ଇଣ୍ଡିଆନ ପ୍ରିମିୟର ଲିଗରେ ତିନି ଥର ଚ୍ୟାମ୍ପିୟନ ରହିସାରିଥିବା ଟିମ ଚେନ୍ନାଇ ସୁପର କିଂଗ୍ସ ଏହି ସିଜିନରେ ବହୁତ ସଂଘର୍ଷ କରୁଥିବାର ନଜର ଆସୁଛନ୍ତି । କରୋନା ଭାଇରସ ମହାମାରୀ କାରଣରୁ ଆଇପିଏଲର ୧୩ ତମ ସିଜିନ ୟୁଏଇରେ ଅନୁଷ୍ଠିତ କରାଯାଇଛି । ଏହି ଟୂର୍ନାମେଂଟର ପ୍ରଥମ ମ୍ୟାଚ ୧୯ ସେପ୍ଟେମ୍ବରରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଂଗ୍ସ ମଧ୍ୟରେ ହୋଇଥିଲା ଓ ଏହି ମ୍ୟାଚରେ ଚେନ୍ନାଇ ସୁପର କିଂଗ୍ସ ଟିମ ଜିତି ଥିଲା ।
ଏହା ପରେ ମହେନ୍ଦ୍ର ସିଂହ ଧୋନୀଙ୍କ କ୍ୟାପଟେନଶିପରେ ଚେନ୍ନାଇ ସୁପର କିଂଗ୍ସ ରାଜସ୍ଥାନ ରୟଲ୍ସ ଓ ଦିଲ୍ଲୀ କ୍ୟାପିଟଲ୍ସ ବିରୁଦ୍ଧରେ ମ୍ୟାଚ ଖେଳିଲେ । କିନ୍ତୁ ଏହି ଦୁଇଟି ମ୍ୟାଚରେ ଚେନ୍ନାଇ ସୁପର କିଂଗ୍ସକୁ ହାରର ସାମ୍ନା କରିବାକୁ ପଡିଲା ।
କିନ୍ତୁ ଏହା ପରେ ଚେନ୍ନାଇ ସୁପର କିଂଗ୍ସ ନିଜର ପଞ୍ଚମ ମ୍ୟାଚ ଯାହା କି ପଞ୍ଜାବ ସହ ଥିଲା ସେଥିରେ ଚେନ୍ନାଇକୁ ଏକ ବଡ ସଫଳତା ମିଳିଛି । ଏମିତିରେ ଚେନ୍ନାଇ ପୟେନ୍ଟ ଟେବୁଲରେ ୪ ପୟେନ୍ଟରେ ଷଷ୍ଠ ସ୍ଥାନରେ ଅଛି । ଏହି ସବୁ ମଧ୍ୟରେ ଇରଫାନ ପଠାନ ୟୁଏଇରେ ଚେନ୍ନାଇ ସୁପର କିଂଗ୍ସର ଟିମ କାହିଁକି ସଂଘର୍ଷ କରୁଛନ୍ତି ତାହା ଉପରେ ନିଜର ମନ୍ତବ୍ୟ ଦେଇଛନ୍ତି । ପଠାନ କହିଲେ କି ଟିମ ସୁରେଶ ରୈନାର ରିପ୍ଲେସମେଂଟକୁ ଆଜି ପର୍ଯ୍ୟନ୍ତ ସାମିଲ କରି ନାହାନ୍ତି, ଯେଉଁ କାରଣରୁ ଟିମର ବାଲାନ୍ସ ଖରାପ ହୋଇ ଯାଇଛି ।
ଇରଫାନ ପଠାନ ଆଗକୁ କହିଲେ କି ପ୍ରଥମ ଥର ଏମିତି ଲାଗୁଛି କି ଚେନ୍ନାଇ ସୁପର କିଂଗ୍ସର ଟିମରେ କିଛି ଭୁଲ ଅଛି । ଏମିତିରେ ଯଦି ସୁରେଶ ରୈନାଙ୍କ ବିଷୟରେ କହିବା ତେବେ ସୁରେଶ ରୈନା ନିଜର ବ୍ୟକ୍ତିଗତ କାରଣରୁ ଏହି ଟୂର୍ନାମେଂଟକୂ ଛାଡି ଚାଲି ଯାଇଛନ୍ତି ।
ଇରଫାନ ପଠାନ ଆଗକୁ କହିଲେ କି ସୁରେଶ ରୈନାଙ୍କ ରିପ୍ଲେସମେଂଟ ନ ଆସିବା କାରଣରୁ ଟିମ ଗଠନରେ ବହୁତ ଅସୁବିଧା ଆସୁଛି । ଯଦି ସୁରେଶ ରୈନା ନମ୍ବର ୩ରେ ବ୍ୟାଟିଙ୍ଗ କରୁଛନ୍ତି ତେବେ ସେ ଏକ ଅତିରିକ୍ତ ବୋଲର ଭୂମିକାକୁ ବି ପାଳନ କରାଇଥାନ୍ତି । କିନ୍ତୁ ବର୍ତ୍ତମାନ ସୁରେଶ ରୈନା ବ ଖେଳିବାରୁ ଟିମ ପାଖରେ ମାତ୍ର ୫ ଜଣ ବୋଲର ଅଛନ୍ତି ।
ସେ ଆଗକୁ କହିଲେ କି ଯେଉଁ ଟିମ ଆଇପିଏଲରେ ଗୋଟିଏ ଅତିରିକ୍ତ ବୋଲରକୁ ନେଇ ଖେଳିଥାଏ ସେ ବହୁତ ମଜବୁତ ଟିମ ବୋଲି କୁହଯାଏ । ମହେନ୍ଦ୍ର ସିଂହ ଧୋନୀ ଭଲ ଫିନିଶର ଅଟନ୍ତି । କିନ୍ତୁ ତାଙ୍କୁ ଏହା ବି ସୁନିଶ୍ଚିତ କରି ନେବା ଉଚିତ କି ତାଙ୍କୁ କମ ରୁ କମ ୧୦ ଓଭର ପର୍ଯ୍ୟନ୍ତ ଖେଳିବା ଉଚିତ । ପୁଣି ବାକି ଜିନିଷ ଠିକ ହୋଇଯିବ ।
ଏହା ଛଡା ଟିମରେ ଏକ ଅତିରିକ୍ତ ବୋଲର ରହିବା ଉଚିତ । ଯଦି ଲାଷ୍ଟ ମ୍ଯାଚ ବିଷୟରେ କଥା ହେବା ତେବେ ଚେନ୍ନାଇ 10 ୱିକେଟରେ ମ୍ଯାଚ ଜିତିଲା ପରେ ଟିମର ମନୋବଳ ଦୃଢ ହେଇଥିବ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।