IPLର ସବୁ ଟିମର କ୍ୟାପଟେନ–ଉପ କ୍ୟାପଟେନଙ୍କ ନୂଆ ଲିସ୍ଟ ଜାରି, ବଦଳିଲେ କେତେକ ଟିମର କ୍ୟାପଟେନ, ଏବେ ଆସିବ ମଜା, ଦେଖନ୍ତୁ

୨୯ ମାର୍ଚ୍ଚକୁ ଆଇପିଏଲର ପ୍ରଥମ ମ୍ୟାଚ ଆରମ୍ଭ ହେବ ଓ ୨୪ ମେ କୁ ଆଇପିଏଲର ଫାଇନାଲ ମ୍ୟାଚ ହେବ । ଆଇପିଏଲ ସିଜିନ – ୧୩ ପାଇଁ ଜାରି କରାଯାଇଥିବା ନୂଆ ଲିସ୍ଟରେ ସବୁ ଟିମ ର କ୍ୟାପଟେନ ଓ ଉପ କ୍ୟାପଟେନ ମଧ୍ୟରୁ ମହେନ୍ଦ୍ର ସିଂହ ଧୋନୀ ଏହି ସିଜିନର ସବୁଠୁ ଦମଦାର କ୍ୟାପଟେନ ହୋଇ ପାରନ୍ତି । କହିବାକୁ ଗଲେ ଆଇପିଏଲ ସିଜିନ ୧୩ରେ ସମସ୍ତ ଟିମର କ୍ୟାପଟେନ – ଉପ କ୍ୟାପଟେନଙ୍କ ନୂଆ ଲିସ୍ଟ ବହୁତ ହିଁ ପ୍ରଭାବପୂର୍ଣ୍ଣ ଅଟେ ।

ଆଇପିଏଲର ଏହି ସିଜିନ ରୋମାଞ୍ଚକ ଓ ଟିମ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିପାରେ । ଏହି ଆଧାରରେ ଆଜି ଆମେ ଆପଣଙ୍କୁ ସମସ୍ତ ଟିମ ର ନୂଆ କ୍ୟାପଟେନ – ଉପ କ୍ୟାପଟେନମାନଙ୍କର ଜାରି ହୋଇଥିବା ଲିସ୍ଟ ବିଷୟରେ କହିବାକୁ ଯାଉଛୁ ।

ଚେନ୍ନଈ ସୁପର କିଂଗ୍ସ

ଚେନ୍ନଈ ସୁପର କିଂଗ୍ସ ଟିମ ପୁଣି ଥରେ ଟିମର କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀକୁ କରିଛନ୍ତି । ଆଇପିଏଲ ୨୦୨୦ରେ ବି ଚେନ୍ନଈ ସୁପର କିଂଗ୍ସ ର ଦାୟିତ୍ଵ ଧୋନୀ ନେବେ । ଏହା ସହିତ ସୁରେଶ ରାଇନା ଟିମର ଉପ – କ୍ୟାପଟେନ ହେବେ ।

ମୁମ୍ବାଇ ଇଣ୍ଡିଆନ୍ସ

ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସ ଟିମକୁ ଚାରି ଥର ଆଇପିଏଲ ରେ ବିଜେତା କରିଛନ୍ତି । ଏଥର ବି ପୁଣି ଥରେ ଏହି ଟିମର ଦାୟିତ୍ଵ ରୋହିତ ଶର୍ମାଙ୍କୁ ଦିଆ ଯାଇଛି ଓ ପୋଲାର୍ଡ ଟିମର ଉପ – କ୍ୟାପଟେନ ହେବେ ।

କୋଲକାତା ନାଇଟ ରାଇଡର୍ସ

ଗତ ଥର ଭଳି ଏଥର ବି କୋଲକାତା ନାଇଟ ରାଇଡର୍ସର କ୍ୟାପଟେନ ଦିନେଶ କାର୍ତ୍ତିକ ହିଁ ରହିଛନ୍ତି ଓ ଏଥର କୋଲକାତା ନାଇଟ ରାଇଡର୍ସ ଟିମର ଉପ କ୍ୟାପଟେନ ସୁନୀଲ ନରେନଙ୍କୁ କରାଯାଇଛି ।

ରୟଲ ଚ୍ୟାଲେଂଜର୍ସ ବାଙ୍ଗାଲୁରୁ

ସବୁବେଳେ ଆଇପିଏଲର ଟାଇଟେଲ ଜିତିବାରେ ଅସଫଳ ରହିଥିବା ରୟଲ ଚ୍ୟାଲେଂଜର୍ସ ବାଙ୍ଗାଲୁରୁ ଟିମର କ୍ୟାପଟେନ ବିରାଟ କୋହଲି ହିଁ ରହିବେ । ଏହା ଛଡା ଏବି ଡିବିଲିୟର୍ସ ଟିମର ଉପ କ୍ୟାପଟେନ ରହିବେ ।

କିଂଗ୍ସ ଇଲେଭେନ ପଞ୍ଜାବ

ଆଇପିଏଲ ସିଜିନ ୧୩ରେ କିଂଗ୍ସ ଇଲେଭେନ ପଞ୍ଜାବ ଟିମର ଦାୟିତ୍ଵ କେଏଲ ରାହୁଲଙ୍କ ହାତରେ ଦିଆ ଯାଇଛି । ଏଥର ଟିମର ଉପ କ୍ୟାପଟେନ କରୁଣ ନାୟର ହେବେ ।

ରାଜସ୍ଥାନ ରୟଲ୍ସ

ରାଜସ୍ଥାନ ରୟଲ୍ସ ଟିମ ଏଥର କ୍ୟାପଟେନ ସ୍ଟୀବ ସ୍ମିଥକୁ କରିଛନ୍ତି । ଏହା ସହିତ ସଞ୍ଜୁ ସ୍ୟାମସନ ଏଥର ଟିମର ଉପ କ୍ୟାପଟେନ ହେବେ ।

ସନରାଇଜର୍ସ ହାଇଦ୍ରାବାଦ

ଆଇପିଏଲ ୨୦୨୦ରେ ସନରାଇଜର୍ସ ହାଇଦ୍ରାବାଦ ଟିମର କ୍ୟାପଟେନ କେନ ୱିଲିୟମସନ ହେବେ ଓ ଟିମର ଉପ କ୍ୟାପଟେନ ଭୁବନେଶ୍ଵର କୁମାର ହେବେ ।

ଦିଲ୍ଲୀ କ୍ୟାପିଟଲ୍ସ

ଏହି ସିଜିନରେ ଦିଲ୍ଲୀ କ୍ୟାପିଟଲ୍ସ ଟିମର କ୍ୟାପଟେନ ଶ୍ରେୟସ ଅୟର ହେବେ ଓ ଟିମର ଉପ କ୍ୟାପଟେନ ଶିଖର ଧବନ ହେବେ ।