ଏହି ସବୁ ଜିନିଷକୁ ସେବନ କରିବା ଦ୍ବାରା ଦୂର ହେଇଥାଏ ଶରୀରରେ ରକ୍ତର କମି

ଆଜିକାଲି ପ୍ରାୟତଃ ଲୋକ ନିଜର ଧ୍ୟାନ ନେଉ ନାହାଁନ୍ତି । ଏମିତିରେ ସେମାନେ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି । ନିଜର ସ୍ୱାସ୍ଥ୍ୟ କୁ ଉତ୍ତମ ରଖିବା ପାଇଁ ଆମକୁ ପ୍ରତିଦିନ ପୌଷ୍ଟିକ ଆହାର ନେବା ଉଚିତ । ନହେଲେ ଶରୀରରେ ଅନେକ ପ୍ରକାର ରୋଗ ଦେଖା ଦେଇଥାଏ । ଯଦି ଆମେ ଠିକ ପୌଷ୍ଠିକ ଆହାର ନେଇ ନଥାଉ ତେବେ ରକ୍ତର ଅଭାବ ମଧ୍ୟ ଦେଖା ଦେଇଥାଏ । ଶରୀରର ଏହା ଏକ ବଡ ସମସ୍ୟା ଅଟେ, ଏମିତିରେ ଆଜି ଆମେ ଆପଣଙ୍କୁ ଏମିତି କିଛି ଜିନିଷ ବିଷୟରେ କହିବୁ ଯାହାକୁ ନିୟମିତ ସେବନ କଲେ ଶରୀରରେ ରକ୍ତର ମାତ୍ରା ବଢିଥାଏ । ତେବେ ଆସନ୍ତୁ ଜାଣିବା ।

କଦଳୀ : କଦଳୀରେ ପ୍ରୋଟିନ, ଆଇରନ, ଏବଂ ଖଣିଜ ମିଳିଥାଏ ଯାହା ଆପଣଙ୍କ ଶରୀରରେ ରକ୍ତକୁ ବଢାଇ ଥାଏ । ଏହାକୁ କ୍ଷୀର ସହିତ ପ୍ରତିଦିନ ସକାଳେ କଦଳୀର ସେବନ କରନ୍ତୁ । କଦଳୀ ର ସେବନ ଦ୍ବାରା ଅନ୍ୟ ରୋଗ ଯେମିତି ଅଲ୍ସର ଓ ଆଖିର ସମସ୍ୟାରୁ ବି ଆରାମ ମିଳିଥାଏ ।

ପାଳଙ୍ଗ: ପାଳଙ୍ଗକୁ ଆୟୁର୍ବେଦରେ ଓ ଆଧୁନିକ ଚିକିତ୍ସାରେ ରକ୍ତକୁ ବଢ଼ାଇବାର ଆହାର କୁହା ଯାଇଛି । ଯଦି ଆପଣ ନିୟମିତ ରୁପରେ ପାଳଙ୍ଗ ରସର ସେବନ କରିଥାନ୍ତି ତେବେ ଆପଣଙ୍କ ଭିତରେ ରକ୍ତର ଅଭାବ କେବେ ହେବ ନାହିଁ । ସାଙ୍ଗରେ ଏହା ହିମୋଗ୍ଲୋବିନକୁ ବଢାଇ ଥାଏ କାହିଁକି ନା ଏଥିରେ ଆଇରନ ବହୁତ ମାତ୍ରାରେ ଥାଏ । କୌଣସି ବି ରୋଗରୁ ଯଦି ଶରୀରରେ ରକ୍ତର କମି ହୋଇଥାଏ, ତେବେ ପାଳଙ୍ଗ ରସକୁ ସବୁଦିନ ସକାଳେ ଓ ସନ୍ଧ୍ୟାରେ ପିଅନ୍ତୁ ।

