ଆଜିର ରାଶିଫଳ, 11 ଜୁନ 2020, ଗୁରୁବାର, ମା ଲକ୍ଷ୍ମୀଙ୍କ କୃପା ରହିବା ଆଜି ଏହି ୫ଟି ରାହି ଉପରେ, ଆର୍ଥିକ କ୍ଷେତ୍ରରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୧ ଜୁନ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ସଠିକ ନିଷ୍ପତି ନେବାରେ ସଫଳ ହେବେ । ଭାଇମାନଙ୍କ ସହ ବିବାଦ କରିବା ଠାରୁ ଦୂରେଇ ରୁହନ୍ତୁ । ପୁରୁଣା ଅନୁଭବ ଆଜି ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ । ବ୍ୟବସାୟିକ କ୍ଷେତ୍ର ବିସ୍ତାର କରିବେ । ନିବେଶରେ ଆମଦାନୀ ବଢିବାର ସମ୍ଭାବନା ଅଛି । ଇଚ୍ଛାଶକ୍ତି ଦ୍ଵାରା ଆଜି ଆପଣ ନଜିର ସମସ୍ତ କାର୍ଯ୍ୟକୁ ସମ୍ପୂର୍ଣ କରିନେବେ । ଆଜି ଆପଣଙ୍କ ଜୀବନରେ ଆର୍ଥିକ ରୂପରେ ସୁଧାର ଆସିବ । ଆଜି ଆପଣଙ୍କ ପରିବାରରେ ଅଚାନକ ଖୁସି ଆସିବ । ନୂଆ ଗାଡି କ୍ରୟ କରିବାର ଯୋଜନା ହୋଇପାରେ । ଯାତ୍ରା ଶୁଭ ରହିବ ।

ବୃଷ

ମନ ପ୍ରସନ୍ନ ରହିବ । ପରିବାରରେ ସମ୍ମାନ ବଢିବ । ସାମାଜିକ କାର୍ଯ୍ୟରେ ବ୍ୟସ୍ତତା ବଢିପାରେ । ଚାକିରିରେ କିଛି ଶୁଭ ଖବର ମିଳିପାରେ । ପରିବାର ମଧ୍ୟରେ ପ୍ରେମ ବଢିବ । ନୂଆ ବାହାନର ସୁଖ ମିଳିପାରେ । ଅଫିସରେ ଆଜି ଆପଣ କ୍ରୋଧିତ ହୋଇ ପାରନ୍ତି । ନିଜର ନିବେଶ ଓ ଭବିଷ୍ୟତ ଯୋଜନାକୁ ଗୁପ୍ତ ରଖନ୍ତୁ । ଚିନ୍ତା ଅଧିକ ରହିପାରେ । ପାରିବାରିକ ସହଯୋଗ ମିଳିବ । ପ୍ରେମ ସମ୍ବନ୍ଧରେ ମଧୁରତା ଆସିବ । ଆଜି ଆପଣ ନିଜର ମହତ୍ଵପୂର୍ଣ ମାମଲାରେ ଧ୍ୟାନ ଦିଅନ୍ତୁ ।

ମିଥୁନ

ପରିବାରରେ ଆମୋଦ ପ୍ରମୋଦ ବଢିପାରେ । ବ୍ୟାପାରରେ ନିବେଶ ବୁଝି ସୁଝି କରନ୍ତୁ । ମାତା ପିତାଙ୍କ ପ୍ରେମ ଓ ଆଶୀର୍ବାଦ ପ୍ରାପ୍ତ ହୋଇପାରେ । ଅତିରିକ୍ତ ଆୟ ପାଇଁ ନିଜର ସୃଜନାତ୍ମକ ବିଚାରର ସାହାରା ନିଅନ୍ତୁ । ମାତାଙ୍କ ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ । ପେଟ ସମ୍ବନ୍ଧିତ ସମସ୍ୟାରୁ ମୁକ୍ତି ପାଇଯିବେ । ଜୀବନସାଥିଙ୍କ ଗ୍ରହ ବର୍ତ୍ତମାନ ପ୍ରଭାବଶାଳି ଅଛି । ପରସ୍ପର ମଧ୍ୟରେ ସାମଞ୍ଜସ୍ୟ ରଖନ୍ତୁ ନଚେତ ବିବାଦ ହୋଇପାରେ । ବ୍ୟର୍ଥ ଖର୍ଚ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ ଅଟେ ।

