ଏଥର IPL 2023 ରେ ଆଙ୍କରିଂ କରିବେ ଏହି ଓଡିଆ ଝିଅ, କାହିଁକି ବଛାଗଲା ଏହି ଓଡିଆ ଝିଅଙ୍କୁ ?

ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଆଇପିଏଲ 2023 । ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଇପିଏଲ କୁ ନେଇ କ୍ରିକେଟପ୍ରେମୀ ମାନେ ବେଶ ଆଗ୍ରହୀ ଥିବାବେଳେ ଏଥର ଓଡିଆ ଦର୍ଶକଙ୍କ ପାଇଁ ଏକ ଖୁସି ଖବର ଆସିଛି । କାରଣ ପୂର୍ବରୁ ଆପଣ ଆଇପିଏଲ କେବଳ ହିନ୍ଦୀ ଏବଂ ଇଂରାଜୀ ଦୁଇଟି ଭାଷାରେ ଦେଖିବାକୁ ପସନ୍ଦ କରୁଥିବା ବେଳେ ଚଳିତ ବର୍ଷ କିନ୍ତୁ ଏଥିରେ ବିରାଟ ପରିବର୍ତ୍ତନ କରାଯାଇଛି । ଆଇପିଏଲ 2023 ରେ କ୍ରିକେଟପ୍ରେମୀ ମାନଙ୍କ ପାଇଁ ସମୁଦାୟ 12ଟି ଭାଷାରେ ଆଇପିଏଲ ଟେଲିକାଷ୍ଟ ହେବାକୁ ଯାଉଛି ।

ଆଉ ସବୁଠୁ ଖାସ କଥା ହେଲା ଏହି 12ଟି ଭାଷା ମଧ୍ୟରେ ଓଡିଆ ଭାଷାକୁ ମଧ୍ୟ ସ୍ଥାନ ଦିଆଯାଇଛି । ଦର୍ଶକମାନେ ବିନା କୌଣସି ସବସ୍କ୍ରିପସନରେ ଜିଓ ସିନେମାରେ ଆଇପିଏଲ ଦେଖିପାରିବେ । ସେଠାରେ ଆପଣଙ୍କ ପାଇଁ 12ଟି ଭାଷାର ବିକଳ୍ପ ଦିଆଯିବ । ଦର୍ଶକ ନିଜ ପସନ୍ଦ ଅନୁଯାୟୀ ଯେକୌଣସି ଭାଷାରେ ଏଥର ଆଇପିଏଲ ର ମଜା ଉଠାଇ ପାରିବେ ।

ତେବେ ପ୍ରଥମ ଥର ପାଇଁ ଓଡିଆ ଭାଷାରେ ଆଇପିଏଲ ମହାକୁମ୍ଭ ଉପସ୍ଥାପନା ହେବାକୁ ଯାଉଥିବା ବେଳେ ଓଡିଆ ଝିଅ ଲୋରିଆ ମହାନ୍ତିଙ୍କୁ ତାଙ୍କ ଆଙ୍କରିଂ ମାଧ୍ୟମରେ ଆପଣଙ୍କର ଖୁବ ମନୋରଞ୍ଜନ କରିବେ । ଜିଓ ସିନେମାରେ ଆପଣ ଓଡିଆ ଭାଷା ବାଛିବା ପରେ ଓଡିଆରେ ସମସ୍ତ କମେଣ୍ଟ୍ରି, ପ୍ୟାନେଲ ଡିସକସନ୍, ଏକ୍ସପାର୍ଟ ଆଡଭାଇଜ ଏବଂ ଗ୍ରାଫିକ ସବୁକିଛି ଆପଣ ସଂପୂର୍ଣ୍ଣ ମାଗଣାରେ ଓଡିଆରେ ଦେଖିବାକୁ ପାଇବେ । ପ୍ରଥମ ଓଡିଆ ମହିଳା ଉପସ୍ଥାପିକା ଭାବେ ଲୋରିଆ ମହାନ୍ତିଙ୍କୁ ଏଭଳି ସୁଯୋଗ ମିଳିଛି ।

ଲୋରିଆଙ୍କୁ ଆପଣ ଅନେକ ଟିଭି ଶୋ’ ଏବଂ ରିୟାଲିଟି ଶୋ’ରେ ଦେଖିଥିବେ । ଏଥର କିନ୍ତୁ କ୍ରିକେଟ ଭଳି ଏକ ଭିନ୍ନ ପ୍ଲାଟଫର୍ମରେ ଲୋରିଆ ମହାନ୍ତି ଆଙ୍କରିଂ କରିବାକୁ ଯାଉଛନ୍ତି । ଅଡିସନ ଆରମ୍ଭ ହେବା ପୂର୍ବରୁ ଏବଂ ବର୍ତ୍ତମାନ ମଧ୍ୟ ଲୋରିଆ କ୍ରିକେଟ ବିଷୟରେ ଅନେକ କିଛି ଶିକ୍ଷା କରୁଛନ୍ତି । ଏଭଳି ଏକ ଭିନ୍ନ ସୁଯୋଗ ତାଙ୍କ ପାଇଁ ନିହାତି ଭାବେ ଚ୍ୟାଲେଞ୍ଜିଙ୍ଗ ରହିବ । କିନ୍ତୁ ଆମ ରାଜ୍ୟ ଓଡିଶା ଏବଂ ଓଡିଆ ଭାଷାର ଗର୍ବ ଓ ଗୌରବ ପାଇଁ ସେ ଏହା ନିଶ୍ଚିତ ଭାବେ କରି ଦେଖାଇବେ ବୋଲି ଦୃଢ ମନସ୍କ ଅଛନ୍ତି ।

ଲୋରିଆ କୁହନ୍ତି କି, ତାଙ୍କ ବାପା ଜଣେ ବହୁତ ବଡ କ୍ରିକେଟ ପ୍ରେମୀ । ତେଣୁ ତାଙ୍କର ମଧ୍ୟ କ୍ରିକେଟ ବିଷୟରେ କିଛିଟା ଜ୍ଞାନ ଥିଲା । ଆଉ ବାକି ଜ୍ଞାନ ପାଇଁ ତାଙ୍କୁ ସବୁଦିନ କ୍ରିକେଟ ବିଷୟରେ ପଢିବାକୁ ଏବଂ ଅଭ୍ଯାସ କରିବାକୁ ପଡୁଛି । ତାଙ୍କ ପରିଶ୍ରମ ବୃଥା ଯିବନାହିଁ ବୋଲି ସେ ଆଶା ରଖିବା ସହ ଓଡିଆ ଦର୍ଶକଙ୍କ ଆଶୀର୍ବାଦ ମଧ୍ୟ କାମନା କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।