12 ବର୍ଷ ବୟସରେ କ୍ରିକେଟ ପାଇଁ ଛାଡିଥିଲେ ଘର Ishan kishan, କେତେ ରାତି ଶୋଇଥିଲେ ଭୋକରେ, ଆଜି ନିଜ ଜନ୍ମ ଦିନରେ କରିଦେଲେ ଏହି ବଡ Record

ବର୍ତ୍ତମାନ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳା ଯାଉଥିବା ତିନୋଟି ମ୍ଯାଚର ଦିନିକିଆ ସିରିଜର ପ୍ରଥମ ମ୍ଯାଚରେ ଡେବ୍ୟୁ କରିବାକୁ ସୁଯୋଗ ମିଳିଛି ଇଶାନ କିଶାନଙ୍କୁ । ସେ ନିଜ ଜନ୍ମ ଦିନରେ ଦିନିକିଆ ମ୍ଯାଚର ଏହି କ୍ୟାପ ହାସଲ କରିଥିବାରୁ ଏହି ଦିନଟି ତାଙ୍କ ପାଇଁ ଆହୁରି ସ୍ପେଶାଲ ହୋଇ ଯାଇଛି ।

ମାତ୍ର ନିଜ ଦିନିକିଆ ଡେବ୍ୟୁରେ ସେ ଧମକାଦାର ଇନିଂସ ଖେଳି ନିଜ ଜନ୍ମ ଦିନକୁ ଆହୁରି ଅଧିକ ସ୍ପେଶାଲ କରିଛନ୍ତି । ଏହି ମ୍ଯାଚରେ ଟିମ ଇଣ୍ଡିଆକୁ ୨୬୩ ରନର ପିଛା କରିବାକୁ ପଡିଥିଲା । ମ୍ଯାଚ ଆରମ୍ଭରେ ମାତ୍ର ୬ ଓଭରରେ ପୃଥିବୀ ଶ ଆଉଟ ହେବା ପରେ ଭାରତକୁ ଲାଗିଥିଲା ଏକ ବଡ ଝଟକା । ତୃତୀୟ ନମ୍ବରରେ ଇଶାନ କିଶାନଙ୍କୁ ବ୍ୟାଟିଂ ପାଇଁ ପଠା ଯାଇଥିଲା । ସେ ପ୍ରଥମ ବଲରେ ହିଁ ଧନଞ୍ଜୟଙ୍କ ବଲକୁ ଛକା ମାରି ନିଜ ଦିନିକିଆ ସିରିଜର ଶୁଭାରମ୍ଭ କରିଥିଲେ ଓ ଇତିହାସରେ ନିଜ ନାମ ଲେଖିଥିଲେ ।

କାରଣ ତାଙ୍କ ପୂର୍ବରୁ କୌଣସି ଭାରତୀୟ ଖେଳାଳି ମଧ୍ୟ ନିଜ ଦିନିକିଆ ମ୍ଯାଚର ଆରମ୍ଭ ଛକା ସହ କରି ନାହାନ୍ତି । ତାପରେ ଦ୍ଵିତୀୟ ବଲରେ ମାରିଲେ ଚଉକା । ସେ ୪୨ ବଲରେ ୫୯ ରନ କରିଥିଲେ ଯେଉଁଥିରେ ୮ଟି ଚଉକା ଓ ୨ଟି ଛକା ସାମିଲ ରହିଥିଲା । ଇଶାନ କିଶାନ ୧୮ ଜୁଲାଇ ୧୯୯୮ ମସିହାରେ ପାଟନାରେ ଜନ୍ମ ହୋଇଥିଲେ । ସେ ଏବେ ପର୍ଯ୍ୟନ୍ତ ନିଜ ଦୁଇଟି ଟି-ଟ୍ୱେନ୍ଟି ଅନ୍ତରାଷ୍ଟ୍ରୀୟ ମ୍ଯାଚରେ ୬୦ ରନ କରିଛନ୍ତି । ସେଥିରେ ଗୋଟିଏ ଅର୍ଦ୍ଧଶତକ କରି ସେ ମ୍ୟାନ ଅଫ ଡି ମ୍ଯାଚ ହୋଇଥିଲେ ।