କର୍କଟ

ସନ୍ତାନଙ୍କ ଭାଗ୍ୟ ପ୍ରଭାବଶାଳି ରହିବ । ବ୍ୟାପାରିକ ସମ୍ପର୍କରେ ମଜବୁତି ଆସିବ । ମାଙ୍ଗଳିକ କାର୍ଯ୍ୟରେ ବ୍ୟୟ ହୋଇପାରେ । ସମ୍ପତ୍ତି ମାମଲାରେ କିଛି ଟଙ୍କା ବ୍ୟୟ ହୋଇପାରେ । କାର୍ଯ୍ୟକୁଶଳତା ବଢିବ । ସନ୍ତାନଙ୍କୁ ସଫଳତା ମିଳିବ । ପରିବାରର ସହଯୋଗ ମିଳିବ । ଜୀବନସାଥିଙ୍କ ସହ ଆନନ୍ଦପୂର୍ଣ ବ୍ୟବହାର କରିବେ । ପାରିବାରିକ ବାତାବରଣ ସୁଖମୟ ହେବ । ଅଧିକ ସମୟ ହେବ ଅଟକିଥିବା ଟଙ୍କା ମିଳିଯିବ । ପରିବାରର ସଦସ୍ୟମାନଙ୍କ ସହ ନିଜର ସମସ୍ୟାକୁ ନେଇ କଥାବାର୍ତ୍ତା କରନ୍ତୁ ।

ସିଂହ

କାର୍ଯ୍ୟ କରିବାର କ୍ଷମତା ଆସିବ । ମାତାଙ୍କ ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ । ମାତାଙ୍କୁ ହାଡ ସମ୍ବନ୍ଧିତ ସମସ୍ୟା ହୋଇପାରେ । କାମ କାର୍ଯ୍ୟରେ ମନ ଲାଗିବ । ସ୍ଵାମୀ ସ୍ତ୍ରୀ ମଧ୍ୟରେ ପ୍ରେମ ବଢିବ । ଆର୍ଥିକ ମାମଲାରେ ମୁକ୍ତି ମିଳିପାରେ । ସନ୍ତାନଙ୍କ ତରଫରୁ ଶୁଭ ସମଚାର ମିଳିପାରେ । ଅନ୍ୟ ବ୍ୟକ୍ତିଙ୍କୁ ଦେଖିବା ପାଇଁ ଅଧିକ ଟଙ୍କା ଖର୍ଚ କରନ୍ତୁ ନାହିଁ । ଅଧିକ ଚିନ୍ତା କରନ୍ତୁ ନାହିଁ । ସମୟ ସହିତ ନିଜକୁ ବି ପରିବର୍ତ୍ତନ କରନ୍ତୁ । ବିଶ୍ଵାସୀ ରୁହନ୍ତୁ ତେବେ ସମସ୍ତ କାର୍ଯ୍ୟ ସଠିକ ରୂପରେ ହୋଇଯିବ ।

କନ୍ୟା

ଛୋଟ ଭାଇମାନଙ୍କ ସହଯୋଗ ମିଳିବ । ପାର୍ଟନରଶୀପରେ ବ୍ୟବସାୟ କରନ୍ତୁ ଓ ଆର୍ଥିକ ଯୋଜନା ଉପରେ ଦେଖି ଶୁଣି ନିବେଶ କରନ୍ତୁ । ଯଦି ଆପଣ ନିଜର ଜିନିଷର ଧ୍ୟାନ ରଖିବେ ନାହିଁ, ତେବେ ତାହା ଚୋରୀ ହୋଇପାରେ କିମ୍ବା ହଜିବାର ସମ୍ଭାବନା ଅଛି । ସମାଜ କାର୍ଯ୍ୟରେ ଆଗକୁ ଆସି ଅଂସ ଗ୍ରହଣ କରନ୍ତୁ । ଅଟକିଥିବା କାର୍ଯ୍ୟ ପୁନଃ ଆରମ୍ଭ ହୋଇଯିବ । ପରିବାରରେ କୌଣସି କଥାକୁ ନେଇ ବିବାଦ ହୋଇପାରେ । ଜୀବନସାଥିଙ୍କ ପୂର୍ଣ ସହଯୋଗ ମିଳିବ ।

