ଆଜିଠୁ ବଦଳିଲା ଏହି ୫ଟି ଜରୁରୀ ଜିନିଷ, ଆପଣଙ୍କ ଉପରେ କଣ ପଡିବ ଏହାର ପ୍ରଭାବ ଜାଣନ୍ତୁ

କରୋନା ସଙ୍କଟ ସମୟରେ ୧୦ ଜୁନ ୨୦୨୦ରୁ କିଛି ଜିନିଷରେ ପରିବର୍ତ୍ତନ ହେଉଛି । ଏହି ପରିବର୍ତ୍ତନ ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ପ୍ରଭାବ ପକାଇବ । କରୋନା ଭାଇରସ ମହାମାରୀ ସମୟରେ କିଛି ଛାଡ ମିଳିପାରେ ତ କିଛି କ୍ଷତି ମଧ୍ୟ ହୋଇ ପାରେ । ଏସବିଆଇର ଲକ୍ଷ ଲକ୍ଷ ଖାତାଧିକାରୀଙ୍କପାଇଁ ଯେଉଁଠାରେ ଇଏମଆଇର ବୋଝ କମ ହେବ ସେହିପରି ଏକ ପ୍ରାଇଭେଟ ବ୍ୟାଙ୍କରେ ଟଙ୍କା ଜମା କରିବା ଦ୍ଵାରା ଲୋକଙ୍କୁ ଅଧିକ ସୁଧର ଲାଭ ମିଳିବ । ଆସନ୍ତୁ ଜାଣିବା ଆଜିଠାରୁ କଣ ପରିବର୍ତ୍ତନ ହେଉଛି ।

୧ – ସଞ୍ଚୟ ଖାତାରେ ଜମା ଉପରେ ମିଳିବ ଅଧିକ ସୁଧ

ଟଙ୍କା ଜମାକୁ ଆକର୍ଷିତ କରିବା ପାଇଁ ଇକ୍ୟୁଟାସ ସ୍ମଲ ଫାଇନାନ୍ସ ବ୍ୟାଙ୍କ ମଙ୍ଗଳବାର ଦିନ ସଞ୍ଚୟ ଖାତା ଉପରେ ସୁଧହାର ବୃଦ୍ଧି କରିଛନ୍ତି । ଏହି ବ୍ୟାଙ୍କ ୧ଲକ୍ଷ ଟଙ୍କାରୁ ୫ କୋଟି ଟଙ୍କା ପର୍ଯ୍ୟନ୍ତ ଜମା ଉପରେ ବାର୍ଷିକ ସୁଧହାର ୫.୫ ପ୍ରତିଶତରୁ ୭ ପ୍ରତିଶତକୁ ବୃଦ୍ଧି କରିଛନ୍ତି । ନୂତନ ହାର ଆଜିଠାରୁ ଲାଗୁହେବ ।

ବ୍ୟାଙ୍କ ପାଖରେ ସଞ୍ଚୟ ଖାତାରେ ଦୁଇଟି ସ୍ଲାବ ଅଛି – ୧ଲକ୍ଷ ଟଙ୍କା ଏବଂ ଏହାଠାରୁ ଅଧିକ ସଞ୍ଚଯ । ବ୍ୟାଙ୍କ ସଞ୍ଚୟ ଖାତାରେ ୧ଲକ୍ଷ ଟଙ୍କାରୁ ୩.୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମାରାଶି ଉପରେ ଦର ହ୍ରାସ କରିଛି । ଏଥିରେ ପ୍ରାୟ ୬ଲକ୍ଷ ସଞ୍ଚୟ ଖାତା ଅଛି ।

୨- ଇଏମଆଇ ବୋଝ କମିଯିବ

ଏସବିଆଇ ମାର୍ଜିନାଲ କାଷ୍ଟ ଅଫ ଫଣ୍ଡ ବେସଡ ଲ୍ୟାଣ୍ଡିଂ ରେଟ ରେ ୦.୨୫ ପ୍ରତିଶତ ହ୍ରାସ କରିଛନ୍ତି । ଏହାପରେ ଏକ ବର୍ଷର ଏମସିଏଲଆର ହ୍ରାସ ପାଇ ୭ ପ୍ରତିଶତ ହୋଇ ଯାଇଛି । ନୂତନ ହାର ୧୦ ଜୁନ ୨୦୨୦ ଠାରୁ ଲାଗୁ ହେବ । ଏସବିଆଇ ଦ୍ଵାରା ସୁଧହାରରେ ହ୍ରାସ ପାଇବାର ଲାଭ ଲୋନ ନେଉଥିବା ଗ୍ରାହକ ମାନଙ୍କୁ କମ ଇଏମଆଇ ରୂପରେ ମିଳିବ । ଯଦି କୌଣସି ଗ୍ରାହକ ଏସବିଆଇରୁ ୩୦ବର୍ଷ ପାଇଁ ୨୫ଲକ୍ଷ ଟଙ୍କା ଲୋନ ନେଇଛନ୍ତି ତାହେଲେ ଏମସିଏଲଆର ରେ ରିହାତିରୁ ମାସକୁ ୪୨୧ ଟଙ୍କା କମ ଇଏମଆଇ ଦେବାକୁ ହେବ ।

