ତମ୍ବାକୁ ଦ୍ଵାରା ଖରାପ ହୋଇଯାଇଥିବା ଦାନ୍ତ ପାଇଁ ହୁଅନ୍ତୁ ନାହିଁ ଲଜ୍ଜିତ, ଆପଣଙ୍କ ପାଇଁ ହିଁ ଅଟେ ଏହି ଚମତ୍କାରୀ ଉପାୟ

ଆଜିକାଲି ପ୍ରାୟ ଅଧିକାଂଶ ଲୋକ ତମ୍ବାକୁ ଓ ସିଗାରେଟ ର ସେବନ କରୁଛନ୍ତି । କିଛି ଲୋକ ନିଜ ସଉକ ପାଇଁ ସିଗାରେଟର ସେବନ କରନ୍ତି । ହେଲେ ଲୋକମାନେ ଏହା ଜାଣି ପାରନ୍ତି ନାହିଁ କି, ଏହା ଦ୍ଵାରା ତାଙ୍କର ମୃତ୍ୟୁ ମଧ୍ୟ ହୋଇପାରେ । ଏହି ତମ୍ବାକୁ ସିଗାରେଟର ସେବନରେ ଦିନକୁ ଦିନ ବହୁତ ଲୋକ ମୃତ୍ୟୁ ବରଣ କରୁଛନ୍ତି । ଏହାର ସେବନରେ ଆପଣଙ୍କୁ କ୍ୟାନ୍ସର ଜନିତ ରୋଗର ସମ୍ମୁଖୀନ ହେବାକୁ ପଡିପାରେ । ଯେଉଁମାନେ ସିଗାରେଟ ଓ ତମ୍ବାକୁର ସେବନ କରନ୍ତି ସେମାନଙ୍କ ଦାନ୍ତରେ ନିକୋଟିନ ନାମକ ଏକ ବିଷାକ୍ତ ତତ୍ଵ ରହିଯାଇଥାଏ । ଏହି ନିକୋଟିନ ଜମା ହେବା ଦ୍ଵାରା ଦାନ୍ତ ହଳଦିଆ ହୋଇଯାଏ ।

ଏହା ଦ୍ଵାରା ଆପଣ ଅନ୍ୟ କାହା ସହିତ କଥା ହେବା ସମୟରେ ଲଜ୍ୟା ଅନୁଭବ କରିଥାନ୍ତି । କିଛି ଘରୋଇ ଉପାୟର ବ୍ୟବହାର ଦ୍ଵାରା ଆପଣ ଏହି ହଳଦିଆ ଦାନ୍ତରୁ ମୁକ୍ତି ପାଇପାରିବେ । ତେଣୁ ଆଜି ଆମେ ଆପଣଙ୍କୁ ସେହି ଘରୋଇ ଉପାୟ ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

ଯଦି ଆପଣଙ୍କ ଦାନ୍ତ ହଳଦିଆ ହୋଇଯାଇଛି ତେବେ, ଆପଣ ଏହାକୁ ପ୍ରଥମେ ଭଲ ଭାବରେ ବ୍ରସରେ ସଫା କରନ୍ତୁ । ଏଥିପାଇଁ ଆପଣ ଦିନକୁ ଦୁଇରୁ ତିନି ଥର ବ୍ରସ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ଦାନ୍ତ ଧୀରେ ଧୀରେ ଧଳା ହୋଇଯିବ ।

google

ଆପଣ ନିଜ ଦାନ୍ତର କ୍ୟାବିଟି ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ଦାନ୍ତ ଖରାପ ହୋଇଯାଇଥାଏ, ଯାହାଫଳରେ ଆପଣଙ୍କ ପାଟିରୁ ଦୁର୍ଗନ୍ଧ ଆସିଥାଏ । ସେଥିପାଇଁ ଦାନ୍ତରେ କ୍ୟାବିଟି ଲାଗିବାକୁ ଦିଅନ୍ତୁ ନାହିଁ । ଯଦି ଆପଣଙ୍କ ଦାନ୍ତ ଅଧିକ ହଳଦିଆ ଦେଖାଯାଉଛି ତେବେ ବ୍ରସ କରିବା ପରେ ଆପଣ ଅଳ୍ପ ବେକିଙ୍ଗ ସୋଢା ନିଅନ୍ତୁ ଓ ନିଜ ଦାନ୍ତକୁ ସଫା କରନ୍ତୁ ।

ଏହାର ଅନ୍ୟ ଏକ ଉପାୟ ମଧ୍ୟ ଅଛି । ଆପଣ କଞ୍ଚା ଗାଜର ନେଇ ନିଜ ଦାନ୍ତରେ କାମୁଡି ଭଲ ଭାବରେ ଚୋବାଇ ଖାଆନ୍ତୁ । ଏଥିରେ ଥିବା ତତ୍ଵ ଆପଣଙ୍କ ଦାନ୍ତକୁ ସଫା କରିବାରେ ସହାୟକ ହୋଇଥାଏ । ଯଦି ଆପଣ ପ୍ରତିଦିନ ଗୋଟିଏ ଗାଜର ଖାଇବେ ତେବେ ଆପଣଙ୍କ ଦାନ୍ତ ବହୁତ ଶୀଘ୍ର ସଫା ହୋଇଯିବ ।

ଯଦି ଆପଣଙ୍କର ସବୁ ଦାନ୍ତ ଅଧିକାଂଶ ହଳଦିଆ ହୋଇଯାଇଛି ତେବେ ଏଥିପାଇଁ ଆପଣ ସୋରିଷ ତେଲରେ ଅଳ୍ପ ଲୁଣ ମିଶାଇ ଦାନ୍ତକୁ ଘସନ୍ତୁ, ଏହା ଦ୍ଵାରା ଆପଣଙ୍କ ଦାନ୍ତ ବହୁତ ଶୀଘ୍ର ସଫା ହୋଇଯିବ ।