କଣ ଆପଣ ଚାହୁଞ୍ଚନ୍ତି କି ସମସ୍ତେ ଆପଣଙ୍କୁ ପସନ୍ଦ କରନ୍ତୁ, ତେବେ ଆପଣାନ୍ତୁ ଏହି 5 Tricks

ସମସ୍ତେ ଚାହିଥାନ୍ତି ଯେ ଲୋକମାନେ ତାଙ୍କୁ ସବୁବେଳେ ପସନ୍ଦ କରନ୍ତୁ । ତା ସହିତ କଥା କୁହନ୍ତୁ ଓ ଭଲ ପାନ୍ତୁ କାରଣ ମନୁଷ୍ୟ ଗୋଟେ ସାମାଜିକ ପଶୁ ଅଟେ ।  କିନ୍ତୁ ବହୁତ ଲୋକ ଏଭଳି କାର୍ଯ୍ୟ କରିପାରି ନ ଥାନ୍ତି । ଆମେ ଆପଣଙ୍କୁ ୫ ଟି ଟ୍ରିକ ବିଷୟରେ ଜଣାଇବୁ କି ଲୋକ ଆପଣଙ୍କୁ କିପରି ପସନ୍ଦ କରିବେ ।

ପ୍ରଥମ ଉପାୟ – ଅନ୍ୟମାନଙ୍କୁ ଉପହାସ କର ନାହିଁ

ଆପଣ ଦେଖିଥିବେ ଅପରାଧୀ ଯେତେବେଳେ ଧରାପଡିଯାଇଥାନ୍ତି ସେ ଅନ୍ୟମାନଙ୍କୁ ଦୋଷ ଦେଇଥାନ୍ତି । କିନ୍ତୁ ନିଜର ଭୁଲ କେବେ ହେଲେ ମାନନ୍ତି ନାହିଁ । ଅପରାଧୀ ମାନେ ଏଭଳି କାର୍ଯ୍ୟ କରିଥାନ୍ତି ତେବେ ଆପଣଙ୍କର ଆଖ ପାଖ ଲୋକ କିଭଳି କାର୍ଯ୍ୟ କରିଥାନ୍ତି । ସେମାନେ ବି ସେଇଭଳି ଭୁଲ କରିଥାନ୍ତି କାରଣ ସେମାନେ ଭୁଲ କଲେ ବି ନିଜ ଦୋଷ ମାନନ୍ତି ନାହିଁ । ଯଦି ଆପଣ ତାଙ୍କୁ ଦୋଷ କରଛନ୍ତି ବୋଲି କହିଲେ ସେ ଆପଣଙ୍କୁ ହିଁ ଭୁଲ ବୋଲି କହିଥାନ୍ତି । ସେଥିପାଇଁ ଅନ୍ୟ ମାନଙ୍କୁ ଉପହାସ କରନ୍ତି ନାହିଁ ।

ଦ୍ଵିତୀୟ ଉପାୟ – ସମସ୍ତଙ୍କର ସମର୍ଥନ ମିଳେ

ଯଦି କେହି ସକାଳୁ ଆପଣଙ୍କୁ ପ୍ରଶଂସା କରି କୁହନ୍ତି ଯେ ଆପଣ ଆଜି ବହୁତ ସୁନ୍ଦର ଦେଖାଯାଉଛନ୍ତି । ସେହି ଦିନଟି ବହୁତ ଭଲରେ କଟିଥାଏ । ସମସ୍ୟା ଏହା ଜେ ଲୋକାମାନେ ଆପଣଙ୍କୁ ପ୍ରଶଂସା କରିବାକୁ ଚାହାନ୍ତି ନାହିଁ । ଲୋକମାନଙ୍କୁ  ଯଦି ଆପଣ ପ୍ରଶଂସା କରିବେ । ତେବେ ଲୋକାମାନେ ଆପଣଙ୍କୁ ଭଲ କହିବେ  । ମନେ ରଖନ୍ତୁ ଯେ ସବୁବେଳେ ଉଚିତ ପ୍ରଶଂସା କରନ୍ତୁ । ଯେପରିକି ଗୋଟେ ମୋଟା ଲୋକକୁ କହିବେ ଯେ ଆଜି ତୁ ସଲମାନ ଖାନ ଭଳି ଦେଖାଯାଉଛୁ କିନ୍ତୁ ସେ ଭାବିବ ଯେ ସେ ମତେ ମଜାକ କରୁଛି । ସେଥିପାଇଁ ଆପଣ ସବୁବେଳେ ଉଚିତ ପ୍ରଶଂସା କରନ୍ତୁ ।