ସେ ଅଣ୍ଡର-୧୯ କ୍ରିକେଟ ଟିମର ଅଧିନାୟକ ମଧ୍ୟ ରହି ସାରିଛନ୍ତି । ସେହି ସମୟରେ ତାଙ୍କ କୋଚ ଦିଗଜ କ୍ରେକେଟର ରାହୁଲ ଦ୍ରାବିଡ ଥିଲେ । ଏବେ ମଧ୍ୟ ସିନିୟର କୋଚ ହିସାବରେ ରାହୁଲ ଦ୍ରାବିଡ ଶ୍ରୀଲଙ୍କା ଗସ୍ତରେ ସାମିଲ ଅଛନ୍ତି । ମାତ୍ର ବହୁତ ସଂଘର୍ଷ କରିବା ପରେ ଏ ପର୍ଯ୍ୟନ୍ତ ପହଞ୍ଚି ପରିଛନ୍ତି ଇଶାନ କିଶାନ । ଏଥିପାଇଁ ତାଙ୍କୁ ମାତ୍ର ୧୨ ବର୍ଷ ବୟସ ହୋଇଥିବା ବେଳେ ପାଟନା ଛାଡିବାକୁ ପଡିଥିଲା ।

କିଶାନଙ୍କ କୋଚ ତାଙ୍କ ପିତାମାତାଙ୍କୁ କହିଥିଲେ ଯଦି ସେ ଆଗକୁ କ୍ରିକେଟ ଖେଳିବାକୁ ଚାହାନ୍ତି ତେବେ ତାଙ୍କୁ ରାଞ୍ଚି ସିଫ୍ଟ ହୋଇ ଝାଡଖଣ୍ଡ ତରଫରୁ ଖେଳିବାକୁ ପଡିବ । ଏହି ନିଷ୍ପତ୍ତି ସହଜ ନ ଥିଲେ ମଧ୍ୟ ସେ ରାଞ୍ଚି ଯିବାକୁ ଜିଦ କରି ବସିଥିଲେ । ସେ ରାଞ୍ଚି ଆସିବା ପରେ ଜିଲ୍ଲା କ୍ରିକେଟ ଆସୋସିଏସନ ଟୁର୍ନାମେଣ୍ଟରେ ଖେଳିବା ପାଇଁ ତାଙ୍କର ଭାରତ ଟିମରେ ଚୟନ ମଧ୍ୟ ହୋଇଥିଲା । ସେଠାରେ ତାଙ୍କୁ ରହିବାକୁ ଏକ ଛୋଟ କ୍ଵାଟର ଦିଆ ଯାଇଥିଲା । ମାତ୍ର ଛୋଟ କିଶାନଙ୍କୁ ରୋଷେଇ କରିବା ଜଣା ନ ଥିଲା ।

ତେଣୁ ସେ ବାସନ ମାଜିବା ଓ ପାଣି ଭରି କରି ରଖିବା ଆଦି କାମ କରୁଥିଲେ । କାରଣ ତାଙ୍କ ସହ ରହୁଥିବା ସିନିୟର ମାନେ ପ୍ରାୟ କ୍ରିକେଟ ଖେଳିବାକୁ ଚାଲି ଯାଉଥିଲେ । ସେ କେବଳ ଚିପ୍ସ ଓ କୋଲ୍ଡ ଡ୍ରିଙ୍କସ ପିଇ ରହି ଯାଉଥିଲେ । ତାଙ୍କ ପିତା କୁହନ୍ତି ଏପରି ପ୍ରାୟ ଦୁଇ ବର୍ଷ ଯାଏ ଚାଲିଥିଲା । ମାତ୍ର ସେ କେବେ ମଧ୍ୟ ଘରେ ଏହି ବିଷୟରେ ଜଣାଇ ନ ଥିଲେ । ତାପରେ ତାଙ୍କ ପିତାମାତା ରାଞ୍ଚି ଆସି ଭଡା ଘରେ କିଶାନଙ୍କ ସହ ରହିବାକୁ ଲାଗିଲେ ।