ଅଷ୍ଟପ୍ରହରିରେ ନାଗ ସହ ନାଗିନ ଡ୍ୟାନ୍ସ ! ଆଗରୁ ଏମିତି ଅଷ୍ଟପ୍ରହରୀ କେବେ ବି ଦେଖି ନଥିବେ, ଦେଖନ୍ତୁ ଏହି ଭାଇରାଲ Video

ସାପ ବିଷଧର ଜୀବ ହୋଇଥିବାରୁ ତାକୁ ସମସ୍ତେ ଭୟ କରନ୍ତି ଓ ତା’ ଠାରୁ ଦୂରେଇ ରହିବା ହିଁ ଠିକ ବୋଲି ଭାବନ୍ତି । କିନ୍ତୁ ହିନ୍ଦୁ ଧର୍ମରେ ନାଗ ଭଳି ସାପକୁ ପୂଜା ମଧ୍ୟ କରାଯିବାର ଦେଖାଯାଏ । ଭଗବାନ ଶିବଙ୍କ ବେକରେ ନାଗ ସାପ ଥିବାରୁ ଏହାକୁ ଲୋକେ ପୂଜା କରି ଥାଆନ୍ତି ଓ ଅନେକ ସ୍ଥାନରେ ସାପକୁ କ୍ଷୀର ପିଇବାକୁ ମଧ୍ୟ ଦେଇଥାନ୍ତି । ସାପଧରାଳି ବା କେଳାମାନେ ମାନେ ଗାଁ ଗଣ୍ଡା ମାନଙ୍କରେ ସାପ ଖେଳ ଦେଖାଉଥିବାର ମଧ୍ୟ ଆପଣ ହୁଏତ ଶୁଣିଥିବେ କି ଦେଖିଥିବେ । କିନ୍ତୁ କେବେ କାହାକୁ ସାପ ସହ ଡ୍ୟାନ୍ସ କରିବା ଦେଖିଛନ୍ତି କି ?

ଆପଣଙ୍କ ହୋସ୍ ଉଡେଇ ଦେବ ଏହି ଭିଡିଓ । ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । କାରଣ ସାପ ସହ ଦୁଃସାହସିକ ଡ୍ୟାନ୍ସ କରିବା ଭଳି ଦୃଶ୍ୟ ସମସ୍ତଙ୍କୁ କୌତୁହଳ ଯେତିକି କରୁଛି ସେତିକି ଆଶ୍ଚର୍ଯ୍ୟ ମଧ୍ୟ କରୁଛି । ଆମ ଓଡିଆ ସଂସ୍କୃତିରେ ଅଷ୍ଟପ୍ରହରୀ ପ୍ରଥା ରହିଛି । ଆଜି ବି ଅନେକ ସ୍ଥାନରେ ଲୋକେ ଅଷ୍ଟପ୍ରହରୀର ଆୟୋଜନ କରୁଛନ୍ତି । ଅଷ୍ଟପ୍ରହରୀ ଆମ ପୁରୁଣା ପରମ୍ପରା ଓ ସଂସ୍କୃତିକୁ ଉଜ୍ଜୀବିତ କରେ ।

କିଛି ଲୋକ ଢୋଲ ଓ ଝାଞ୍ଝ ବଜେଇ ଭଗବାନଙ୍କ ଭଜନ ଗାଆନ୍ତି ଓ ପୁରାଣ କଥା ସବୁ ଲୋକଙ୍କ ଆଗରେ ପ୍ରକାଶ କରନ୍ତି । ଏଭଳି ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ କିଛି ଲୋକ ଏକାଭଳି ପୋଷାକ ପିନ୍ଧି ଅଷ୍ଟପ୍ରହରୀ କରୁଥିବା ବେଳେ ଦେଖିବାକୁ ମିଳିଛି ଏକ ଅଜବ ଦୃଶ୍ୟ । ଜଣେ ପାଳିଆ ଗୋଟିଏ ନାଗ ସାପ ସହ ଅଷ୍ଟପ୍ରହରୀ କରୁଥିବା ଦେଖିବାକୁ ମିଳିଛି ।

ସାପକୁ ଭୁଇଁରେ ରଖି ନିଜେ ତା’ ସହ ଗଡି ଗଡି ନାଗିନ ଡ୍ୟାନ୍ସ କରୁଛନ୍ତି ବ୍ୟକ୍ତି ଜଣକ । ସାପଟି ଆଗକୁ ପଳାଇ ଯିବାକୁ ବାହାରିବା ବେଳେ ତା’ ଲାଙ୍ଗୁଡ ଧରି ଟାଣି ଆଣୁଛନ୍ତି । ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଉଛି । ତେବେ ଏଭଳି ଦୃଶ୍ୟ ଅନେକଙ୍କୁ ବିସ୍ମିତ ସିନା କରୁଛି ହେଲେ ସାପ ପ୍ରତି ଏହା ଅତ୍ୟାଚାର ବୋଲି ମଧ୍ୟ ଅନେକ ଲୋକ ଭର୍ତ୍ସନା ମଧ୍ୟ କରୁଛନ୍ତି ।

ଏପରି ଖେଳ ଖେଳିବା ଅର୍ଥ ନିଜ ଜୀବନ ସହ ସାପର ଜୀବନକୁ ମଧ୍ୟ ବିପଦରେ ପକାଇବା ସହ ସମାନ । ତେବେ ଏହି ଦୃଶ୍ୟ ଦେଖି ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।