ପେଟଭରି ଖାଇବା ଠାରୁ ନେଇ ଭଲ ନିଦ୍ରା ପର୍ଯ୍ୟନ୍ତ, କରୋନା ଟୀକା ନେବା ପୂର୍ବରୁ ନିଶ୍ଚୟ କରନ୍ତୁ ଏହି 5 ଟି କାମ

କରୋନା ଭାଇରସର ଦିତୀୟ ଲହର ପୁରା ବିଶ୍ବରେ ମାତିବାରେ ଲାଗିଛି । ଦିନକୁ ଦିନ ଲକ୍ଷରୁ ଅଧିକ ଲୋକମାନେ କାରୋନାରେ ସଂକ୍ରମଣ ହେଉଛନ୍ତି । ମେଡିକାଲରେ ବେଡ ଓ ଅକ୍ଷିଜେନର ଅଭାବ ଦେଖା ଯାଉଛି । ଦିନକୁ ଦିନ ପରିସ୍ଥିତି ବିଗିଡି ବାରେ ଲାଗିଛି । ଏହି ସମଯରର କରୋନା ଭ୍ୟାକସିନ ମସିହା ସାଜି ଆମ ସମସ୍ତଙ୍କୁ ସୁରକ୍ଷା ଦେଇ ପାରିବ । ସେଥିପାଇଁ ସବୁ ବ୍ୟକ୍ତି କରୋନା ଟୀକା ନେବା ଉଚିତ ।

କେନ୍ଦ୍ର ସରକାର କିଛି ଦିନ ହେବ ଘୋଷଣା କରିଛନ୍ତି ଯେ ୧୮ ବର୍ଷରୁ ବ୍ୟକ୍ତି ମାନେ ମେ ୧ରୁ କରୋନା ଟୀକା ନେଇ ପାରିବେ । ସେଥି ପାଇଁ ୧୮ ବର୍ଷରୁ ଉର୍ଦ୍ଧ ବ୍ୟକ୍ତି ଏହି କରୋନା ଟୀକା ନେବା ଉଚିତ । କିନ୍ତୁ କରୋନା ଟୀକା ନେବା ପୂର୍ବରୁ କିଛି ବିଶେଷ କଥା ପ୍ରତି ଧ୍ୟାନ ଦେବା ଉଚିତ । ଏହା ଫଳରେ ଆପଣଙ୍କ ଭ୍ୟାକସିନ ଭଲ ଭାବେ କାମ କରିବ ଓ ଆପଣଙ୍କ ସ୍ୱାସ୍ଥ୍ୟ ସୁସ୍ଥ ରହିବ ।

ଭ୍ୟାକସିନ ପୂର୍ବରୁ ଏହା କରନ୍ତୁ : କରୋନା ଭ୍ୟାକସିନ ନେବା ସମୟରେ ଖାଲି ପେଟରେ ରହିବା ଉଚିତ ନୁହେ । ଟୀକା ନେବା ପୂର୍ବରୁ ଯେତେ ସମ୍ଭବ ଖାଦ୍ଯ ଖାଇବା ଉଚିତ । ଏହା ସହ ଆପଣ ନିଜର ଶୋଇବା ପ୍ରତି ମଧ୍ୟ ଧ୍ୟାନ ଦେବେ । ଯଦି ଆପଣଙ୍କଉ କୌଣସି ଔଷଧକୁ ନେଇ ଆଲରଜି ଅଛି ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଟୀକା ନେବା ପୂର୍ବରୁ ଯେତେ ସମ୍ଭବ ବିଶ୍ରାମ କରନ୍ତୁ । ଯଦି ଶରୀର ସୁସ୍ଥ ନ ଲାଗୁଛି ତେବେ ଟୀକା ନିଅନ୍ତୁ ନାହି । ଶାରୀରିକ ବ୍ଯତୀତ ମାନସିକ ଚିନ୍ତାରୁ ମଧ୍ୟ ନିଜକୁ ଦୂରେଇ ରଖନ୍ତୁ । ଯଦି ଆପଣ ଚିନ୍ତାରେ ଅଛନ୍ତି ତେବେ ଡାକ୍ତରଙ୍କୁ ନିଶ୍ଚିନ୍ତ ଜଣାନ୍ତୁ ।

ଏହି ବ୍ୟକ୍ତି ମାନେ ସାବଧାନ ରୁହନ୍ତୁ : ଡାଇବେଟିସ ଓ ବ୍ଲଡ଼ ପ୍ରେସର ଥିବା ବ୍ୟକ୍ତି ମାନେ କରୋନା ଟୀକା ନେବା ପୂର୍ବରୁ ଜାଣି ନିଅନ୍ତୁ ଯେ ସୁଗାର ଲେବଲ ଓ ବ୍ଲଡ଼ ପ୍ରେସର ନିୟନ୍ତ୍ରଣରେ ରହିଛି ନା ନାହି । ଯଦି ଆପଣ କ୍ୟାନସର ରୋଗୀ ହୋଇଥାନ୍ତି ତେବେ ଟୀକା ନେବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଯଦି ଆପଣ କାରୋନା ଆକ୍ରାନ୍ତ ଥିବା ସମୟରେ ପ୍ଲାଜମା ଏଣ୍ଟିବାଜି ଟୀକା ନେଇଛନ୍ତି ତେବେ ଡାକ୍ତରଙ୍କ ସହ ଆଲୋଚନା କରନ୍ତୁ ।

ଟୀକା ନେବା ପରେ ଏହା କରନ୍ତୁ : ଟୀକା ନେବା ପରେ କିଛି ସମୟ ଟୀକାକରଣ କେନ୍ଦ୍ରରେ ବସନ୍ତୁ । ଏହି ସମୟରେ ଆପଣଙ୍କୁ ଯେପରି କୌଣସି ଗଭୀର ସମସ୍ଯା ନ ହୁଏ ତାହା ଡାକ୍ତର ଦେଖିବେ । ଯଦି ଆପଣଙ୍କୁ କୌଣସି ଅସୁବିଧା ନ ହେଉଛି ଓ ଆପଣ ସୁସ୍ଥ ମନେ କରୁଛନ୍ତି ତେବେ ଆପଣ ସେଠାରୁ ଯାଇ ପାରିବେ । ଘରକୁ ଆସିବା ପରେ ଆପଣଙ୍କୁ ବିଶ୍ରାମ ନେବା ଉଚିତ । ଯଦି ଜ୍ଵର ବା ହାତ ଗୋଡ ଯନ୍ତ୍ରଣା ହୁଏ ତେବେ ଡାକ୍ତରଙ୍କ ସହ ପରାମର୍ଶ କରି ଔଷଧ କ୍ଷାନ୍ତୁ । କରୋନାର ୨ ଟି ଡୋଜ ନିଅନ୍ତୁ ଓ ଟୀକା ନେବା ପରେ କାରୋନାର ନିୟମ ପାଳନ କରନ୍ତୁ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