ମେଥି: ରକ୍ତର ଅଭାବକୁ ଦୁର କରିବାକୁ ମେଥିର ନିୟମିତ ସେବନ କରିପାରିବେ । ମେଥି ରକ୍ତକୁ ସଫା ମଧ୍ୟ କରିଥାଏ ତାସହିତ ଶରୀର ପାଇଁ ଲାଭକାରୀ ହୋଇଥାଏ । ଆଇରନର ମାତ୍ରା ଅଧିକ ଥିବାରୁ ଏହା ଆପଣଙ୍କ ଶରୀରରେ ହିମୋଗ୍ଲୋବିନ୍ ଠିକ ରଖିଥାଏ ।

ବିଟ : ଯେଉଁ ଲୋକଙ୍କ ରକ୍ତର ସମସ୍ୟା ହୋଇଥାଏ ସେମାନେ ବିଟ ଏବଂ ଗାଜରର ରସ ସେବନ କରନ୍ତୁ । ଶରୀରରେ ରକ୍ତକୁ ବଢ଼ାଇବା ସହିତ ବିଟ ପେଟରେ ଗ୍ୟାସର ସମସ୍ୟାକୁ ଦୁର କରିଥାଏ । ତା ସହିତ ତ୍ଵଚାରେ ବି ଲଗାଇଲେ ଏହା ବହୁତ ଭଲ ହୋଇଥାଏ ।

ଆଖୁ: ଆଖୁର ରସ ପିଇବା ଦ୍ଵାରା ରକ୍ତ ପରିଷ୍କାର ହୋଇଥାଏ । ରକ୍ତର ଅଭାବକୁ ଦୁର କରିବା ପାଇଁ ତାଜା ଆଖୁର ରସ ପିଇବା ଭଲ ।

ଟମାଟର: ଟମାଟ ରୋଗରୁ ଲଢ଼ିବା ପାଇଁ ଶରୀରରେ ପ୍ରତିରୋଧକ ଶକ୍ତିକୁ ବଢ଼ାଇ ଥାଏ । ଟମାଟୋ ସେବନ ଦ୍ଵାରା କେବେ କେବେ ରକ୍ତର ଅଭାବ କମ କରିଥାଏ । ଟମାଟର ଯୁସ ବା ସୁପ ପିଇଲେ ଶରୀରରେ ରକ୍ତର ମାତ୍ରା ବଢ଼ିଥାଏ । ଟମାଟର ରେ ଆଇରନ ର ମାତ୍ରା ଅଧିକ ରହିଥାଏ ।

ଅଁଳା : ଶରୀରରେ ରକ୍ତର ମାତ୍ରାକୁ ବଢାଇବାରେ ଅଁଳା ବି ବହୁତ ଲାଭ ଦାୟକ ହୋଇଥାଏ । ଭିଟାମିନ ସି ହେବା କାରଣରୁ ଆପଣଙ୍କ ସ୍ୱାସ୍ଥ୍ୟକୁ କେବେ ଖରାପ ହେବାକୁ ଦେଇ ନଥାଏ ।

ଖଜୁରୀ: ରକ୍ତର ଅଭାବକୁ ଦୁର କରିବାରେ ଖଜୁରୀ ବହୁତ ଲାଭଦାୟକ ହୋଇଥାଏ । ଖଜୁରୀକୁ କ୍ଷୀରରେ ପକାଇ ତାକୁ ଅଲଗା ଖାଇବା ଦରକାର ଏହା ଦ୍ଵାରା ଆପଣଙ୍କ ଶରୀର ସୁସ୍ଥ ଓ ନିରୋଗ ରହିଥାଏ ।

ଗାଜର: ଗାଜରର ପ୍ରୟୋଗ ଆପଣ ସାଲାଡ଼ ସହ କରିପାରିବେ ଓ ତରକାରୀରେ ବି ପକାଇ ଖାଇ ପାରିବେ । ଆଇରନ ର ମାତ୍ରା ଗାଜରରେ ସବୁଠୁ ଅଧିକ ହୋଇଥାଏ । ଗାଜର ଶରୀରରେ ରକ୍ତର ମାତ୍ରା ମଧ୍ୟ ବଢାଇ ଥାଏ । ଗାଜରର ହଲୱା ମଧ୍ୟ କରି ଖାଇଲେ ଭଲ ହୋଇଥାଏ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।