ତୁଳା

ମନରେ ସ୍ଥିରତା ରହିବ । ଆତ୍ମବିଶ୍ଵାସ ବହଡିବ । ଜୀବନସାଥିଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ରହିପାରେ । ବ୍ୟାପାରରେ ନୂଆ ଅନୁବନ୍ଧ ମିଳିପାରେ । ପ୍ରୟାସ କାର୍ଯ୍ୟରେ ସଫଳତା ମିଳିବ । ଖାଦ୍ୟପନ ପ୍ରତି ରୁଚି ବଢିବ । ଯଦି ଆପଣ ଆୟରେ ବୁଦ୍ଧିର ସ୍ରୋତ ଖୋଜୁଛନ୍ତି ତେବେ ସୁରକ୍ଷିତ ଆର୍ଥିକ ଯୋଜନା ଉପରେ ନିବେଶ କରନ୍ତୁ । ବିବାହ ପ୍ରସ୍ତାବକୁ ନେଇ କିଛି ଶୁଭ ଖବର ଆସିପାରେ । ଭାଇମାନଙ୍କ ସହଯୋଗ ମିଳିବ । ପରିବାରରେ କିଛି ମତଭେଦ ଆରମ୍ଭ ହୋଇପାରେ ।

ବିଚ୍ଛା

ଆଜିର ଦିନ ଶୁଭ ଅଟେ । ମନରେ ଭରପୁର ଆତ୍ମବିଶ୍ଵାସ ରହିବ । କାର୍ଯ୍ୟ କରିବାର କ୍ଷମତା ବଢିବ । ସମସ୍ତ କାର୍ଯ୍ୟରେ ସଠିକ ନିଷ୍ପତି ନେବାରେ ସଫଳ ହେବେ । ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ ଦେବ । ମିତ୍ରମାନଙ୍କ ସହିତ ମନୋରଞ୍ଜନ କରିବେ । ପରିବାରରେ ଖୁସିର ବାତାବରଣ ରହିବ । ଗାଡିର ସୁଖ ପ୍ରାପ୍ତ ହେବ । ମାତାଙ୍କ ସହଯୋଗ ଦ୍ଵାରା ଟଙ୍କା ସମ୍ବନ୍ଧିତ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ । ଅଚାନକ ଆପଣଙ୍କ ପାଖରେ ଟଙ୍କା ଆସିପାରେ । କାର୍ଯ୍ୟ କ୍ଷେତ୍ରରେ ମଜବୁତି ଆସିବ ।

ଧନୁ

ମନରେ କୌଣସି କାର୍ଯ୍ୟକୁ ନେଇ ଚିନ୍ତା ରହିପାରେ । ପରିବାରରେ ସାମାନ୍ୟ ବାତାବରଣ ରହିବ । ପରିବାରରେ କୌଣସି କଥାକୁ ନେଇ ବିବାଦ ଜନ୍ମ ହୋଇପାରେ । ଭାଇମାନଙ୍କ ସହଯୋଗ ପ୍ରାପ୍ତ ହେବ । ସମାଜରେ ଉଚ୍ଚ ପଦ ପ୍ରାପ୍ତ ହୋଇପାରେ । କାର୍ଯ୍ୟ ସ୍ଥଳର ସମସ୍ତ ସମସ୍ୟା ସମଧାନ ହୋଇଯିବ । ନିଜର ବ୍ୟବହାରକୁ ସଂଯମରେ ରଖନ୍ତୁ । ମାତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ସନ୍ତାନଙ୍କ ସହ କଥାବାର୍ତ୍ତା କରି ତାଙ୍କର ସମସ୍ୟାକୁ ସମଧାନ କରିବାକୁ ଚେଷ୍ଟା କରନ୍ତୁ ।

