ଶିଖ ଦମ୍ପତି ଅଷ୍ଟ୍ରେଲିଆରେ କଲେ ଭାରତର ନାମ ଉଜ୍ଜ୍ଵଳ, ନିଆଁରେ ପୀଡିତ ଲୋକଙ୍କୁ ଖାଇବାକୁ ଦେଲେ ଡାଲି ଭାତ

ଦକ୍ଷିଣ ପୂର୍ବ ଅଷ୍ଟ୍ରେଲିଆର ଜଙ୍ଗଲ ଚାରି ମାସରୁ ନିଆଁର ଶିକାର ହୋଇଥିଲା । ଏମିତିରେ ବହୁତ ଲୋକ ନିଜ ଘର ହରାଇଛନ୍ତି । ଏହି ବେସାହାରା ଲୋକମାନଙ୍କୁ ସାହାଯ୍ୟ କରିବାପାଇଁ ଭାରତର ଏକ ଦମ୍ପତି ଆଗକୁ ଆସିଥିଲେ । ଏହି ଦମ୍ପତି ପୂର୍ବ ଭିକ୍ଟୋରିୟାର ବର୍ନ୍ସଡେଲ ଅଞ୍ଚଳରେ ‘ଦେଶି ଗ୍ରିଲ’ ନାମକ ଏକ ରେଷ୍ଟୁରାଣ୍ଟ ଅପରେଟ କରନ୍ତି । ସେମାନେ ଏହି ରେଷ୍ଟୁରାଣ୍ଟ ର ଖାଇବା ରାସ୍ତାରେ ରହୁଥିବା ଲୋକଙ୍କୁ ଦାନ କରୁଥିଲେ ।

ଏହି ନିଆଁରେ ସମସ୍ତଙ୍କ ଘର ଜଳି ଯାଇଥିଲା । ଏମାନଙ୍କ ପାଖରେ ରହିବାକୁ ଜାଗା ଓ ଖାଇବା ପାଇଁ ମଧ୍ୟ ପଇସା ନଥିଲା । ଏହି ସମୟରେ ଭାରତର ଏହି ଶିଖ ଦମ୍ପତି ସେମାନଙ୍କୁ ସାହାଯ୍ୟ କରିଥିଲେ ଓ ଆମ ଭାରତର ନାମ ଉଜ୍ଜ୍ଵଳ କରିଥିଲେ । ଏହି ଦମ୍ପତି ନିଜ ରେଷ୍ଟୁରାଣ୍ଟ ରେ ଖାଇବା କରି ଏନଜିଓ ରେ ଦିଅନ୍ତି । ସେହି ଏନଜିଓ ରେ ଥିବା ଲୋକ ଆସି ପୀଡିତ ଲୋକ ମାନଙ୍କୁ ଖାଇବାକୁ ଦେଇଥାନ୍ତି ।

ଶିଖ ଦମ୍ପତି ଅଷ୍ଟ୍ରେଲିଆରେ ୬ମାସ ହେବ ରହୁଥିଲେ । ସେହି ରେଷ୍ଟୁରାଣ୍ଟ ଚଲାଉଥିବା କମ୍ବଳଜିତ ସିଂ କହନ୍ତି ଆମର କର୍ତ୍ତବ୍ୟ ଅଟେ ଅଷ୍ଟ୍ରେଲିଆ ଲୋକମାନଙ୍କୁ ସାହାଯ୍ୟ କରିବା । ଏହି ନିଆଁରେ ବହୁତ ଲୋକ ପ୍ରଭାବିତ ହୋଇଥିଲେ । ତାଙ୍କୁ ପେଟ ପୁରା ଖାଇବା ଓ ରହିବା ପାଇଁ ଜାଗର ଆବଶ୍ୟକତା ଥିଲା । ଏହି ଦମ୍ପତିଙ୍କ ସହ ସାମିଲ ହେଇଥିବା ଭଲେଂଟିୟର୍ସ ଟିମ ଗୋଟେ ଦିନରେ ୫୦୦ ଲୋକଙ୍କ ଖାଇବା ତିଆରି କରି ଲୋକ ମାନଙ୍କୁ ଯୋଗାଇଥିଲେ ।

ଆପଣଙ୍କୁ ଆମେ ଜଣେଇ ଦେଉଛୁ କି ବର୍ତ୍ତମାନ ପର୍ଯ୍ୟନ୍ତ ଦକ୍ଷିଣ ପୂର୍ବ ଅଷ୍ଟ୍ରେଲିଆ ଜଙ୍ଗଲରେ ୧.୨୩ କୋଟି ଏକରର କ୍ଷେତ ନିଆଁରେ ଜଳି ପାଉଁଶ ହେଇଯାଇଛି । ଅଷ୍ଟ୍ରେଲିଆର ସରକାର ଏଥି ପାଇଁ ତିନି ଥର ଆପତକାଳୀନର ଘୋଷଣା କରିସାରିଛି । ଏହି ଘଟଣା ଦ୍ଵାରା ବହୁ ସଂଖ୍ୟାର ଲୋକ ନିଜ ଘର ହରାଇଛନ୍ତି ଓ ୨୧ ଜଣଙ୍କର ଜୀବନ ମଧ୍ୟ ଯାଇଛି ।

ଏହା ମଧ୍ୟରୁ ୩ ଜଣ ଦମକଳ ବିଭାଗର ଥିଲେ । ଏହା ସହ ବହୁଲୋକ ନିଖୋଜ ହୋଇଯାଇଥିଲେ । ଏହି ଅପାତକାଳିନ ପାଇଁ ଯାନବାହନରେ ପେଟ୍ରୋଲ ପକେଇବା ପାଇଁ ବଡ ଲାଇନ ଲାଗୁଥିଲା । ଏହି ଭୟାବହ ପରିସ୍ଥିତିରେ ଭାରତର ଶିଖ ଦମ୍ପତି ପୀଡିତ ଲୋକମାନଙ୍କୁ ସାହାଯ୍ୟ କରି ବହୁତ ଭଲ କାମ କରିଛନ୍ତି । ତାଙ୍କର ଏହି ଭଲ କାମର ଚର୍ଚ୍ଚା ଭାରତ ଓ ଅଷ୍ଟ୍ରେଲିଆ ସହ ପୁରା ଦୁନିଆରେ ହେଉଛି ।