ଏବେ କୃଷକମାନଙ୍କ ସଂଗଠନକୁ ମୋଦୀ ସରକାର ଦେବେ ୧୫ ଲକ୍ଷ ଟଙ୍କା, ଜାଣନ୍ତୁ FPO ବିଷୟରେ ସବୁକିଛି

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକ ମାନଙ୍କ ଆମଦାନୀ ବଢାଇବା ପାଇଁ ଏକ ଯୋଜନାର ଆରମ୍ବ କରିଛନ୍ତି । ଏହି ଯୋଜନା ଅନୁଯାୟୀ କୃଷି କୃଷକକୁ ଆଗକୁ ବଢାଇବା ପାଇଁ ତାଙ୍କ ଗ୍ରୁପ କୁ ୧୫-୧୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯିବ । ଏଥିପାଇଁ ସେମାନଙ୍କୁ ଏକ କୃଷକ ଉପାଦକ ସଂଗଠନ (FPO-Farmer Producer Organisation) ନାମକ ଏକ କମ୍ପାନୀ ବନାଇବାକୁ ହେବ । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ହୋଇଥିବା PM-କୃଷକ (PM-Kisan) ଯୋଜନାକୁ ଏକ ବର୍ଷ ପୁରିଗଲା । ଏହି ଅବସରରେ ପ୍ରଧାନ ମନ୍ତ୍ରୀ ଦେଶରେ ୧୦ ହଜାର କୃଷକ ସଂଗଠନ (FPO)ର ଆରମ୍ଭ କରିବେ । ଏହା ବିଷୟରେ କେନ୍ଦ୍ରୀୟ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ମଧ୍ୟ ସୂଚନା ଦେଇଥିଲେ ।

google

ସରକାର ୧୦୦୦୦ ନୂଆ କୃଷକ ଉପାଦାନ ସଂଗଠନ (FPO-Farmer Producer Organisation) ବନାଇବାର ଘୋଷଣା କରିସାରିଛନ୍ତି । ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ଏଥିରେ ୪,୪୯୬ କୋଟି ଟଙ୍କା ଖର୍ଚ୍ଚ ହେବ । ଏହାର ରେଜିଷ୍ଟ୍ରେସନ କମ୍ପାନୀ ଆକ୍ଟରେ ହେବ । ସେଥିପାଇଁ ଏଥିରେ ସବୁ ଫାଇଦା ମିଳିବ ଯାହା କମ୍ପାନୀ ଦ୍ଵାରା ମିଳିଥାଏ । ଏହି କମ୍ପାନୀରେ କର୍ପୋରେଟିଭ ଆକ୍ଟ ଲାଗୁ ହେବ ନାହିଁ ।

କଣ ଅଟେ କୃଷକ ଉପାଦାନ ସଂଗଠନ (FPO)

FPO କୃଷକମାନଙ୍କର ଏକ ସଂଗଠନ ଅଟେ । ଏହି ସଂଗଠନରେ କୃଷି କରୁଥିବା ସମସ୍ତ କୃଷକ ସାମିଲ ହେବେ । ଏହା ଏକ କମ୍ପାନୀ ମଧ୍ୟ ଅଟେ । ଏହା ଯାହା ଆୟ କରିଥାଏ ତାହାକୁ ସବୁ କୃଷକମାନଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟି ଦିଆଯାଇଥାଏ । ଏହି ସଂଗଠନ ଶସ୍ତା କରଜ, ଭଲ ଉପକରଣ ଓ ଅନ୍ୟ କେତକ ସୋର୍ସ ଜରିଆରେ କୃଷକମାନଙ୍କର ବୃଦ୍ଧି କରିବାରେ ସହାୟତା କରିଥାଏ ।

google

FPO ଛୋଟ ଓ ଭୂମି ହିନ ଗରିବ କୃଷକମାନଙ୍କର ଏକ ସମୁହ ହେବ ଯାହା ଦ୍ଵାରା ସେହି କୃଷକମାନଙ୍କୁ ସବୁ ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ଏଥିପାଇଁ କମ ସେ କମ ୧୧ ଜଣ କୃଷକ ସଂଗଠିତ ହୋଇ ଏକ ଏଗ୍ରୀକଲ୍ଚର କମ୍ପାନୀ ବା ସଂଗଠନ କରି ପାରିବେ । କମ୍ପାନୀର କାମ ଦେଖି ତିନି ବର୍ଷରେ ଥାରେ ୧୫ ଲକ୍ଷ ଟଙ୍କା ଦିଆଯିବ । ସରକାର ଏହାକୁ ଏକ ବିଜିନେସ ୟୁନିଟି ଦ୍ଵାରା ଅଗକୁ ବଢାଇବେ । ଏହି ବିଜିନେସ ୟୁନିଟିରେ ଯେତେ ଲାଭ ମିଳିବ, ସେ ସବୁକୁ କୃଷକମାନଙ୍କୁ ବାଣ୍ଟି ଦିଆଯିବ । ଏହି ବିଷୟରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି ।