ଏହି କାରଣ ପାଇଁ IPL ରେ ଖେଳି ପାରୁ ନାହାନ୍ତି ଓଡିଆ କ୍ରିକେଟର ମାନେ ! ଦେଖନ୍ତୁ କଣ କହିଲେ ଏହି ପୂର୍ବତନ ଖେଳାଳି

ଦେଶର ସବୁ କ୍ରିକେଟର ଜାତୀୟ କ୍ରିକେଟ ଦଳରେ ଖେଳିବାକୁ ସୁଯୋଗ ପାଇ ନଥାନ୍ତି । କିନ୍ତୁ ଆଇପିଏଲ ଆରମ୍ଭ ହେବା ପରଠାରୁ ଅନେକ ଦକ୍ଷ କ୍ରିକେଟର ମାନେ ଏହି ଲିଗରେ ଖେଳି ସଫଳ କ୍ଯାରିୟର ବନେଇ ପାରୁଛନ୍ତି । ଆଇପିଏଲରେ ପ୍ରାୟ ସବୁ ରାଜ୍ୟରୁ ବଛା ବଛା ଦକ୍ଷ ଖେଳାଳିମାନେ ଖେଳିବାକୁ ସୁଯୋଗ ପାଉଥିବା ବେଳେ ଆମ ରାଜ୍ୟ ଓଡିଶା କିନ୍ତୁ ଏଥିରେ ଏକଦମ ପଛରେ ରହିଛି । ଆଇପିଏଲ ଆରମ୍ଭ ହେବାର ୧୫ ବର୍ଷ ମଧ୍ୟରେ ଓଡିଶା ଆଇପିଏଲକୁ କୌଣସି ଭଲ ଖେଳାଳି ଯୋଗାଇ ଦେବାରେ ବିଫଳ ହୋଇଛି ।

କେବଳ ଦୁଇରୁ ଚାରି ଜଣ ଓଡିଆ ଖେଳାଳି ଆଇପିଏଲରେ ଖେଳିବାକୁ ସୁଯୋଗ ପାଇଛନ୍ତି । ୨୦୦୮ରେ ଡେକାନ ଚାର୍ଜର ତରଫରୁ ଖେଳିଥିବା ହଳଧର ଦାସ ଆଇପିଏଲରେ ସ୍ଥାନ ପାଇଥିବା ଓଡିଶାର ପ୍ରଥମ ଖେଳାଳି ହୋଇଥିବା ବେଳେ ଚାରି ବର୍ଷ ପରେ ଅଲରାଉଣ୍ଡର ବିପ୍ଲବ ସାମନ୍ତରାୟଙ୍କୁ ସମାନ ଦଳ କିଣିଥିଲା । ସେହିପରି ପ୍ରଜ୍ଞାନ ଓଝା ଓ ଅଭିଷେକ ରାଉତ ମଧ୍ୟ ହାଇଦ୍ରାବାଦ ଓ ମହରାଷ୍ଟ୍ର ତରଫରୁ ଏହି ମେଗା ଇଭେଣ୍ଟରେ ଖେଳିବାର ସୁଯୋଗ ପାଇଥିଲେ ।

ଚଳିତ ବର୍ଷ ଭାଗ୍ୟବଶତଃ ଓଡିଶାର ନଂ.୧ ବ୍ୟାଟ୍ସମ୍ୟାନ ଶୁଭ୍ରାଂଶୁ ସେନାପତିଙ୍କୁ ଚେନ୍ନାଇ ସୁପରକିଙ୍ଗସ୍ ନିଜ ଦଳରେ ନେଇଛି । କିନ୍ତୁ ଦଳ ପ୍ଲେ-ଅଫ୍ ରେ ସ୍ଥାନ ବନେଇବାକୁ ସଂଘର୍ଷ କରୁଥିବା ବେଳେ ଶୁଭ୍ରାଂଶୁଙ୍କୁ ମଧ୍ୟ ପ୍ଲେଇଂ ଇଲେଭେନରେ ସ୍ଥାନ ମିଳିବା ମୁସ୍କିଲ ହୋଇଯାଇଛି । ଓଡିଶା ଆଜି ପର୍ଯ୍ୟନ୍ତ ଆନ୍ତର୍ଜାତୀୟ ସ୍ତରୀୟ ଖେଳାଳି ଯୋଗାଇ ଦେବାରେ ସଫଳ ହୋଇପାରି ନାହିଁ ।