ତୃତୀୟ ଉପାୟ  –  ଅନ୍ୟମାନେ ଆପଣଙ୍କ କାର୍ଯ୍ୟ ପ୍ରତି ପ୍ରଭାବିତ ହୋଇଥାନ୍ତି

ଥରେ ମତେ କାଶ ହୋଇଗଲା ମୋର ଘର  ପାଖରେ ଜଣେ ପ୍ରସିଦ୍ଧ ଡାକ୍ତର ଥିଲେ । ତାଙ୍କ ଡାକ୍ତର ଖାନାକୁ ଯାଇ ଦେଖିଲି ୨୫ ଜଣଙ୍କର ଲାଇନ ଲାଗିଥିଲା । କିନ୍ତୁ ୩ ଘଣ୍ଟା ପୂର୍ବରୁ ମୋର ଲାଇନ ଆସିବାର ନ ଥିଲା । ଏହି ସମୟରେ ଜାଣିଲି ସେହିଦିନ ଡାକ୍ତର ଦିନ ଥିଲା । ଏହି କଥାଟି ଜାଣିପାରିବାରୁ ମୁଁ ଗୋଟେ ଦୋକାନକୁ ଯାଇ ଗୋଲାପ ଫୁଲ ଆଣି  ନର୍ସକୁ କହିଲି  ଯେ ମୁଁ ଡାକ୍ତର ପାଖରେ ଚିକିତ୍ସା କରିବାର ନାହିଁ ବରଂ ତାଙ୍କ ପାଖରେ କିଛି ଜରୁରୀ କଥା କହିବାର ଅଛି ।

ଡାକ୍ତର ପାଖକୁ ଯାଇକି ତାଙ୍କୁ ଅଭିନନ୍ଦନ  କଲି ସେ ବହୁତ ଖୁସି ହୋଇଗଲେ । ସେଥିପାଇଁ ଆପଣ ଅନ୍ୟ ପ୍ରତି ଯଦି ଭଲ ପାଇବା ରଖିବେ ଆପଣ ତାଙ୍କର ପ୍ରିୟ ହୋଇଯିବେ ।

ଚତୁର୍ଥ ଉପାୟ – ହସ

ସକାଳୁ ଆପଣଙ୍କୁ ଦେଖି କେହି ହସିଲେ  ଆପଣ ତାକୁ ଦେଖି କରି ହସିଲେ । ସେଥିପାଇଁ ସକାଳେ ହସ ହସ ଚେହେରା ରଖିଥିବେ ତେବେ ଆପଣଙ୍କୁ ଲୋକମାନେ ପସନ୍ଦ କରିବେ ।

ପଞ୍ଚମ ଉପାୟ  – ନିଜ ଭୁଲକୁ ସ୍ଵୀକାର କରିନିଅନ୍ତି

ଥରେ ଗୋଟେ ସ୍କୁଲରେ ଡ୍ରାମା ଥିଲା କିନ୍ତୁ ୩ ଦିନ ପରେ ଥିଲା କିନ୍ତୁ ମୁଁ ଦିନେ ଅନୁପସ୍ଥିତି ରହିଗଲି କିନ୍ତୁ ମୋ ଦ୍ଵାରା ଭୁଲ ହୋଯାଇଛି । କିନ୍ତୁ ତା ପରଦିନ ସ୍କୁଲ ଗଲି ଶିକ୍ଷକ ମତେ କିଛି କହିବା ପୂର୍ବରୁ ମୁ ମୋର ନିଜର ଭୁଲକୁ ସ୍ଵୀକାର କରି ନେଲି । କାରଣ ମୋ ଦ୍ଵାରା ବଡ ଭୁଲ ହୋଇଯାଇଛି । କିନ୍ତୁ ଶିକ୍ଷକ କହିଲେ କିଛି ଅସୁବିଧା ନାହିଁ  ଡ୍ରାମା ଦୁଇ ଦିନ ପରେ କରିବା । ଏଠି  ମୁଁ ମୋ ଭୁଲ ସ୍ଵୀକାର କରିଦେଲି କିନ୍ତୁ ଶିକ୍ଷକ ମତେ ବଞ୍ଚାଇ ଦେଲେ । ଏଥିପାଇଁ ସବୁବେଳେ ନିଜ ଭୁଲ ସ୍ଵୀକାର କରିଦେଲେ ଲୋକମାନେ ଆପଣଙ୍କୁ ବଞ୍ଚାଇ ଦେବେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।