ଆଜିର ରାଶିଫଳ, 6 ଅକ୍ଟୋବର 2020, ମଙ୍ଗଳବାର, ଏହି 3 ରାଶିକୁ ରହିବାକୁ ହେବ ସାବଧାନ, ପଡ଼ିପାରନ୍ତି କୌଣସି ବଡ ଅସୁବିଧାରେ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୬ ଅକ୍ଟୋବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଅଳ୍ପ ପରିଶ୍ରମ କରିଲେ ବି ଅଧିକ ଲାଭ ମିଳିବ । ଆପଣ ଜୀବନସାଥିଙ୍କ ସହ ବାହାରକୁ ବୁଲିବାକୁ ଯାଇ ପାରନ୍ତି । ଏହା ଦ୍ଵାରା ଆପଣଙ୍କ ଦୁଇ ଜଣଙ୍କ ମଧ୍ୟରେ ସମ୍ପର୍କ ଆହୁରି ଗଭୀର ହେବ । ପାର୍ଟନରଶିପ ଦ୍ଵାରା ବ୍ୟବସାୟରେ ଲାଭ ମିଳିବ । ଆପଣ ସବୁ କାର୍ଯ୍ୟରେ ଆଶାତୀତ ଲାଭ ପାଇବେ । ସାମାଜିକ ଗତିବିଧି ଓ ଜନସେବା କାର୍ଯ୍ୟରେ ଆପଣ ଯୋଗଦାନ କରିବେ । ଯାହା ଦ୍ଵାରା ଆପଣଙ୍କ ମାନ ସମ୍ମାନ ବଢିବ । ଆପଣ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବେ । ଆପଣ ନିଜର କ୍ଷମତା ବଳରେ କୌଣସି ବଡ ସଂସ୍ଥା ସହ ଯୋଡି ହେବେ । ବ୍ୟବସାୟରେ ଆପଣଙ୍କୁ ଭଲ ସଫଳତା ମିଳିବ । ଆପଣ ନିଜର ବିଶ୍ଵାସ ବଳରେ ଆଗକୁ ବଢିବେ ।

ବୃଷ

ଆପଣ ନିଜକୁ ବହୁତ ଫୁର୍ତି ଅନୁଭବ କରିବେ । ଆପଣ ବର୍ତ୍ତମାନ ସମୟରେ ନିଜର ଜୀବନରେ ବହୁତ କିଛି ଶିଖିବେ । ଆପଣ ଭବିଷ୍ୟତ ପାଇଁ କୌଣସି ଯୋଜନା କରି ସେଥିରେ ସଫଳତା ମଧ୍ୟ ପାଇବେ ଓ ଅଟକି ଥିବା ସବୁ କାର୍ଯ୍ୟ ପୁରା ହେବ । ନିଜ କାର୍ଯ୍ୟରେ ସଫଳତା ପାଇବେ । କ୍ୟାରିୟରରେ ସ୍ଥିତି ମଜବୁତ ହେବ । କାର୍ଯ୍ୟଲୟରେ ସହଯୋଗୀ ଅଧିକାରୀଙ୍କ ଉପରେ ଅଧିକ ବିଶ୍ଵାସ କରନ୍ତୁ ନାହିଁ । ନଚେତ ଆପଣ ଅସୁବିଧାରେ ପଡ଼ିପାରନ୍ତି ।

ମିଥୁନ

ବ୍ୟବସାୟରେ ଅଟକିଥିବା ଟଙ୍କା ଆପଣଙ୍କୁ ମିଳିପାରେ । ଆପଣ କୌଣସି ବିଶେଷ କାମ ପାଇଁ ଅନ୍ୟ ବ୍ୟକ୍ତିତିର ସାହଯ୍ୟ ନେଇପାରନ୍ତି । ଧାର୍ମିକ କାର୍ଯ୍ୟ କଳାପରେ କିଛି ଧନ ଖର୍ଚ୍ଚ କରିବେ ଯାହା ଫଳରେ ଆପଣଙ୍କର ମାନ୍ନସମ୍ମାନ ବୃଦ୍ଧି ହେବ । ଆପଣ ବ୍ୟବସାୟ ପାଇଁ ଅନ୍ୟ ରାଜ୍ୟକୁ ଯାତ୍ରା କରିପାରନ୍ତି । ଆପଣ ନିଜର କାର୍ଯ୍ୟକୁ ନିଜେ ହିଁ କରନ୍ତୁ କାହା ଉପରେ ବିଶ୍ଵାସ କରନ୍ତୁ ନାହିଁ । ମା ବାପାଙ୍କର ଅବଶ୍ୟ ଧ୍ୟାନ ରଖନ୍ତୁ ଯାହା ଦ୍ୱାରା ଆପଣଙ୍କର ଭାଗ୍ୟ ଉଜ୍ଜ୍ବଳ ହେବ ।

