ପିଏମ ମୋଦୀଙ୍କ ‘ଆତ୍ମନିର୍ଭର ଭାରତ’ ପାଇଁ ଏହି ଦୋକାନୀ ଯାହା କଲେ ତାହା ଜାଣିବା ପରେ ଆପଣ ବି ତାଙ୍କ ପ୍ରଶଂସା କରିବେ

କରୋନା ସଙ୍କଟ ସମୟରେ ଦେଶର ଅର୍ଥ ବ୍ୟବସ୍ଥାକୁ ଭଲ ପରିସ୍ଥିତିକୁ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତ୍ମନିର୍ଭର ଭାରତ ଅଭିଯାନର ଆରମ୍ଭ କରିଛନ୍ତି । ଆତ୍ମନିର୍ଭର ଅଭିଯାନ ଅଧୀନରେ ସେ ଦେଶବାସୀ ମାନଙ୍କୁ ନିବେଦନ କରିଛନ୍ତି କି ସ୍ଵଦେଶୀ ଜିନିଷ ଗ୍ରହଣ କରି ଦେଶର ଅର୍ଥନୀତିକୁ ମଝବୁତ କରନ୍ତୁ । ଏଭଳି ପରିସ୍ଥିତିରେ ମହାରାଷ୍ଟ୍ରର ଏକ ଦୋକାନୀ ଆତ୍ମନିର୍ଭର ଭାରତ ଅଭିଯାନ ଦ୍ଵାରା ଅନୁପ୍ରାଣିତ ହୋଇ ଗ୍ରାହକଙ୍କ ପରିଚୟ ପାଇଁ ସ୍ଵଦେଶୀ ତଥା ବିଦେଶୀ ସାମଗ୍ରୀକୁ ଅଲଗା କରି ଦେଇଛନ୍ତି ।

ପୁନେର ଜଣେ ସାଧାରଣ ଷ୍ଟୋରର ମାଲିକ ଗ୍ରାହକ ମାନଙ୍କର ସୁବିଧା ପାଇଁ ସାମଗ୍ରୀ ଉପରେ ସ୍ଵଦେଶୀ ଏବଂ ବିଦେଶୀ ଲେବଲ ଲଗାଇଛନ୍ତି । ଷ୍ଟୋର ମାଲିକ ନ୍ୟୁଜ ଏଜେନ୍ସି ଏଏନଆଇ ସହିତ କଥା ହେବା ସମୟରେ କହିଛନ୍ତି ଆମେ ଏହି ବ୍ୟବସ୍ଥା ଆରମ୍ଭ କରିଛୁ କାରଣ ଲୋକ ମାନଙ୍କୁ ଏହା ଜଣା ନାହିଁ କି କେଉଁ ବ୍ରାଣ୍ଡ ଭାରତୀୟ ଏବଂ କେଉଁ ବ୍ରାଣ୍ଡ ଆନ୍ତର୍ଜାତୀୟ ଅଟେ । ଏହି ପଦକ୍ଷେପ ଆତ୍ମନିର୍ଭର ଭାରତ ଅଭିଯାନର ସମର୍ଥନରେ ନିଆଯାଇଛି ।

ସୋସିଆଲ ମିଡିଆରେ ଦୋକାନୀଙ୍କର ଏହି ପଦକ୍ଷେପ ପାଇଁ ତାଙ୍କର ବହୁତ ପ୍ରଶଂସା କରାଯାଉଛି । ସୋସିଆଲ ମିଡିଆରେ ଜଣେ ୟୁଜର୍ସ ଲେଖିଛନ୍ତି କି ଏହି ପ୍ରକାର ବ୍ୟବସ୍ଥା ସାରା ଭାରତରେ ହେବା ଦରକାର । ଆଉ ଜଣେ ୟୁଜର୍ସ ଲେଖିଛନ୍ତି କି ଗ୍ରାହକ ମାନଙ୍କର ଅଧିକାର ହେଉଛି ବିଦେଶୀ ଏବଂ ସ୍ଵଦେଶୀ ବିଷୟରେ ଜାଣିବା ଏବଂ ତାକୁ ଭଲ ଭାବରେ ଚିହ୍ନିବା । ସେ କହିଛନ୍ତି କି ଏହି ଦୋକାନୀ ବହୁତ ଭଲ କାମ କରିଛନ୍ତି । ଆଉ ଜଣେ ଟୁଇଟର ୟୁଜର ଲେଖିଛନ୍ତି କି କରତାଳି ।

ଏହା ସହିତ କିଛି ଲୋକ ମାନେ କହୁଛନ୍ତି କି ବର୍ତ୍ତମାନ ଦୋକାନୀ ମାନଙ୍କୁ ଭାରତରେ କେବଳ ସ୍ଵଦେଶୀ ସାମଗ୍ରୀ ହିଁ ବିକିବା ଉଚିତ । ଏହି ଦୋକାନୀ ଜଣଙ୍କ ଯାହା ବି କିଛି କରିଛନ୍ତି ତାହା ସତରେ ବହୁତ ଭଲ କାମ ଅଟେ । ତାଙ୍କର ଏହି କାମ ପାଇଁ ତାଙ୍କୁ ଲୋକ ବହୁତ ପ୍ରଶଂସା ମଧ୍ୟ କରିଛନ୍ତି ଯାହା ସେ ପାଇବାର ହକଦାର ଅଟନ୍ତି । ଭାରତର ସବୁ ଦୋକାନୀ ମାନେ ଏମିତି କଲେ ଆମ ଅର୍ଥନୀତି ଆଗଭଳି ହୋଇ ଯାଇ ପାରିବ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।