ଯଦି ଆପଣଙ୍କ ନାମରେ ଏହିସବୁ ଅକ୍ଷର ଏକାଧିକ ଥର ଆସିଥାଏ ତେବେ ଜାଣନ୍ତୁ ଏହାର କଣ ପ୍ରଭାବ ପଡିଥାଏ ଆପଣଙ୍କ ଜୀବନ ଉପରେ!

ଆଜିକାଲି ଲୋକମାନେ ନିଜର ପିଲା ହେବା ଆଗରୁ ସେମାନଙ୍କର ନାମ ରଖିଦେଉଛନ୍ତି । ଯାହାକି ପିଲାର ଜନ୍ମ ପରେ ନାମ ରଖିବା ସବୁଠାରୁ ପ୍ରଥମ ଦାୟିତ୍ଵ ହୋଇଥାଏ । ସବୁ ସମାଜରେ ଅଲଗା ଅଲଗା ସଂସ୍କାର ଦ୍ଵାରା ନାମକରଣ କରା ଯାଇଥାଏ । ହିନ୍ଦୁ ଧର୍ମରେ ଏହି ନାମକରଣକୁ ସଂସ୍କାର ନାମରେ ଜଣା ଯାଇଥାଏ । ପରମ୍ପରା ଅନୁସାରେ ବ୍ରାହ୍ମାଣ ବିଧି ବିଧାନ ଅନୁସାରେ ପୂଜା କରନ୍ତି ଏବଂ ତାପରେ ପିଲାର ନାମର ପ୍ରଥମ ଅକ୍ଷର କହିଥାନ୍ତି । ପୁରୋହିତ ମାନେ ଜୋତିଷଶାସ୍ତ୍ର ମାଧ୍ୟମରେ ନାମ କରଣ କରିଥାନ୍ତି ।

ଶିଖ ଧର୍ମରେ ଲୋକମାନେ ନିଜର ପିଲାଙ୍କ ନାମର ପ୍ରଥମ ଅକ୍ଷର ‘ଗୁରୁ ଗ୍ରନ୍ଥ ସାହିବ ଜି’ ଙ୍କ ବିଶେଷ ଦିନ ଶ୍ଳୋକରୁ ବାଛିଥାନ୍ତି । ଇସଲାମ ଧର୍ମରେ ଲୋକମାନଙ୍କୁ ଭୁଲ ନାମ ନରଖିବା ପାଇଁ କୁହାଯାଇଥାଏ ଯାହା ଦ୍ଵାରା କି ତାର ଖରାପ ପ୍ରଭାବ ତାଙ୍କ ଜୀବନ ଉପରେ ନପଡୁ ।

ସବୁ ଧର୍ମରେ କୁହାଯାଇଥାଏ କି ଯଦି ନାମର ପ୍ରଥମ ଅକ୍ଷର ଠିକ ହୋଇନଥିବ ଏବଂ ଗୋଟିଏ ଅକ୍ଷର ଏକ ରୁ ଅଧିକ ଥର ଥିବ ତାହେଲେ ଏହାର ପ୍ରଭାବ ବ୍ୟକ୍ତିର ଜୀବନ ଉପରେ ଖରାପ ପ୍ରଭାବ ପଡିଥାଏ । ନାମରେ ଅକ୍ଷର ଏକରୁ ଅଧିକ ଥର ଥିଲେ ଏହା ଭଲ ଏବଂ ଖରାପ ଦିନ ଜୀବନରେ ଆଣିପାରେ । ତାହେଲେ ଆସନ୍ତୁ ଜାଣିବା ସେହି ବିଷୟରେ ।

A, I, J, O, Y

ଯଦି ଆପଣଙ୍କ ନାମରେ ଏହି ଅକ୍ଷର ଏକରୁ ଅଧିକ ଥର ଆସିଥାଏ ତାହେଲେ ଆପଣ ବହୁତ ସାହସୀ ଏବଂ ନିର୍ଭୟ ପ୍ରକୃତିର ମଣିଷ ଅଟନ୍ତି । ଆପଣଙ୍କ ସ୍ଵାଭାବ ବହୁତ ଦୃଢ ହୋଇଥାଏ ଏବଂ ଆପଣ ଅନ୍ୟ ଉପରେ ନିୟନ୍ତ୍ରଣ ରଖିବାରେ ଧୁରନ୍ଦର ହୋଇଥାନ୍ତି । ଏମାନଙ୍କର ରୋଜଗାର କରିବାର ଇଚ୍ଛା ବହୁତ ଥାଏ । ଏହି ଲୋକମାନେ ଅନ୍ୟକୁ ସବୁବେଳେ ସାହାଯ୍ୟ କରିଥାନ୍ତି ।

B, K, R

ଯଦି ଏହି ଅକ୍ଷର ଭିତରୁ କୌଣସି ବି ଅକ୍ଷର ଆପଣଙ୍କ ନାମରେ ଏକ ରୁ ଅଧିକ ଥର ଥାଏ ତାହେଲେ ଆପଣ ବହୁତ ଭାବୁକ ହୋଇଥାନ୍ତି । କୌଣସି ବି କଥା ଆପଣଙ୍କ ହୃଦୟକୁ ବହୁତ ଜଲ୍ଦି ଛୁଇଁ ଯାଇଥାଏ ଯାହା ଫଳରେ ଆପଣ ବହୁତ ଚିନ୍ତିତ ହୋଇ ପଡନ୍ତି । ଏହି ଲୋକମାନେ ସଙ୍ଗୀତ ଏବଂ କଳା କୁ ବହୁତ ଭଲ ପାଇଥାନ୍ତି । ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏମାନେ ସବୁବେଳେ ଆଗରେ ଥାନ୍ତି ।

