ଯଦି ଆପଣଙ୍କ ଫୋନରେ ବି ଅଛି ଏହି Apps ତ ତୁରନ୍ତ କରନ୍ତୁ ଡିଲୀଟ, ନହେଲେ ଆପଣଙ୍କ ପର୍ସନାଲ ଡାଟା ହୋଇପାରେ ଲିକ

ଆମେ ନିଜର ଫୋନକୁ କ୍ଲୀନ କରିବା ପାଇଁ କିମ୍ବା ଫୋନକୁ ସ୍ପୀଡ କରିବା ପାଇଁ କେତେକ ଆପ୍ସ ଡାଉନଲୋଡ କରିଥାଉ । ଯାହା ଆମର ଫୋନକୁ ନୁହେଁ ଆମ ପାଇଁ ଭୟଙ୍କର ଅଟେ । ଏହି ଆପ୍ସର ସାହାର୍ଯ୍ୟରେ ହ୍ୟାକର ଆପଣଙ୍କ ଫୋନରେ ଥିବା ଡାଟାକୁ ସହଜରେ ଚୋରୀ କରି ପାରିବ । ଏହି କ୍ରମରେ ଆମେ ଆଜି ଆପଣଙ୍କୁ କହିବୁ ସେହି ଆପ୍ସ ଗୁଡିକ ବିଷୟରେ, ଯାହା ଆପଣଙ୍କ ଫୋନର ଡାଟାକୁ ଲିକ କରି ପାରିବ । ଆପଣଙ୍କୁ ଏହି ଆପ୍ସରୁ ସାବଧାନ ରହିବା ବହୁତ ଜରୁରୀ ଅଟେ ।

ଏକ ରିପୋର୍ଟ ଅନୁସାରେ ବର୍ତ୍ତମାନ ହିଁ କିଛି ଏମିତି ଆପ୍ସ ବିଷୟରେ ଜଣା ପଡିଛି ଯେଉଁ କାରଣରୁ ଆପଣଙ୍କ ପର୍ସନାଲ ସୂଚନା ଓ ଆପଣଙ୍କ ଆକାଉଣ୍ଟ ଡିଟେଲ୍ସ ଲିକ ହୋଇପାରେ । ଏହି ସମସ୍ତ ଆପ୍ସ ପ୍ଲେ ସ୍ଟୋରରେ ଉପଲବ୍ଧ ଅଛି । ଏହି ଆପ୍ସକୁ ଲକ୍ଷ ଲକ୍ଷ ଥର ଡାଉନଲୋଡ ବି କରା ଯାଇଛି । ଅପ୍ଟିମାଇଜେଶନ ଟୁଲକୁ ମୋବାଇଲର ସ୍ପୀଡ ବଢାଇବା ଆପ୍ସ ଭାବି ଲୋକମାନେ ଏହି ଆପ୍ସକୁ ନିଜର ମୋବାଇଲରେ ଡାଉନଲୋଡ କରି ନିଅନ୍ତି ।

ଏକ ଜାପାନୀ କମ୍ପାନୀ Trend Micro ଯିଏ ସାଇବର ସିକ୍ୟୋରିଟୀ ଉପର ବେସ୍ଡ କମ୍ପାନୀ ଅଟେ । କମ୍ପାନୀର କହିବା ଅଟେ କି ପ୍ଲେ ଷ୍ଟୋରରେ ୯ଟି ଫର୍ଜି ଆପ୍ସ ଅଛି ଓ ଯେତେବେଳେ ଆପଣ ଏହି ଆପ୍ସକୁ ନିଜ ମୋବାଇଲରେ ଡାଉନଲୋଡ କରୁଛନ୍ତି ତେବେ ଅଟୋମେଟିକାଲି ଏହି ଆପ୍ସକୁ ଆପଣଙ୍କ ଫେସବୁକ ଆକାଉଣ୍ଟର ଆକ୍ସେସ ମିଳିଯାଏ । ଯାହା ପରେ ଏହି ଆପ୍ସ ଆପଣଙ୍କ ସମସ୍ତ ସୂଚନା ଚୋରୀ କରି ପାରିବ । ଏହି ଆପ୍ସ ଭିତରେ ମାଲୱେୟାର ଅଛି ।

ଏହା ଏକ ପ୍ରକାରର ଭାଇରସ ଅଟେ ଯାହା ଆପଣଙ୍କ ସମସ୍ତ ସୂଚନାକୁ ଲିକ କରି ଦିଏ । ଏହା ସହିତ ଫୋନରୁ ବ୍ୟବହାର କରୁ ନ ଥିବା କିଛି ଆପ୍ସକୁ ଡିଲୀଟ କରି ଦିଅନ୍ତୁ । ଯାହା ଦ୍ଵାରା ଆପଣଙ୍କ ଫୋନ ହ୍ୟାଙ୍ଗ ହେବ ନାହିଁ ।

ଯଦି ଆପଣଙ୍କ ଫୋନରେ ଏହି ଆପ୍ସ ଅଛି ତେବେ କରି ଦିଅନ୍ତୁ ଡିଲୀଟ

H5 gamebox

LinkWorldVPN

Quick Games-H5 Game Center

Super Clean-Phone Booster, Junk Cleaner & CPU Cooler

Speed Clean-Phone Booster ,Junk Cleaner & App Manager

Rocket Cleaner Lite

Shoot Clean-Junk Cleaner, Phone Booster, CPU Cooler

Super Clean Lite- Booster, Clean&CPU Cooler

Rocket Cleaner

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।