ତେବେ ଏହାର କାରଣ ପ୍ରତିଭାର ଅଭାବ ଯୋଗୁଁ ନା ଉପଯୁକ୍ତ ସ୍ତରରେ ଖେଳିବା ପାଇଁ ଦକ୍ଷତାର ଅଭାବ ଯୋଗୁଁ ଅନେକ ପ୍ରଶ୍ନ ଉଠୁଛି । ଜଣେ ପୂର୍ବତନ ଓଡିଆ କ୍ରିକେଟର ଏନେଇ ମନ୍ତବ୍ୟ ଦେଇ କହିଛନ୍ତି ଯେ, ଓଡିଶାରୁ ପ୍ରତିଭାଶାଳୀ କ୍ରିକେଟର ଉଦୟ ନହେବାର କାରଣ ହେଉଛି ଷ୍ଟାଡିୟମର ଅଭାବ, ପ୍ରଦର୍ଶନୀ ବା ଦକ୍ଷତା ଏବଂ କ୍ଲାଉଟ । ରାଜ୍ୟର ଅଧିକାଂଶ କ୍ରିକେଟ କ୍ଲବ କେବଳ କଟକ ଏବଂ ଭୁବନେଶ୍ବରରେ ଥିବା ବେଳେ ସେଗୁଡିକର ଉତ୍ତମ ରକ୍ଷଣାବେକ୍ଷଣା କରାଯାଉ ନାହିଁ ।

ଅର୍ଥ ଅଭାବରୁ ଖେଳାଳିଙ୍କୁ ସବୁ ପ୍ରକାର ସୁବିଧା ମିଳୁନାହିଁ । ଯାହାଫଳରେ ଜାତୀୟ ସ୍ତରରେ ଖେଳିବା ବେଳେ ଏହା ତାଙ୍କ ପାଇଁ ବାଧକ ସାଜୁଛି । ଏହାସହ ବ୍ୟବସ୍ଥା ମଧ୍ୟ ଯଥେଷ୍ଟ ଦୁର୍ବଳ ରହିଛି ଯେଉଁଥି ପାଇଁ ରାଜ୍ୟରୁ ପ୍ରତିଭାବାନ ଖେଳାଳିଙ୍କ ଉଦୟ ହୋଇପାରୁ ନାହିଁ ।

ସେହିପରି ପୂର୍ବତନ କୋଚ ରଶ୍ମୀ ରଞ୍ଜନ ପରିଡା କହିଛନ୍ତି ଯେ, ଓଡିଆ କ୍ରିକେଟର ଘରୋଇ ମ୍ଯାଚ ଏବଂ ରଣଜୀ ଟ୍ରଫିରେ ଦେଉଥିବା ପ୍ରଦର୍ଶନ ସେତେ ଆଖି ଦୃଷ୍ଟିଆ ହେଉନି ଏବଂ କୌଣସି ଖେଳାଳିଙ୍କ ପ୍ରଦର୍ଶନରେ ସ୍ଥିରତା ମଧ୍ୟ ଦେଖିବାକୁ ମିଳୁନି । ସେହିପରି ଆଉ ଜଣେ ପୂର୍ବତନ ଖେଳାଳି କହିଛନ୍ତି କି, ଓଡିଆ ଖେଳାଳିଙ୍କ ମଧ୍ୟରେ ଆତ୍ମବିଶ୍ବାସର ଘୋର ଅଭାବ ରହିଛି ।

ସେମାନଙ୍କ ଭିତ୍ତିଭୂମି ଓ ମାନସିକତା ବଡ ସ୍ଵପ୍ନ ଦେଖିବାରୁ ସେମାନଙ୍କୁ ବଞ୍ଚିତ କରୁଛି । ତେବେ ଆପଣଙ୍କ ମତରେ ଓଡିଆ ଖେଳାଳିମାନେ ଆଇପିଏଲରେ ଭଲ ପ୍ରଦର୍ଶନ କରି ନପାରିବା ଏବଂ ଓଡିଶାରୁ ଦକ୍ଷ ଖେଳାଳି ଉଦୟ ନହେବାର କାରଣ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।