କର୍କଟ

ଆପଣ ସମାଜିକ କାର୍ଯ୍ୟରେ ଭାଗ ନେଇପାରନ୍ତି । ଅଫିସରେ ଆପଣଙ୍କୁ କିଛି ନୂଆ କାମ ମିଳିପାରେ । କିନ୍ତୁ ଆପଣ ପରିଶ୍ରମ କଲେ ନିଶ୍ଚୟ ସଫଳ ମିଳିବ । ଆପଣଙ୍କ ସ୍ଵପ୍ନ ପୁରା ହେବା ଦ୍ୱାରା ଆପଣ ପ୍ରସନ୍ନ ରହିବେ । ପ୍ରେମ ଜୀବନ ଓ ଅତିବାହିତ ଥିବା ଲୋକମାନଙ୍କର ସବୁ ସମସ୍ୟା ଦୂର ହୋଇଯିବ । କିଛି ଏହିଭଳି କାର୍ଯ୍ୟ କରନ୍ତୁ ନାହିଁ ଯାହା ଦ୍ୱାରା ବିବାଦ ସୃଷ୍ଟି ହେବ ।

ସିଂହ

ଆପଣଙ୍କର ଭଲ ବ୍ୟବହାର ଦ୍ୱାରା ଆଖ ପାଖ ଲୋକ ବହୁତ ଖୁସିରେ ରହିବେ । ବାପାଙ୍କ ଓ ମାଙ୍କ ସହ ସମ୍ବନ୍ଧ ଭଲ ରଖନ୍ତୁ । ଭାଗ୍ୟ ବଦଳିଯିବ । ଜୀବନରେ ଉନ୍ନତିର ମାର୍ଗ ହାସଲ ହେବ । କ୍ୟାରିୟରରେ ଆଗକୁ ବଢିବେ । ଆର୍ଥିକ ଉନ୍ନତିର ଅବସର ମିଳିବ । ଆପଣ ଭଲ ଧନ ଲାଭ କରିବେ । ବିଦେଶୀ ସମ୍ପର୍କ ଯୋଗୁଁ ବହୁତ ଲାଭ ମିଳିବ । କିଛି ଭୁଲ ନିଷ୍ପତି ନିଅନ୍ତୁ ନାହି । ନଚେତ ଆପଣ ଅସୁବିଧାରେ ପଡ଼ିପାରନ୍ତି ।

କନ୍ୟା

ପରିବାର ସହିତ ଧାର୍ମିକ ସ୍ଥଳ ବୁଲିବାକୁ ଯାଇପାରନ୍ତି । ନୂଆ ଚାକିରି ମିଳିପାରେ ଏବଂ ପରଶ୍ରମ କରିବା ଦ୍ଵାରା ଆପଣଙ୍କର ବହୁତ ଲାଭ ହେବ । ଆପଣ ଭଲ ଧନ ଅର୍ଜନ କରିବେ । ଆପଣଙ୍କ ସଠିକ ନିଷ୍ପତି କାରଣରୁ ଭବିଷ୍ୟତରେ ବହୁତ ଧନଲାଭ ହେବ । ସମୟ ଅନୁସାରେ ଚିନ୍ତା କରିବେ କଣ ଭଲ କଣ ଖରାପ । କାର୍ଯ୍ୟ ସମ୍ପର୍କରେ କୌଣସି ଭୁଲ ନିଷ୍ପତି ନିଅନ୍ତୁ ନାହିଁ ନଚେତ ଅସୁବିଧାରେ ପଡ଼ିପାରନ୍ତି ।

