ସରକାର କଲେ ବଡ ଘୋଷଣା, NRCରେ ନାମ ନଥିବା ମାତା ପିତାଙ୍କ ପିଲାଙ୍କର ହେବ ଏମିତି ଅବସ୍ଥା

କେନ୍ଦ୍ର ସରକାର NRC ରେ ନାମ ନଥିବା ମାତା ପିତାଙ୍କ ପିଲାମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ସରକାର କହିଛନ୍ତି କି ଆସାମରେ ଏହି ପିଲାମାନଙ୍କୁ ତାଙ୍କ ମାତା ପିତାଙ୍କ ଠାରୁ ଅଲଗା କରାଯିବ ନାହିଁ, ଯେଉଁମାନଙ୍କର ନାମ ଏନଆରସି ରେ ଆସିନାହିଁ ହେଲେ ତାଙ୍କ ମାତା ପିତାଙ୍କର ନାମ ଆସିଯାଇଛି । କେନ୍ଦ୍ରର ଭାଜପା ସରକାରଙ୍କ ତରଫରୁ ଅଟର୍ନି କେ କେ ବେଣୁଗୋପାଳ ଓ ଆସାମ ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହତା ସୋମବାର ଦିନ ସୁପ୍ରିମ କୋର୍ଟରେ କହିଥିଲେ କି ଏହି ପିଲାମାନଙ୍କୁ ତାଙ୍କ ମାତା ପିତାଙ୍କ ଠାରୁ ଅଲଗା କରାଯିବ ନାହିଁ ।

ବେଣୁଗୋପାଳ କହିଛନ୍ତି, “ମୁଁ ଏଠି କଳ୍ପନା କରିପାରିବିନି କି ପିଲାମାନଙ୍କୁ ନିରୋଧ କେନ୍ଦ୍ରକୁ ପଠା ଯାଉଛି ଓ ତାଙ୍କୁ ପରିବାର ଠାରୁ ଅଲଗା କରାଯାଉଛି । ଯେଉଁ ପିଲାମାନଙ୍କର ମାତା ପିତାଙ୍କୁ ନାଗରିକତା ପ୍ରଦାନ କରାଯାଇଛି, ସେମାନଙ୍କୁ ନିରୋଧ କେନ୍ଦ୍ରକୁ ପଠାଯିବ ନାହିଁ’ । କୁହାଯାଉଛି କି ଏନଆରସି ରେ ୬୦ ଜଣ ପିଲାଙ୍କୁ ସାମିଲ କରାଯାଇ ନାହିଁ ଯେତେବେଳେ କି ସେମାନଙ୍କର ମାତା ପିତାଙ୍କୁ ନାଗରିକ ପଞ୍ଜି ମାଧ୍ୟମରେ ନାଗରିକତା ପ୍ରଦାନ କରାଯାଇଛି ।

ଅଟର୍ନି ଜେନେରାଲ ବେଣୁଗୋପାଳ କହିଛନ୍ତି କି ଯେଉଁ ମାତା ପିତାଙ୍କୁ ଏନଆରସି ମାଧ୍ୟମରେ ନାଗରିକତା ପ୍ରଦାନ କରାଯାଇଛି, ସେମାନଙ୍କୁ ମାତା ପିତାଙ୍କ ଠାରୁ ଅଲଗା କରାଯିବ ନାହିଁ ଓ ଏହି ଆବେଦନ ଉପରେ ନିଷ୍ପତ୍ତି ହେବା ପର୍ଯ୍ୟନ୍ତ ତାଙ୍କୁ ଆସାମର ଡିଟେନ୍ସନ ସେଣ୍ଟର କୁ ପଠା ଯିବ ନାହିଁ । ଶୀର୍ଷ ଅଦାଲତ ଏହି ଆବେଦନ ଉପରେ ଜବାବ ଡାଖିଲ କରିବା ପାଇଁ ଚାରି ସପ୍ତାହ ସମୟ ଦେଇଛନ୍ତି ।

ଏହା ପୂର୍ବରୁ ସୁପ୍ରିମ କୋର୍ଟ ଅସମର ରାଷ୍ଟ୍ରୀୟ ନାଗରିକ ପଞ୍ଜି ସମନ୍ଵୟକ କଥିତ ସାମ୍ପ୍ରଦାୟିକ ବୟାନ ଉପରେ ରାଜ୍ୟ ସରକାରଙ୍କ ଠାରୁ ସ୍ପର୍ଷ୍ଟିକରଣ ମାଗିଛନ୍ତି । ପିଠ ସାମ୍ନାରେ ବରିଷ୍ଠ ଅଧିବକ୍ତା ଓ କଂଗ୍ରେସ ନେତା କପିଲ ଶିବ୍ବଲ ଏନଆରସି ର ସମନ୍ଵୟକ କଥିତ ବୟାନ ଉପରେ ଧ୍ୟାନ ଆକର୍ଷିତ କରିଥିଲେ । ପିଠ ଏନଆରସି ର ବିଭିନ୍ନ ପିଟିସନ ଉପରେ କେନ୍ଦ୍ର ଓ ଆସାମ ସରକାରଙ୍କୁ ନୋଟିସ ଜାରି କରିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଚାରି ସପ୍ତାହ ମଧ୍ୟରେ ଏହି ନୋଟିସର ଜବାବ ଦେବାକୁ ହେବ ।