ୍ରୟୋଗ ଦ୍ଵାରା ଏହିସବୁ ସମସ୍ୟା ଆପଣଙ୍କର ଦୂର ହେବ । ହାଡରେ ଗ୍ରୀସ କମିଯାଇଥିଲେ ଏହା ସବୁଠାରୁ ଭଲ ଉପାୟ ଅଟେ ଏହି ସମସ୍ୟା ପାଇଁ । ଏହା ଅତ୍ୟନ୍ତ ଲାଭଦାୟକ ହେବ ଏହିସବୁ ସମସ୍ୟା ପାଇଁ । ଦୃଷ୍ଟିଶକ୍ତି କମ ଥିଲେ ମଧ୍ୟ ଆପଣ ଏହାକୁ ବ୍ୟବହାର କରନ୍ତୁ ।

ଶିର ପ୍ରଶିରା ରେ ଯଦି କେଉଁଠି ବ୍ଲକେଜ ରହିଛି ତେବେ ମଧ୍ୟ ଏହାର ପ୍ରୟୋଗ କରନ୍ତୁ । ଆଳସ୍ୟ ଥକାପଣ ଲାଗୁଥିଲେ ବା କୌଣସି କାମ କରିବାକୁ ଇଚ୍ଛା ନଥିଲେ ଆପଣ ମଧ୍ୟ ଏହାର ବ୍ୟବହାର କରନ୍ତୁ । ଆଶା କରୁଛୁ ଏହା ଆପଣଙ୍କ ପାଇଁ ନିଶ୍ଚୟ ଫଳପ୍ରଦ ହେବ ।  ଯଦି ଆପଣମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗେ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।