ତୁଳା

ନିୟମିତ ଯୋଗ କରନ୍ତୁ ଆପଣ ସୁସ୍ଥ ରହିବେ । ଧର୍ଯ୍ୟ ରଖନ୍ତୁ ସବୁ କାର୍ଯ୍ୟ ହୋଇଯିବ । ଆପଣଙ୍କୁ ଆପଣଙ୍କର ଉପରିସ୍ଥ ଅଧିକାରୀଙ୍କ ଠାରୁ କାର୍ଯ୍ୟରେ ସଫଳତା ପାଇଁ ପ୍ରଶଂସା ମିଳିବ । କ୍ୟାରୀୟରରେ ଉନ୍ନତି କରିବେ । ପରିଶ୍ରମ କରିଲେ ସଫଳତା ନିଶ୍ଚିତ ପାଇବେ । ଯଦି ଆପଣ ସର୍ବିସ ଇଣ୍ଡଷ୍ଟ୍ରି, ଅଟୋମୋବାଇଲ, ପ୍ରୀଟିଙ୍ଗ ପ୍ରେସ, ଗ୍ୟାସ ତଥା ପେଟ୍ରୋଲ ଓ ତେଲ ଇଣ୍ଡଷ୍ଟ୍ରି, ଭୂମି ସହ ଜଡିତ କାର୍ଯ୍ୟ ସହ ଜଡିତ ଅଛନ୍ତି ତେବେ ଏହି ସବୁ କାମରେ ବହୁତ ସଫଳତା ପାଇବେ ଏବଂ ଭଲ ଧନ ଲାଭ କରିବେ । କୌଣସି କାର୍ଯ୍ୟକୁ ନେଇ ଶାରୀରିକ ଓ ମାନସିକ ଚିନ୍ତା ବଢ଼ିପାରେ । ପରିବାରରେ ମନାନ୍ତର ହୋଇପାରେ । ସକାରତ୍ମକ ଭାବନା ଓ ଆତ୍ମବିଶ୍ବାସ ଦ୍ୱାରା ସବୁ କାର୍ଯ୍ୟରେ ସଫଳତା ପାଇବେ ।

ବିଚ୍ଛା

ଆପଣଙ୍କୁ ଗୁରୁଜନଙ୍କ ଆଶୀର୍ବାଦ ମିଳିବ । ଆପଣଙ୍କ ଆର୍ଥିକ ସ୍ଥିତି ବହୁତ ଭଲ ରହିବ । ଯାହାଫଳରେ ଆପଣ ବନ୍ଧୁଙ୍କୁ ସାହାର୍ଯ୍ୟ କରିବେ । ଚାକିରିରେ ଆର୍ଥିକ ଲାଭ ମିଳିବ । ବ୍ୟବସାୟରେ ଭଲ ଲାଭ ମିଳିବ । କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇବେ । ନିବେଶରେ ଲାଭ ମିଳିବ । କଠିନ ପରିଶ୍ରମ କରିବା ଦ୍ଵାରା ସବୁ କାର୍ଯ୍ୟ ସମୟ ପୂର୍ବରୁ ସରିଯିବ । ଖର୍ଚ ବଢିବା ଦ୍ଵାରା ଆର୍ଥିକ ସ୍ଥିତି କମଜୋର ହୋଇପାରେ । ପରିବାରରେ ଖୁସିର ପରିବେଶ ରହିବ ।

ଧନୁ

ପିଲା ବେଳର ସାଙ୍ଗ ସହ ଦେଖା ହେବ ଓ ପୁରୁଣା କଥା କିଛି ମନେ ପଡିବ । ଆକସ୍ମିକ ଧନ ମିଳିବାର ଯୋଗ ଅଛି । ଖର୍ଚ ବଢିବାରୁ ଆର୍ଥିକ ଚିନ୍ତା ଲାଗି ରହିବ । କିନ୍ତୁ ଏହା ପରେ ଆପଣଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଗୁରୁଜନଙ୍କ ଆଶୀର୍ବାଦରୁ ବ୍ୟବସାୟରେ ଭଲ ଲାଭ ମିଳିବ । ଚାକିରୀ କ୍ଷେତ୍ରରେ ସଫଳତା ପାଇବେ । କାର୍ଯ୍ୟ କ୍ଷେତ୍ରରେ କାମ ଅଧିକ ହେବ କିନ୍ତୁ ପରିଶ୍ରମ ଦ୍ୱାରା ସେଥିରେ ସଫଳତା ପାଇବେ । ବ୍ୟବସାୟରେ ଭଲ ଲାଭ ମିଳିବ କିନ୍ତୁ ଖର୍ଚ ବଢ଼ିପାରେ ।

