IPL ର କେଉଁ କ୍ଯାପଟେନଙ୍କ ଦରକା କେତେ ? ଦେଖନ୍ତୁ କିଏ ଅଛି ନମ୍ବର 1 ରେ ?

ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ଆପିଏଲ ଖେଳ ହେବାକୁ ଯାଉଛି । ଏପ୍ରିଲ ୯ ରୁ ଆରମ୍ଭ ହେଇଥିବା ଆପିଏଲ ମ୍ଯାଚର ଖୁବ ଜୋରସୋରରେ ଚର୍ଚ୍ଚା ଚାଲିଛି । ପ୍ରତି ମ୍ଯାଚ ବେଶ ରୋମାଞ୍ଚକର ଭାବେ ଜାରି ରହିଛି । ଆପିଏଲର ମ୍ଯାଚ ଯେତିକି ରୋମାଞ୍ଚକର ହୁଏ ସେତିକି ଟଙ୍କାର ମଧ୍ୟ ବର୍ଷା ହୋଇଥାଏ । ଆପିଏଲରେ ଖେଳୁଥିବା ଖେଳାଳି ମାନେ ନିଜ ସାନଦାର ପର୍ଫୋମାଂସ ପାଇଁ ମୋଷ୍ଟ ଏକ୍ସପେନସିବ ପଇସା ପାଇଥାନ୍ତି ।

ଟିମର ଖେଳାଳି ମାନଙ୍କର କ୍ଯାପଟେନ ମାନେ ତାଙ୍କ ଟିମ ଅପେକ୍ଷା ଅଧିକ ଟଙ୍କା ପାଇଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଭାରତୀୟ କ୍ରିକେଟରେ ଖେଳୁଥିବା ଟିମର କ୍ଯାପଟେନ ମାନେ କେତେ ସାଲାରି ପାଆନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

“ଇଅନ ମୋର୍ଗାନ” : ଆପୀରେଲ ୧୪ରେ କୋଲକାତା ନାଇଟ ଟ୍ରାଇଡ଼ର୍ସର ଅଧିନାୟକ ଭାବେ ଇଅନ ମୋର୍ଗାନ ଭାବେ ନିଯୁକ୍ତି ପାଇଛନ୍ତି । ୨୦୧୩ ରୁ ତାଙ୍କୁ କେକେ.ଆରର ଅଧିନାୟକ ଭାବେ ଦାୟିତ୍ଵ ଦିଆଯାଇଛି । ସେ ୨୫ କୋଟି ୨୫ ଲକ୍ଷ ଟଙ୍କା ଟିମର ଅଧିନାୟକ ପାଇଁ ନେଉଛନ୍ତି ।

“ସଞ୍ଜୁ ସାମସନ” :  ଆପିଏଲ ୨୦୨୧ ରେ ଅଧିନାୟକ ଭାବେ ସଞ୍ଜୁ ସାମସନ ଦେବ୍ୟୁ କରିଛନ୍ତି । ଆପିଏଲ ସିଜିନ ୧୪ର ଶତକ ମାରି ରାଜସ୍ଥାନ ରୟାଲର୍ସର ଅଧିନାୟକ ଭାବେ ଦାୟିତ୍ଵ ନେଇଛନ୍ତି । ସେ ୮ କୋଟି ଟଙ୍କା ଟିମର ଅଧିନାୟକ ପାଇଁ ନେଉଛନ୍ତି ।

“କେ.ଏଲ.ରାହୁଲ” : ପଞ୍ଜାବ ଟିମର ଅଧିନାଯକ ଭାବେ କେ.ଏଲ.ରାହୁଲ ଭାର ସମ୍ଭାଳୁଛନ୍ତି । ସେ ୧୧ କୋଟି ଟଙ୍କା ଟିମର ଅଧିନାୟକ ପାଇଁ ନେଉଛନ୍ତି ।

“ଡେଭିଡ ୱାର୍ନର”: ସନରାଇଜର ହାଇଦ୍ରାବାଦ ରୟାଲ୍ସ ଟିମର ଅଧିନାଯକ ଭାବେ ଡେଭିଡ ୱାର୍ନର ୧୨ କୋଟି ୫୦ ଲକ୍ଷ ଟଙ୍କା ନେଉଛନ୍ତି । ସେ ତାଙ୍କର ବ୍ୟାଟିଂ ବଳରେ ଜବରଦସ୍ତ ରେକର୍ଡ କରି ସାରିଛନ୍ତି ।

“ଋଷଭ ପନ୍ଥ” : ଦିଲ୍ଲୀ କ୍ୟାପିଟାଲ୍ସର ନିୟମିତ ଅଧିନାୟକ କରି ଶ୍ରେୟସ ଅୟର ଆହତ ହେବା ଯୋଗୁ ଋଷଭ ପନ୍ଥ ନୂଆ ଅଧିନାୟକ ଭାବେ ନିଯୁକ୍ତି ହୋଇଛନ୍ତି । ପ୍ରଥମଥର ପାଇଁ ଅଧିନାୟକ କରି ସେ ୧୫ କୋଟି ଟଙ୍କା ନେଉଛନ୍ତି ।

“ରୋହିତ ଶର୍ମା” : ଭାରତୀୟ କ୍ରିକେଟର ଦମଦାର ଖେଳାଳି ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାଯକ ଭାବେ ନିଯୁକ୍ତି ହୋଇଛନ୍ତି । ସେ ୨୦୧୧ ରେ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗ ଦେଇ ଅଧିନାୟକ ଭାବେ ଜାଗା ପାଇଥିଲେ । ଚଳିତବର୍ଷ ଆପିଏଲରେ କ୍ୟାପଟେନସିପ ପାଇଁ ସେ ୧୫ କୋଟି ଟଙ୍କା ନେଉଛନ୍ତି ।

“ମହେନ୍ଦ୍ର ସିଂହ ଧୋନୀ”: ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ଯିଏ ଚେନ୍ନାଇ କିଙ୍ଗସର କ୍ଯାପଟେନ ଭାବେ ନିଯୁକ୍ତ ହୋଇଛନ୍ତି । ତାଙ୍କ ଅଧୀନରେ ଦଳ ୩ ଥର ଆପିଏଲ ଟାଇଟେଲ ହାସଲ କରି ପାରିଛି । ଚେନ୍ନାଇ ତରଫରୁ ସେ ପ୍ରଥମ ଥର ଆପିଏଲ ଖେଳ ଖେଳି କୀର୍ତ୍ତି ସ୍ଥାପନ କରିଛନ୍ତି । ଚଳିତବର୍ଷ ଆପିଏଲରେ କ୍ୟାପଟେନସିପ ପାଇଁ ସେ ୧୫ କୋଟି ଟଙ୍କା ନେଉଛନ୍ତି ।

“ବିରାଟ କୋହଲି”: ରୟାଲ ଚାଲେଞ୍ଜର ବ୍ୟାଙ୍ଗଲରର ଅଧିନାୟକ ଭାବେ ବିରାଟ କୋହଲି ପରିଚିତ ଅଟନ୍ତି । ସବୁ ଖେଳାଳିଙ୍କ ଠାରୁ ସେ ଚଳିତବର୍ଷ ଅଧିକ ଟଙ୍କା ନେଉଛନ୍ତି । ସେ ଆପିଏଲରେ କ୍ୟାପଟେନସିପ ପାଇଁ ୧୭ କୋଟି ଟଙ୍କା ନେଉଛନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