ଯଦି ଆପଣ ବି କରନ୍ତି ଆଣ୍ଟିବାୟୋଟିକ ଔଷଧର ସେବନ ତ ଏହି ଖବର ଆପଣଙ୍କ ପାଇଁ ବହୁତ କାମର

ଗତ ବର୍ଷ ଆଈଜୀଆଈଏମଏସରେ କିଡନୀ ପ୍ରତ୍ୟାରୋପିତ କରାଯାଇଥିବା ପାଞ୍ଚ ଜଣ ଯୁବକଙ୍କୁ ଏହା ଜଣା ନ ଥିଲା କି ଥଣ୍ଡା, ଜ୍ଵର ଓ ଆଣ୍ଠୁ ବ୍ୟଥା ପାଇଁ ଯେଉଁ ଔଷଧର ସେମାନେ ସେବନ କରୁଥିଲେ, ତାହା ହିଁ ସେମାନଙ୍କର ଜୀବନ ଉପରେ ଭାରି ପଡୁଥିଲା । କହିବାକୁ ଗଲେ ଗୋଟିଏ ଔଷଧ ଏତେ ଘାତକ ପ୍ରମାଣିତ ହେଲା କି ସେମାନଙ୍କର କିଡନୀକୁ ଖରାପ କରିଦେଲା । ଶେଷରେ କିଡନୀ କୁ ପ୍ରତ୍ୟାରୋପିତ କରିବାକୁ ପଡିଲା ।

କାହାର ମା, ଭଉଣୀ ତ କାହାର ପିତା ଓ ଭାଇ କିଡନୀ ଦାନ କରି ସେମାନଙ୍କର ଜୀବନ ବଞ୍ଚାଇଲେ । କେନ୍ଦ୍ରର ସହଯୋଗ ଦ୍ଵାରା ଆଈଜୀଆଈଏମଏସ ରେ ସଞ୍ଚାଳିତ ଏଡୱର୍ସ ଡ୍ରଗ ରିଆକ୍ସନ ମନିଟରିଂଗ ସେଂଟରରେ ଔଷଧର ଦୁଷ୍ପ୍ରଭାବ ସମ୍ବନ୍ଧିତ ଚାରି ହଜାର ମାମଲା ରୁଜୁ ହୋଇଛି । ଏମାନଙ୍କ ମଧ୍ୟରେ ୭୦ % ମାମଲା ଏମିତି ଅଟେ କି ଯେଉଁମାନେ ବିନା ଡାକ୍ତରଙ୍କର ପରାମର୍ଶ ନେଇ ବଜାରରୁ ଔଷଧ କିଣି ସେବନ କରୁଥିଲେ ।

ଯାହା ସେମାନଙ୍କର ଶରୀର ଉପରେ ଦୁଷ୍ପ୍ରଭାବ ପକାଇଲା । ଅନ୍ୟ ପଟେ ୩୦% ମାମଲା ଏମିତି ଅଟେ କି ଯେଉଁଥିରେ ଡାକ୍ତରମାନଙ୍କ ଦ୍ଵାରା ଲିଖିତ ଔଷଧର ସେବନ ଦ୍ଵାରା ହିଁ ଶରୀରରେ ଦୁଷ୍ପ୍ରଭାବ ପଡିଛି ।

ଆଈଜୀଆଈଏମଏସରେ ବର୍ତ୍ତମାନ ପର୍ଯ୍ୟନ୍ତ ୬୫ ଜଣ ରୋଗୀଙ୍କ କିଡନୀ ପ୍ରତ୍ୟାରୋପିତ କରା ଯାଇଛି । ସେମାନଙ୍କ ମଧ୍ୟରୁ ୫ଟି କେସ ଏମିତି ଥିଲା, ଯେଉଁମାନଙ୍କର କିଡନୀ ଔଷଧର ଦୁଷ୍ପ୍ରଭାବ ଦ୍ଵାରା ଖରାପ ହୋଇଥିଲା । ପ୍ରାୟ ୬୦ ଜଣଙ୍କର କିଡନୀ ମଧୁମେହ ଓ ବ୍ଲଡପ୍ରେସର କାରଣରୁ ଖରାପ ହୋଇଥିଲା । ଚିକିତ୍ସା ଅଧୀକ୍ଷକ ଡା. ମନୀଷ ମଂଡଳ କହିଲେ କି ନିମୋସ୍ଲାଇଡ ଓ ଟେକ୍ନୋଫିନାକର ଦୁଷ୍ପ୍ରଭାବ ରୋଗୀମାନଙ୍କ ଉପରେ ଅଧିକ ରହିଛି । ସେଥିପାଇଁ ଡାକ୍ତରମାନଙ୍କୁ ସେହି ଔଷଧ ନ ଲେଖିବା ପାଇଁ କୁହାଯାଉଛି ।

କିଡନୀ, ଲିଭର, ଛାତି ଉପର ପଡିଥାଏ ଅଧିକ ପ୍ରଭାବ –

ଏଡୱର୍ସ ଡ୍ରଗ ରିଆକ୍ସନ ମନିଟରିଂଗ ସେଂଟର ର ଡା. ହରିହର ଦୀକ୍ଷିତଙ୍କ କହିବା ଅଟେ କି ଔଷଧ ଗୁଡିକର ଦୁଷ୍ପ୍ରଭାବ କିଡନୀ, ଲିଭର, ଚେସ୍ଟ ଓ ହାର୍ଟ ଉପରେ ଅଧିକ ପଡିଥାଏ । ଆଣ୍ଟିବାୟୋଟିକ ଔଷଧ ଗୁଡିକର ବିନା ରୋକଟୋକରେ ବ୍ୟବହାର କରାଯାଉଛି , ଯାହା ଭବିଷ୍ୟତ ପାଇଁ ବହୁତ ଭୟାନକ ଅଟେ ।

ବର୍ତ୍ତମାନ ନୂଆ ଆଣ୍ଟିବାୟୋଟିକ ଔଷଧ ଖୋଜା ଯାଇନାହିଁ । ପୁରୁଣା ଔଷଧ ହିଁ ବଜାରରେ ବିକ୍ରି ହେଉଛି । ଏମିତିରେ ଏହି ଔଷଧର ଶରୀର ଉପରେ ରେଜିଷ୍ଟାନ୍ସ ବିକସିତ ହୋଇଯିବା ଦ୍ଵାରା ପ୍ରଭାବ ପକାଇ ନ ଥାଏ । ଓଲଟା ଏହା ଶରୀର ପାଇଁ କ୍ଷତିକାରକ ପ୍ରମାଣିତ ହେଉଛି ।