C, G, L, S

ଆପଣଙ୍କ ନାମରେ ଯଦି ଏହି ଅକ୍ଷର ଏକ ରୁ ଅଧିକ ଥର ଥାଏ ତାହେଲେ ଆପଣ ବହୁତ କଳ୍ପନାତ୍ମକ ସ୍ଵଭାବର ହୋଇଥାନ୍ତି । ଆପଣଙ୍କର କଳ୍ପନା ଶକ୍ତି ଅନ୍ୟ ଲୋକଙ୍କ ଅପେକ୍ଷା ବହୁତ ଦୃଢ ହୋଇଥାଏ । ଏମିତି ଲୋକ ନିଜର କଳା ଦ୍ଵାରା ସମାଜରେ ବହୁତ ପରିଚିତ ହୋଇଥାନ୍ତି । କିନ୍ତୁ କେତେକ ଥର ଏହା ବ୍ୟକ୍ତି ପାଇଁ ବହୁତ ହାନିକାରକ ହୋଇଥାଏ ।

D, M, T

ଆପଣଙ୍କ ନାମରେ ଯଦି ଏହି ଅକ୍ଷର ବାରମ୍ବାର ଆସିଥାଏ ତାହେଲେ ଏହା ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ । ଏମିତି ବ୍ୟକ୍ତି କୌଣସି ବି କାମକୁ କୌଶଳ ଏବଂ ଧର୍ଯ୍ୟ ର ସହିତ କରିଥାନ୍ତି । ଯଦି ଏହି ଲୋକମାନେ ବ୍ୟବସାୟ କରୁଥାନ୍ତି ତାହଲେ ବହୁତ ଲାଭ ହୋଇଥାଏ ତାଙ୍କ ବ୍ୟବସାୟରେ ।

E, H, N, X

ଯେଉଁ ବ୍ୟକ୍ତିର ନାମରେ ଏହି ଅକ୍ଷର ବାରମ୍ବାର ଆସିଥାଏ ତାହେଲେ ତାଙ୍କୁ ତାଙ୍କ କାମର ଏବହୁତ ଶୀଘ୍ର ସଫଳତା ମିଳିଥାଏ । ଏହି ଲୋକମାନେ ଆଇନ ଏବଂ ସାମାଜିକ କ୍ଷେତ୍ରରେ ନିଜର ନାମ ଉଜ୍ଵଳ କରିଥାନ୍ତି । ଯଦି କୌଣସି ବ୍ୟକ୍ତିର ନାମରେ ଏଥିରୁ କୌଣସି ବି ଅକ୍ଷର ସାତ ଥରରୁ ଅଧିକ ଆସିଥାଏ ତାହେଲେ ଏହାର ନକରାତ୍ମକ ପ୍ରଭାବ ତାଙ୍କ ଜୀବନ ଉପରେ ପଡିଥାଏ । ଏହାଦ୍ଵାରା ପରିବାରରେ କଳହ ସୃଷ୍ଟି ହୋଇଥାଏ ଏବଂ ତାଙ୍କ ଜୀବନରେ ହଠାତ ସମସ୍ୟା ଆସିଥାଏ ।

U, V, W

ଯଦି ଆପଣଙ୍କ ନାମରେ ଏଥିରୁ କୌଣସି ବି ଅକ୍ଷର ବାରମ୍ବାର ଆସିଥାଏ ତାହେଲେ ଆପଣ ବହୁତ ଦାୟିତ୍ଵବାନ ବ୍ୟକ୍ତି ହୋଇଥାନ୍ତି । ଏହି ଲୋକମାନେ ଭଲପାଇବା ମାମଲାରେ ବହୁତ ରୋମାଣ୍ଟିକ ହୋଇଥାନ୍ତି ।

O, Z

ଯେଉଁ ବ୍ୟକ୍ତିଙ୍କ ନାମରେ ଏହି ଅକ୍ଷର ବାରମ୍ବାର ଆସିଥାଏ ସେମାନେ ବହୁତ ଶାନ୍ତ ସ୍ଵଭାବର ହୋଇଥାନ୍ତି । ସେମାନଙ୍କୁ ବାୟାମ ଏବଂ ଯୋଗ କରିବା ପାଇଁ ବହୁତ ଭଲ ଲାଗିଥାଏ । ଏହି କାରଣ ପାଇଁ ସେମାନେ ଭିଡରୁ ଦୂରେଇ ରହିବା ପାଇଁ ପସନ୍ଦ କରିଥାନ୍ତି । ଏହି ଲୋକମାନଙ୍କର ବୈରାଗୀ ହେବାର ସମ୍ଭାବନା ଅଧିକ ଥାଏ ।

P, F

ଯେଉଁ ଲୋକଙ୍କ ନାମରେ ଏହି ଅକ୍ଷର ବାରମ୍ବାର ଆସିଥାଏ ତାହେଲେ ସେହି ଲୋକମାନେ ବହୁତ ଦୃଢ ସ୍ଵଭାବର ହୋଇଥାନ୍ତି । ଏହି ଲୋକ ମାନେ ବ୍ୟବସାୟ ଏବଂ ପରିବାରରେ ବହୁତ ଭଲ ପ୍ରଦର୍ଶନ କରିଥାନ୍ତି । ଏହି ଲୋକଙ୍କୁ ପରିବାରର ଅଧିକ ସୁଖ ମିଳିଥାଏ ଏବଂ ଏମାନେ ବହୁତ ଖର୍ଚ ମଧ୍ୟ କରିଥାନ୍ତି । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।