ଝୁଲିଲା କନେଷ୍ଟବଳ ନିଯୁକ୍ତି ପ୍ରକ୍ରିୟା, ହାଇକୋର୍ଟଙ୍କ ଶେଷ ଶୁଣାଣି ନହେବା ଯାଏଁ ଝୁଲି ରହିବ, ଦେଖନ୍ତୁ କଣ କହିଲେ ଆବେଦନକାରୀ ଓକିଲ…

ଓଡିଶାରେ କନେଷ୍ଟବଳ ନିଯୁକ୍ତି ପ୍ରକ୍ରିୟା ଚାଲିଥିବା ବେଳେ ଏହା ବର୍ତ୍ତମାନ ଝୁଲି ରହିଥିବା ନେଇ ସୂଚନା ମିଳିଛି । ତେବେ ସୂଚନା ଅନୁଯାୟୀ ଓଡିଶାରେ କନେଷ୍ଟବଳ ନିଯୁକ୍ତି ପ୍ରକ୍ରିୟା ଜାରି ରହିବ । ହେଲେ ଚୁଡାନ୍ତ ନିଯୁକ୍ତି ପ୍ରକ୍ରିୟା ହାଇକୋର୍ଟରେ ଚାଲିଥିବା ମାମଲାର ଫଳାଫଳ ଉପରେ ନିର୍ଭରଶୀଳ ବୋଲି କୁହାଯାଇଛି । ଯାହାକି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ଓଡିଶା ପୋଲିସ ର ଗ୍ରୁପ-ଡି ଏବଂ ଗୃହରକ୍ଷୀ ମାନଙ୍କ ପକ୍ଷରୁ ଦାୟର କରା ଯାଇଥିବା ମାମଲାର ଶୁଣାଣି କରି ହାଇକୋର୍ଟ ଏଭଳି ରାୟ ଦେଇଛନ୍ତି ।

ଗତବର୍ଷ ଓଡିଶାର ବିଭିନ୍ନ ଜିଲ୍ଲାରେ ମୋଟ 4 ହଜାର 7 ଶହ 93 ଟି କନେଷ୍ଟବଳ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିବା ଓଡିଶା ପୋଲିସ । ହେଲେ ଏଥିରେ ଦେଖା ଦେଇଥିବା ଅନିୟମିତତାକୁ କେନ୍ଦ୍ର କରି ଏକାଧିକ ମାମଲା ରୁଜୁ ହୋଇଥିଲା । ଏହା ଉପରେ ଶୁଣାଣି ଚାଲି ଆସିଥିବା ବେଳେ ଏନେଇ ହାଇକୋର୍ଟ ପୁଣି ଥରେ ଶୁଣାଣି କରିଛନ୍ତି । ତେବେ ହାଇକୋର୍ଟ କହିଛନ୍ତି କି ନିଯୁକ୍ତି ପ୍ରକ୍ରିୟା ମାମଲାର ଫଳାଫଳକୁ ଆଧାର କରି ଏହି ନିଯୁକ୍ତି ପ୍ରକ୍ରିୟାର ବିଚାର କରାଯିବ ।

ଏନେଇ ଆବେଦନକାରୀ ଓକିଲ ରାଜୀବ ରଥ କହିଛନ୍ତି କି, ଅନେକ ଗୁଡିଏ ପ୍ରୋସେସ ବିଜ୍ଞପ୍ତିରେ ନଥିଲେ ବି ବିଭାଗ ମନ ମୁତାବନ ସେସବୁ ନିୟମ ଲାଗୁ କରିଛନ୍ତି । ତେଣୁ ସେସବୁ ଆମେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲୁ । ଆଉ କୋର୍ଟରେ ଏବେ ତାହା ବିଚାରଧିନ ରହିଛି । କୋର୍ଟ ବର୍ତ୍ତମାନ ଏନେଇ ବିଚାର କରିବେ ଓ ଶେଷ ଫଳାଫଳ ଜଣାଇବେ ।

କୋର୍ଟ କହିବେ କି, ଯେଉଁ ସିଲେକ୍ସନ ପ୍ରକ୍ରିୟା ଜାରି କରାଯାଉଛି ତାହା ଠିକ ନା ଭୁଲ । କିନ୍ତୁ ଅନ୍ୟପଟେ କନେଷ୍ଟବଳଙ୍କ ନିଯୁକ୍ତି ପ୍ରକ୍ରିୟା ଜାରି ରହିବ । କେବଳ ଏନେଇ କଣ ରାୟ ଦେବେ ହାଇକୋର୍ଟ ଏହାକୁ ସମସ୍ତେ ଅପେକ୍ଷା କରିଛନ୍ତି । ତେବେ ଯାହା ବି ଏହାଦ୍ବାରା କନେଷ୍ଟବଳ ନିଯୁକ୍ତି ପ୍ରକ୍ରିୟା ସଂପୂର୍ଣ୍ଣ ହୋଇ ପାରିବନି । କୋର୍ଟଙ୍କ ନିଷ୍ପତ୍ତି ଆସିବା ପରେ ଯାଇ ଏହା ସମ୍ପନ୍ନ ହେବାକୁ ଥିବାବେଳେ କନେଷ୍ଟବଳ ନିଯୁକ୍ତି ପ୍ରକ୍ରିୟା ଝୁଲି ରହିବାକୁ ନେଇ ପ୍ରାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖା ଦେଇଛି ।

ତେବେ ଯାହା ହେଉ ହଜାର ହଜାର ପ୍ରାର୍ଥୀ କନେଷ୍ଟବଳ ପଦବୀ ପାଇଁ ଆବେଦନ କରିଥିବା ବେଳେ ଏବେ ହାଇକୋର୍ଟଙ୍କ ରାୟକୁ ଏବେ ସମସ୍ତଙ୍କ ଅପେକ୍ଷା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।