ମକର

ସନ୍ତାନଙ୍କ କାର୍ଯ୍ୟକଳାପ ଉପରେ ନଜର ରଖନ୍ତୁ । ସହରରୁ ବାହାରକୁ ଯିବାର ଅବସର ମିଳିପାରେ । ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ହୋଇପାରେ । ନୂଆ ଯୋଜନା ଆକର୍ଷକ ହେବ ଓ ଭଲ ଆମଦାନୀର ଜରିଆ ବି ହେବ । ଜୀବନସାଥିଙ୍କ ସହ ସନ୍ତୁଳିତ ବ୍ୟବହାର କରନ୍ତୁ, ବିବାଦ ହୋଇପାରେ । ନିଜର ଜୀବନସାଥିଙ୍କୁ ପ୍ରତି ପ୍ରେମ ଭାବ ରହିବ । ଆଜି ଆପଣ ବହୁତ ରୋମାଣ୍ଟିକ ରହିବେ । ସନ୍ତାନମାନଙ୍କ ପାଇଁ ଆଜିର ଦିନ ଅନୁକୂଳ ରହିବ । ଜୀବନସାଥିଙ୍କ ସହ ସମ୍ବନ୍ଧରେ ମଧୁରତା ଆସିବ । ଶଶୁର ଘର ପକ୍ଷ କୌଣସି ଶୁଭ ଖବର ଦେଇ ପାରନ୍ତି ।

କୁମ୍ଭ

ନଚେତ କରଜ ନେବାକୁ ପଡିପାରେ । ରୋମାନ୍ସ ରୋମାଞ୍ଚକ ହେବ – ସେଥିପାଇଁ ତାଙ୍କୁ ସମ୍ପର୍କ କରନ୍ତୁ ଯାହାଙ୍କୁ ଆପଣ ପ୍ରେମ କରୁଛନ୍ତି । ସାବଧାନ ହୋଇ ଗାଡିର ଉପଯୋଗ କରନ୍ତୁ । ଦୁର୍ଘଟଣାର ଯୋଗ ଅଛି । ଯାତ୍ରା କରିବା ସମୟରେ ସାବଧାନ ହୋଇ ରୁହନ୍ତୁ । ବିବାଦରେ କାରଣ ହୁଅନ୍ତୁ ନାହିଁ । ଶତ୍ରୁ ଆପଣଙ୍କ ଉପରେ ଅଧିକ ନଜର ରଖି ପାରନ୍ତି । ଆଇନ ମାମଲାରେ କିଛି ସମସ୍ୟା ଆସିପାରେ । ସ୍ଥାୟୀ ସମ୍ପତ୍ତିକୁ ନେଇ ବିବାଦ ହୋଇପାରେ । ପରିବାରରେ ସାମଞ୍ଜସ୍ୟ ରହିବ ।

ମୀନ

ଶତ୍ରୁ ପରାଜୟ ହେବେ । ଶଶୁର ଘର ପକ୍ଷ ସହଯୋଗ କରିବେ । ନୂଆ ସମ୍ପର୍କ ସ୍ଥାପନ ହେବା ଦ୍ଵାରା ଲାଭ ମିଳିବ । କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ । ଧନର ସ୍ଥିତି ମଜବୁତ ରହିବ । ଆପଣଙ୍କ ଆଖପାଖରେ କିଛି ଲୋକମାନେ ଆପଣଙ୍କ ଉପରେ ନଜର ରଖିବେ । ଆପଣଙ୍କ ଖର୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆଜି ଆପଣଙ୍କ ଏକାଗ୍ରତା ଭଙ୍ଗ ହୋଇପାରେ । ଖରାପ ସମୟ ଅଧିକ ଦିନ ରହିବ ନାହିଁ । ଭୌତିକ ସୁଖ ସାଧନାରେ ଉନ୍ନତି ଆସିବ । ସନ୍ତାନଙ୍କ ସଫଳତା ଦ୍ଵାରା ପ୍ରସନ୍ନତା ମିଳିବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।