ବ୍ଲଡ କ୍ୟାନ୍ସର ହେବା ପୂର୍ବରୁ ଶରୀର ଦେଇଥାଏ ଏହି ସବୁ ସଂକେତ, କେବେ ବି କରନ୍ତୁ ନାହିଁ ନଜର ଅନ୍ଦାଜ

ବର୍ତ୍ତମାନ ସମୟରେ ସମସ୍ତେ ଟଙ୍କା ଆୟ କରିବା କାର୍ଯ୍ୟରେ ଲାଗି ଯାଇଛନ୍ତି ଓ ସେମାନେ ନିଜର କାମରେ ଏତେ ବ୍ୟସ୍ତ ହୋଇ ଯାଇଛନ୍ତି କି ନିଜର ସ୍ୱାସ୍ଥ୍ୟ ଉପରେ ଧ୍ୟାନ ବି ଦେଇ ପାରୁ ନାହାନ୍ତି । ଏମିତିରେ ସେ ପ୍ରାୟତଃ କୌଣସି ନା କୌଣସି ରୋଗର ଶିକାର ହୋଇ ଯାଉଛନ୍ତି । ଯାହା ପରେ ଔଷଧର ସେବନ କରିବାକୁ ପଡିଥାଏ । ଏହି ସମୟ ଦୁନିଆରେ ସବୁଠୁ ଅଧିକ ଯେଉଁ ରୋଗରେ ଲୋକମାନେ ପୀଡିତ ଅଛନ୍ତି ତାହା ହେଉଛି ବ୍ଲଡ କ୍ୟାନ୍ସର ।

ଏହି ରୋଗ ଧୀରେ ଧୀରେ ବଢିଥାଏ । ଯାହାର ମୁଖ୍ୟ କାରଣ ଏହା ବି ଅଟେ କି ଯେତେବେଳେ ଆପଣଙ୍କ ଶରୀରରେ ଏହାର ଲକ୍ଷଣ ଦେଖାଯାଏ ତେବେ ଆପଣ ତାକୁ ଦେଖି ବି ଅଣଦେଖା କରି ଦିଅନ୍ତି । ଯାହା ପରେ ଏହା ବଢି ଏକ ଗମ୍ଭୀର ରୋଗରେ ପରିଣତ ହୋଇଯାଏ । ଯାହାର ଚିକତ୍ସା ବି ହୋଇ ପାରି ନ ଥାଏ ।

ସେଥିପାଇଁ ଆଜି ଆମେ ଆପଣଙ୍କୁ ବ୍ଲଡ କ୍ୟାନ୍ସର ହେବା ଦ୍ଵାରା ପ୍ରଥମେ ଆପଣଙ୍କୁ ଯେଉଁ ଲକ୍ଷଣ ଦେଖାଯାଏ ସେହି ବିଷୟରେରେ କହିବାକୁ ଯାଉଛୁ । ଯାହାକୁ ଜାଣିବା ଆପଣଙ୍କ ପାଇଁ ବହୁତ ଜରୁରୀ ଅଟେ । କାରଣ ସେହି ସମୟରେ ହିଁ ଆପଣ ଏହାର ସଠିକ ଚିକିତ୍ସା କରି ପାରିବେ । ବ୍ଲଡ କ୍ୟାନ୍ସର ଆରମ୍ଭ ହେଲେ ସର୍ବେ ପ୍ରଥମେ ଆପଣଙ୍କୁ ଜ୍ଵର ଆସିଥାଏ । ଆପଣ ଅଳ୍ପ କାମ କରିବା ଦ୍ଵାରା ହିଁ କ୍ଳାନ୍ତ ଅନୁଭବ କରନ୍ତି ।

ସବୁଦିନ ଅଳ୍ପ ଜ୍ଵର ରହିବା କ୍ୟାନ୍ସରର ଲକ୍ଷଣ ଅଟେ । କେତେ ଥର ଦେଖା ଯାଇଛି କି ଶରୀରର କିଛି ଅଂଶରୁ ଅଚାନକ ରକ୍ତ ବାହାରିବାକୁ ଲାଗିଥାଏ । ଯେମିତି କି ନାକ, ମୁହଁ କିମ୍ବା ଶୌଚ ସମୟରେ । କହିବାକୁ ଗଲେ ବହୁତ ଲୋକମାନେ ଏହାକୁ ନଜର ଅନ୍ଦାଜ କରି ଦିଅନ୍ତି । ଯେତେବେଳେ କି ଏହା ବ୍ଲଡ କ୍ୟାନ୍ସର ଆରମ୍ଭର ଲକ୍ଷଣ ମଧ୍ୟରୁ ଗୋଟିଏ ଅଟେ । ଯେତେବେଳେ ଅଳ୍ପ ଖାଦ୍ୟ ଖାଇ ମଧ୍ୟ ପେଟ ଭର୍ତ୍ତି ଲାଗିବ କିମ୍ବା ଭୋକ ଲାଗିବ ନାହିଁ, ତେବେ ତୁରନ୍ତ ପାଖରେ ଥିବା ହସ୍ପିଟାଲରେ ଡାକ୍ତରଙ୍କ ପାଖରେ ଚେକଅପ କରାଇ ନିଅନ୍ତୁ ।

ଗରମ ଦିନରେ ରାତିରେ ଶୋଇବା ସମୟରେ ଝାଳ ବାହାରିବା ସାଧାରଣ କଥା ଅଟେ କିନ୍ତୁ ଯେତେବେଳେ ମୌସମ ଥଣ୍ଡା ଥିବ ଓ ଆପଣଙ୍କର ଝାଳ ବୋହୁଥିବା ତେବେ ବୁଝି ଯାଆନ୍ତୁ କି ଏହା ବ୍ଲଡ କ୍ୟାନ୍ସର ର ସଂକେତ ଅଟେ । କେତେ ଥର ଛୋଟ ଛୋଟ ରୋଗ ଯେମିତି କି ମୁହଁରେ ଘା ହେବା, ସ୍କିନ କୁଣ୍ଡେଇ ହେବା, ଗଳା ଖରାପ ହେବା କିମ୍ବା ପୁଣି କଷ୍ଟ ଅନୁଭବ ହେବା ଦ୍ଵାରା ମଧ୍ୟ ଆପଣଙ୍କୁ ଥରେ ଡାକ୍ତରଙ୍କ ଠାରୁ ନିଜ ଶରୀରର ଯାଞ୍ଚ ନିଶ୍ଚିତ ଠାରେ କରାଇ ନେବା ଉଚିତ ।