୩ – ମଦ୍ୟପାନ ଉପରେ ୭୦% ଟ୍ୟାକ୍ସ ହଟାଇ ୨୫% ଭ୍ୟାଟ ବୃଦ୍ଧି ପାଇଛି

ଦିଲ୍ଲୀରେ ମଦ୍ୟପାନ ଉପରେ ଲଗାଯାଇ ଥିବା ୭୦% ସ୍ପେଶାଲ କରୋନା ଫିସ ହଟି ଯିବ । କିନ୍ତୁ ଭ୍ୟାଟ ୨୦% ରୁ ବୃଦ୍ଧି କରି ୨୫% କରିଦିଆ ଯାଇଛି । ନୂଆ ଦର ଆଜିଠାରୁ କାର୍ଯ୍ୟକାରୀ ହେବ । ମଦ ଆଜିକା ତୁଳନାରେ ଶସ୍ତା ହେବ କିନ୍ତୁ କରୋନା ପୂର୍ବ ଦିନ ତୁଳନାରେ ମହଙ୍ଗା ହେବ ।

୪ – ଚୀନ ସାମଗ୍ରୀର ବୟ କଟ

ଚୀନ ସାମଗ୍ରୀର ବହିଷ୍କାରକୁ ନେଇ କଂଫେଡରେଶନ ଅଫ ଅଲ ଇଣ୍ଡିଆ ଟେଡ଼ର୍ସ (CAIT) ଆଜି ଠାରୁ ଏକ ବଡ ଅଭିଯାନ ଆରମ୍ଭ କରିବା ପାଇଁ ଯାଉଛି । ଯେଉଁଥିରେ ୭ କୋଟିରୁ ଅଧିକ ଛୋଟ ଖୁଚୁରା ବ୍ୟବସାୟୀ ବିଦେଶୀ ଦ୍ରବ୍ୟର ଷ୍ଟକ ଶେଷ ହେବା ପରେ ନୂଆ ଆମଦାନୀ କରିବେ ନାହିଁ । ସିଏଆଇଟି ଚୀନ ଦ୍ଵାରା ଉତ୍ପାଦିତ ୩୦୦୦ ସାମଗ୍ରୀର ତାଲିକା ପ୍ରସ୍ତୁତ କରିଛି ଯେଉଁଥିରେ ସାବୁନ, ଟୁଥପେଷ୍ଟ, ଘରୋଇ ଉପକରଣ ଏବଂ ଖେଳନା ଇତ୍ୟାଦି ସାମିଲ ଅଛି । ସିଏଆଇଟି କହିଛି କି ଆମର ଲକ୍ଷ ହେଉଛି କି ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ଚୀନ ସାମଗ୍ରୀର ଆମଦାନୀରେ ପ୍ରାୟ ୧.୫ଲକ୍ଷ କୋଟି ଟଙ୍କା କମ କରି ଦିଆଯିବ ।

୫ – ଜେଟ ଏୟାରୱେଜ ପାଇଁ ନବୀକରଣ ଚିଠି

ଜେଟ ଏୟାରୱେଜ ଦେବାଳିଆ ସମାଧାନ ପ୍ରଫେସନାଲ ମାନେ ବନ୍ଦ ହୋଇଯାଇ ଥିବା ବିମାନ କମ୍ପାନୀ ପାଇଁ ଆଜିଠାରୁ ଏକ ନୂତନ ଚିଠି ମାଗିଛନ୍ତି । ଗତବର୍ଷ ବନ୍ଦ ହୋଇଯାଇଥିବା ଜେଟ ଏୟରୱେଜ ପାଇଁ ଚତୁର୍ଥ ଥର ପାଇଁ ଇଓଆଇକୁ ଆମନ୍ତ୍ରିତ କରାଯାଇଛି । ଏକ ସାର୍ବଜନୀନ ଦଲିଲ ଅନୁସାରେ ଡକ୍ୟୁମେଣ୍ଟ ଦାଖଲ କରିବାର ଶେଷ ତାରିଖ ୨୮ ମେ ଅଟେ ଏବଂ ସମ୍ଭାବିତ ସମାଧାନ ଆବେଦନକାରୀଙ୍କ ଅନ୍ତିମ ତାଲିକା ଜୁନ ୧୦ରେ ପ୍ରକାଶ କରାଯିବ । ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।