ଭଉଣୀ ବାହାଘର କରି ଗଲେ କିନ୍ତୁ ଶବ ହୋଇ ଫେରିଲେ, ବାହୁନି କାନ୍ଦୁଛି ଗର୍ଭବତୀ ପତ୍ନୀ ଆଉ ମା’, ଯବାନଙ୍କ ସନ୍ଦେହଜନକ ମୃତ୍ୟୁରେ କାନ୍ଦ ବୋବାଳିରେ ଫାଟୁଛି ଗାଁ ଦାଣ୍ଡ, ଦେଖନ୍ତୁ Video

ପରିବାର, ବନ୍ଧୁବାନ୍ଧବ ଓ ସାଙ୍ଗସାଥିଙ୍କ କାଣ୍ଡରେ ପୁରା ଗାଁ ଦାଣ୍ଡ ଫାଟି ପଡୁଛି । ଆଉ ଚିର ନିଦ୍ରାରେ ଶୋଇ ରହିଛନ୍ତି ଗାଁ’ର ସାହାସୀ ପୁଅ । ବୀର ବାପାଙ୍କ ପାର୍ଥିବ ଶରୀର ପାଖରେ କୁନି ଝିଅ ଶେଷ ଶ୍ରଦ୍ଧାଞ୍ଜଳି ଦେଉଥିବା ବେଳେ ମୁଣ୍ଡ ବାଡେଇ କାନ୍ଦୁଛି ଆଠ ମାସର ଗର୍ଭବତୀ ସ୍ତ୍ରୀ । ଏହି ଦୃଶ୍ୟ ସବୁ ଏତେ ହୃଦୟ ବିଦାରକ ଯେ ଭାଷାରେ ବର୍ଣ୍ଣନା କରିବା ବି କଷ୍ଟକର । ବାପାମା’ ଭେଣ୍ଡିଆ ପୁଅକୁ ହରେଇ ରାହା ଛାଡି କାନ୍ଦୁଛନ୍ତି, ଆଉ ଭଉଣୀ ବି ବାକଶୂନ୍ୟ ହୋଇଯାଇଛି ।

ଯବାନ ଚନ୍ଦ୍ରକାନ୍ତ ତାଙ୍କ ଭଉଣୀ ବାହାଘରରେ ଆସିଥିଲେ । ଭଉଣୀକୁ ବାହା ଦେଇ ଫେରିବା ବାଟରେ ତାଙ୍କ ସହ ଘଟିଥିଲା ଏଭଳି ଅଘଟଣ । ଚନ୍ଦ୍ରକାନ୍ତଙ୍କ ବାପା କହୁଛନ୍ତି କି ତାଙ୍କ ପୁଅ ମଥାରେ ଗୁଳି ଲାଗିଛି । ବାଟରେ ଯିବାବେଳେ କେହି ତାଙ୍କ ପୁଅକୁ ହତ୍ୟା କରିଥିବା କଥା ସେ କହୁଛନ୍ତି । ଏଥିପାଇଁ ତାଙ୍କ ଯବାନ ପୁଅକୁ ନ୍ୟାୟ ଦିଆଯାଉ ବୋଲି ସେ ଗୁହାରି କରୁଛନ୍ତି । ମୟୂରଭଞ୍ଜ ଜିଲ୍ଲା ବାଦଶାହୀ ଥାନା ଖାନୁଆ ଗାଁ’ରେ ଦେଖିବାକୁ ମିଳିଛି ଏଭଳି ଛାତିଫଟା ଦୃଶ୍ୟ ।

ଛୁଟି ପରେ ଗାଁ’ର ପୁଅ ଚନ୍ଦ୍ରକାନ୍ତ ପୁଣି ଥରେ ସେନାବାହିନୀରେ ଯୋଗ ଦେବାକୁ ଫେରୁଥିଲେ । ହେଲେ ସତେ ଯେମିତି ମୃତ୍ୟୁ ତାଙ୍କ ବାଟ ଚାହିଁ ବସିଥିଲା । ଭଉଣୀ ବାହାଘର ସାରି ନିଜ କର୍ମକ୍ଷେତ୍ରକୁ ଫେରୁଥିବା ଭାଇର ମୃତ୍ୟୁ ଖବର ଆସିବା ପରେ ପୁରା ଗାଁ କାନ୍ଦବୋବାଳିରେ ଫାଟି ପଡୁଛି ।

ହରିୟାନାର ବାହାଦୂରଗଡ ନିକଟରେ ମିଳିଥିବା ଯବାନଙ୍କ ମୃତଶରୀର ଯେତେବେଳେ ଗାଁ’ରେ ପହଞ୍ଚିଲା ସେତେବେଳେ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପୁରା ଗାଁ’ର ଲୋକେ ଆସି ଭିଡ ଜମାଇଥିଲେ । ମଙ୍ଗଳବାର ଦିନ ସନ୍ଧ୍ୟା ବେଳେ ଭାଉଣୀଙ୍କ ସହ ଶେଷ ଥର ପାଇଁ କଥା ହୋଇଥିଲେ ଭାଇ । ଏହାପରେ ତାଙ୍କୁ ଯେତେ କଲ୍ କାଲେ ମଧ୍ୟ ଭାଇ କଲ୍ ରିସିଭ କରି ନଥିଲେ । ତାଙ୍କ ଭାଇ ଟ୍ରେନରୁ କେବେବି ଖସି ପଡିବେ ନାହିଁ ଓ ସୁଇସାଇଡ କରିବେ ନାହିଁ ବୋଲି ସେ ଦମ୍ଭର ସହ କହିଛନ୍ତି ।

ଚନ୍ଦ୍ରକାନ୍ତ ଭାରତୀୟ ସେନାବାହିନୀର ଜଣେ ସୁବେଦାର । ସେ ଗତ ଦୁଇ ସପଟହ ତଳେ ନିଜ ସାନ ଭଉଣୀର ବାହାଘରକୁ ଆସିଥିଲେ । ଗଲାବେଳେ ମା’କୁ କହି ଯାଇଥିଲେ କି ଆର ଥରକୁ ଆସିଲେ ନୂଆ ଘରଟିଏ ତୋଳିବା । ଚନ୍ଦ୍ରକାନ୍ତ ଫେରିଲେ ତ ନିଶ୍ଚୟ କିନ୍ତୁ ଶବ ହୋଇ । କିଏ କାହାକୁ ସାନ୍ତ୍ଵନା ଦେବେ କିଛି ବୁଝାପଡୁନି । ସେପଟେ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ୍ୟ ସଂପୂର୍ଣ୍ଣ ହୋଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।