ମକର

କୋଣସି ଭଲ ଲୋକଙ୍କ ସହ ଦେଖା ହେବ । ବହୁତ ଖୁସିରେ ରହିବେ । ଜୀବନରେ ଉନ୍ନତିର ମାର୍ଗ ଖୋଲିଯିବ । ସମ୍ପର୍କୀୟ ଓ ବନ୍ଧୁଙ୍କ ସହଯୋଗ ଦ୍ଵାରା ଆର୍ଥିକ  ମିଳିବ । ଆପଣଙ୍କ ସମ୍ବାଦ ଶୈଳୀ ଦ୍ଵାରା ସବୁ କାର୍ଯ୍ୟରେ ସଫଳ ହେବେ ଓ ଭଲ ଧନ ମିଳିବ । ବ୍ୟବସାୟରେ ଛୋଟ ମୋଟ ଅସୁବିଧା ଆସିପାରେ । କିନ୍ତୁ ପରିଶ୍ରମ କରିବା ଦ୍ଵାରା ଭଲ ଧନଲାଭ ମିଳିବ । ଅନାବଶ୍ୟକ ଖର୍ଚ ଦ୍ଵାରା ଚିନ୍ତିତ ରହିବେ । ବିନା ଭାବି ଚିନ୍ତି କୌଣସି କାର୍ଯ୍ୟ କରନ୍ତୁ ନାହିଁ  ନଚେତ ଅସୁବିଧାରେ ପିଡ଼ିପାରନ୍ତି ।

କୁମ୍ଭ

ଆପଣଙ୍କୁ ବ୍ୟବସାୟରେ କିଛି ଲୋକଙ୍କ ସାହାଯ୍ୟ ମିଳିବ । ଆପଣଙ୍କ ସାମାଜିକ ଜୀବନ ଭଲ ରହିବ । ପାର୍ଟନରଶିପ ବ୍ୟବସାୟରେ ଆପଣଙ୍କୁ ପାର୍ଟନରଙ୍କ ସହ ଭଲ ସଂପର୍କ ରଖିବାକୁ ହେବ କାହିଁକିନା ତାଙ୍କ ପାଇଁ ହିଁ ଆପାଣ ବହୁତ ଧନ ଲାଭ କରିବେ । ଭବିଷ୍ୟତ ପାଇଁ ଧନ ସଞ୍ଚୟ କରିବାର ସମ୍ଭାବନା ଅଛି । ଆପଣ କୌଣସି ବଡ ନିବେଶ କରନ୍ତୁ ନାହିଁ କି ଧନ ନେବା ଦେବା କରନ୍ତୁ ନାହିଁ ନଚେତ କ୍ଷତିରେ ପଡିବେ । ଶନିଙ୍କ ପ୍ରଭାବରୁ ପାରିବାରିକ ସମସ୍ୟା ଦେଖାଯାଇପାରେ ।

ମୀନ

ଚାକିରୀ କ୍ଷେତ୍ରରେ ନୂଆ ପ୍ରଜୋକ୍ଟ କରିବାରେ ସଫଳତା ହାସଲ କରିବେ । ଉଚ୍ଚ ଶିକ୍ଷାରେ ସଫଳତା ମିଳିବ ଏବଂ ବିଦେଶ ମଧ୍ୟ ଯାଇପରନ୍ତି । ଧନକୁ ଦେଖି ଚାହିଁ ଖର୍ଚ୍ଚ କରନ୍ତୁ ଯାହା ଦ୍ଵାରା ଆପଣଙ୍କୁ ଭବିଷ୍ୟତରେ ଧନ ଆଵଶ୍ୟକତା ହେଲେ ତାହା କାମରେ ଆସିବ । ଆପଣଙ୍କୁ ବହୁତ କଷ୍ଟର ସାମ୍ନା କରିବାକୁ ପଡିବ ଯଥା ପଢ଼ାରେ ଏକାଗ୍ରତା ଆସିବନି , ସ୍ୱାସ୍ଥ୍ୟ ସମସ୍ୟା , ମାନସିକ ବ୍ୟାକୁଳତା ଆଦି ବଢ଼ିପାରେ । ଆକସ୍ମିକ ଭାବେ ଖର୍ଚ୍ଚ ବଢିବାରୁ ଆର୍ଥିକ ସ୍ଥିତିରେ ଆଞ୍ଚ ଆସିପାରେ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।