IPL ନେଟ୍ ବୋଲର୍ସ ମାନେ କେତେ ଟଙ୍କା ଦରମା ପାଆନ୍ତି ? ଜାଣିଲେ ଜମା ବି ବିଶ୍ବାସ କରି ପାରିବେନି !

ମାର୍ଚ୍ଚ 31 ତାରିଖ ଠାରୁ ଆରମ୍ଭ ହୋଇଯିବ IPL ସିଜିନ-16 । ପ୍ରଥମ ମ୍ଯାଚରେ ଚେନ୍ନାଇ ସୁପରକିଙ୍ଗସ୍ ଓ ଗୁଜୁରାଟ ଟାଇଟନ୍ସ ମୁହାଁମୁହିଁ ହେବେ । ସବୁ ଟିମ୍ IPL କୁ ନେଇ ନିଜ ପ୍ରସ୍ତୁତି ଆରମ୍ଭ କରି ସାରିଲେଣି । ସବୁ ଟିମ୍ ର ହୋମଟାଉନରେ ଟ୍ରେନିଂ କ୍ୟାମ୍ପ ଲାଗି ସାରିଥିବା ବେଳେ ଏହି କ୍ୟାମ୍ପକୁ ବ୍ୟାଟ୍ସମ୍ୟାନଙ୍କ ଅଭ୍ଯାସ ପାଇଁ ନେଟ୍ ବୋଲର୍ସଙ୍କୁ ଡାକରା ଆସିଥାଏ । ହେଲେ ଏହି ନେଟ୍ ବୋଲର୍ସ ଏଥିପାଇଁ କେତେ ତାଙ୍କ ଦରମା ନେଇଥାନ୍ତି ଆମେ ଆପଣଙ୍କୁ କହିବୁ ।

ନିଲାମି ଏବଂ କଣ୍ଟ୍ରାକ୍ଟରୁ ଧାର୍ଯ୍ୟ ହୋଇଥାଏ କି ଆଇପିଏଲ ଖେଳାଳିଙ୍କୁ କେତେ ଟଙ୍କା ମିଳିବ । ହେଲେ ନେଟ ବୋଲର୍ସଙ୍କୁ କେତେ ଦରମା ମିଳେ ତାହା କେହି ଜାଣି ନଥାନ୍ତି । ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଖେଳାଳି ଓ ଷ୍ଟାଫମାନଙ୍କୁ କୋଟି କୋଟି ଟଙ୍କା ଦରମା ଦେଉଥିବା ଫ୍ରାଞ୍ଚାଇଜି ଗୁଡିକ ନେଟ ବୋଲର୍ସଙ୍କୁ ମାଗଣାରେ କାମ କରାଇଥାନ୍ତି । ଅର୍ଥାତ ନେଟରେ ବୋଲିଂ କରିବାକୁ ସେମାନଙ୍କୁ କୌଣସି ପାରିଶ୍ରମିକ ମିଳେନାହିଁ ।

କରୋନା ପୂର୍ବରୁ ନେଟ ବୋଲର୍ସ ଫ୍ରିରେ ରହୁଥିବା ବେଳେ କରୋନା ବେଳେ ପ୍ରୋଟୋକଲ ମାନି ସେମାନଙ୍କୁ ମଧ୍ୟ ବାୟୋ ବବଲରେ ରଖାଗଲା ଏବଂ ସାଙ୍ଗରେ ନେବା ଆଣିବା ମଧ୍ୟ କରାଗଲା । ସେବେଠାରୁ ସେମାନଙ୍କୁ ଗୋଟିଏ ସିଜିନରେ 5 ଲକ୍ଷ ଟଙ୍କା ଦିଆଯିବା ସହ ରହିବା ଖାଇବା ଖର୍ଚ୍ଚ ମଧ୍ୟ ବହନ କରା ଯାଉଥିଲା । ହେଲେ କରୋନା ଶେଷ ହେବା ପରେ ପୁଣି ଥରେ ସେମାନେ ଫ୍ରି ରେ ରହିବା ପରମ୍ପରା ଆରମ୍ଭ ହୋଇଯାଇଛି ।

ଟିମ୍ ଯେଉଁ ସହରକୁ ମ୍ଯାଚ ଖେଳିବାକୁ ଯାଇଥାଏ ସେହିଠାରୁ ହିଁ ଲୋକାଲ ନେଟ ବୋଲର୍ସଙ୍କ ବନ୍ଦୋବସ୍ତ କରାଯାଏ । ସେଥିପାଇଁ ନେଟ ବୋଲର୍ସଙ୍କୁ ସାଙ୍ଗରେ ରଖିବା, ଖାଇବା, ହୋଟେଲ ଖର୍ଚ୍ଚ ବହନ କରିବାର ଆବଶ୍ୟକତା ପଡୁନାହିଁ । ଯଦି ଫ୍ରାଞ୍ଚାଇଜିର କୌଣସି ଖାସ ନେଟ ବୋଲର୍ସଙ୍କ ଆବଶ୍ୟକତା ରହିଥାଏ ତେବେ ସେମାନେ ଟିମ୍ ମ୍ୟାନେଜମେଣ୍ଟ ଦ୍ଵାରା ତାଙ୍କୁ ସ୍ଵତନ୍ତ୍ର ଭାବେ ଡାକିଥାନ୍ତି । ଏପରି ସ୍ଥିତିରେ ଦିନ ହିସାବରେ ତାଙ୍କୁ 7 ହଜାର ଟଙ୍କା ଦିଆଯାଏ ।

ତେବେ ଫ୍ରି’ରେ ରହୁଥିଲେ ମଧ୍ୟ ଟିମ୍ ସହ ଯୋଡି ହେବା ପରେ ସେମାନଙ୍କ ଡାଏଟ ର ଧ୍ୟାନ ରଖେ ଫ୍ରାଞ୍ଚାଇଜି । ଏହାସହ ସେମାନଙ୍କୁ ଅନେକ କିଛି ଶିଖିବାକୁ ମିଳିଥାଏ । ଷ୍ଟାର ଖେଳାଳି ଓ କୋଚ୍ ଙ୍କ ଠାରୁ ଅନେକ ଏମାନଙ୍କୁ ଟେକନିକ ଶିଖିବାକୁ ମିଳେ ।

ଯଦି କୌଣସି ସ୍ପୋର୍ଟ୍ସ ଏକାଡେମି ନିଜ ତରଫରୁ ନେଟ ବୋଲର୍ସ ଦିଅନ୍ତି କିମ୍ବା ଖେଳାଳି ନିଜେ ନିଜେ ନେଟ ବୋଲର ହୁଅନ୍ତି । ତେବେ ସେଠାରେ ତାଙ୍କୁ ମଧ୍ୟ ଟଙ୍କା ଦିଆଯାଏ ନାହିଁ । କାରଣ ସେମାନେ ନିଜର ପ୍ରତିଭା ଦେଖାଇଥାନ୍ତି ଓ ଆଗକୁ ଖେଳିବାର ସୁଯୋଗ ମଧ୍ୟ ମିଳିଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।