ସମୟ ଭଉଁରୀରେ ଫସି ଯାଇଥିଲା ବିମାନ ! 35 ବର୍ଷ ପରେ ଯାତ୍ରୀଙ୍କ କଙ୍କାଳ ନେଇ ଫେରିଲା ବିମାନ, ବୈଜ୍ଞାନିକ କଲେ ବଡ ଖୁଲାସା !

92 ଜଣ ଯାତ୍ରୀଙ୍କୁ ନେଇ ଉଡାଣ ଭରିଥିବା ସାଣ୍ଟିଆଗୋ 513 ବିମାନ ହଠାତ ମଝି ଆକ୍ଷରୁ ଉଭାନ ହୋଇ ଯାଇଥିଲା । ହେଲେ 35 ବର୍ଷ ପରେ ବିମାନଟି ଅଚାନକ ଅବତରଣ କରିଥିଲା । ଆଉ ବିମାନ ଭିତର ଦୃଶ୍ୟ ଦେଖି ଲୋକଙ୍କ ଛାତି ଥରି ଯାଇଥିଲା । ବିଜ୍ଞାନ ଦ୍ଵାରା ସବୁକିଛି ଯେତିକି ସହଜ ହେଉଛି ସେତିକି ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ମଧ୍ୟ ସାମ୍ନାକୁ ଆସୁଛି । ବିଜ୍ଞାନ ଅନେକ ଉନ୍ନତି କରିଥିବା ବେଳେ ଏବେବି ସୃଷ୍ଟିକର୍ତ୍ତାଙ୍କ ଅନେକ ରହସ୍ୟ ଉପରୁ ପରଦା ହଟାଇବାରେ ବିଫଳ ହୋଇଛି ।

ସେମିତି ଏକ ଆଶ୍ଚର୍ଯ୍ୟଭରା କାହାଣୀ ସାଣ୍ଟିଆଗୋ ବିମାନର, ଯାହା ଉପରୁ ଏବେବି ପରଦା ହଟି ପାରିନାହିଁ । 1989 ରେ ଜର୍ମାନୀରେ ଥିବା ସାଣ୍ଟିଆଗୋ ସହରର ଖବରକାଗଜ ମାନଙ୍କରେ ପ୍ରସାରିତ ହେଉଥିବା ଏକ ଖବର ସାରା ବିଶ୍ଵକୁ ଚକିତ କରି ଦେଇଥିଲା । ଖବରଟି ଏହା ଥିଲା କି 35 ବର୍ଷ ତଳେ ଆକାଶରୁ ଉଭାନ ହୋଇ ଯାଇଥିବା ବିମାନ ଏବେ ଅବତରଣ କରିଛି । ଆଉ ବିମାନରେ ଥିବା ସମସ୍ତ 92 ଜଣ ଯାତ୍ରୀଙ୍କ କ-ଙ୍କା-ଳ ମଧ୍ୟ ରହିଛି ।

ଜର୍ମାନୀର ଖବରକାଗଜ ମୁତାବକ 1954 ମସିହାରେ ଜର୍ମାନୀର ସାଣ୍ଟିଆଗୋରୁ ବିମାନ 513 92ଜଣ ଯାତ୍ରୀବ୍କୁ ନେଇ ଉଡାଣ ଭରିଥିଲା । ହେଲେ କିଛି ସମୟରେ ବିମାନଟି କଣ୍ଟ୍ରୋଲ ରୁମ୍ ରାଡ଼ାରରୁ ବାହାରି ଯାଇଥିଲା । ଯାହାପରେ ବିମାନକୁ ଟ୍ରାକ କରିବା ଆଉ ସମ୍ଭବପର ହୋଇ ନଥିଲା । ବିମାନରେ ଥିବା ଯାତ୍ରୀଙ୍କ ପରିବାର ମଧ୍ୟ ଶେଷରେ ସବୁ ଆଶା ଛାଡି ଦେଇଥିଲେ । ହେଲେ ହଠାତ 1989 ରେ ଜର୍ମାନୀର ଏକ ଖବରକାଗଜରେ ଖବର ବାହାରିଥିଲା କି ଏହି ସେହି ବିମାନଟି ବ୍ରାଜିଲର ଏକ ବିମାନବନ୍ଦରରେ ଅବତରଣ କରିଛି ।

ଖବର ମୁତାବକ ବିମାନଟି 35 ବର୍ଷ ତଳେ ଫ୍ରାନ୍ସରୁ ନିଖୋଜ ହୋଇ ଯାଇଥିଲା । ହେଲେ ବିମାନଟି ବ୍ରାଜିଲ ବିମାନବନ୍ଦରରେ ଅବତରଣ କରିବା ପୂର୍ବରୁ ଏୟାର ଟ୍ରାଫିକର ଅନୁମତି ନେଇ ନଥିଲା କି ବିମାନ ଅବତରଣ ନେଇ କାହାରିକୁ ସୂଚନା ଦେଇ ନଥିଲା । ବିମାନଟି ଅବତରଣ କରିବା ପରେ ସୁରକ୍ଷାକର୍ମୀ ଭିତରକୁ ଯାଇ ଦେଖିଥିଲେ କି ସିଟ୍ ରେ 92ଟି କଙ୍କାଳ ରହିଛି । ଏସବୁ ରହସ୍ୟ ଉପରୁ ଏ ଯାଏଁ ପରଦା ହଟି ପାରିନାହିଁ ।

ହେଲେ କିଛି ଲୋକ କୁହନ୍ତି କି ବିମାନଟି ସମୟର ଭଉଁରୀ ଭିତରେ ଫସି ଯାଇଥିଲା । ତେବେ ଯିଏ ଯାହା କୁହନ୍ତୁ ନା କାହିଁକି ଏହି ବିମାନ 35 ବର୍ଷ ପରେ ଅବତରଣ କରିବା ଘଟଣା ଆଜି ବି ରହସ୍ୟ ହୋଇ ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।