IPL 2024 ଖେଳିବେ ଧୋନୀ ! କ୍ଯାପଟେନ କୁଲ୍ ଙ୍କ ଅବସର ନେଇ ବଡ ଅପଡେଟ ଦେଲେ CSK CEO Kasi Viswanathan

IPL 2023 ର ଅଳ୍ପ କେଇଟା ଲିଗ୍ ମ୍ଯାଚ ପରେ ଫାଇନାଲ ଲଢେଇ ଆରମ୍ଭ ହୋଇଯିବ । ଏହାରି ଭିତରେ ଚେନ୍ନାଇ ସୁପର କିଙ୍ଗସ୍ ଫ୍ୟାନ୍ସଙ୍କ ପାଇଁ ଆସିଛି ଖୁସି ଖବର । CSK ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏଥର IPL କୁ ଅଲବିଦା କହିବେନି । CSK CEO କାଶୀ ବିଶ୍ବନାଥନ ଏନେଇ ଦେଇଛନ୍ତି ବଡ ଅପଡେଟ । ଚଳିତ IPL ର ଶେଷ ଘରୋଇ ମ୍ଯାଚ କଲିକତା ବିପକ୍ଷରେ ଚେପକ୍ ଷ୍ଟାଡିୟମରେ ଖେଳିଥିଲା CSK ।

ଏହି ମ୍ଯାଚ ଶେଷ ହେବା ପରେ ମହେନ୍ଦ୍ର ସିଂ ଧୋନୀ ପୁରା ଷ୍ଟାଡିୟମର ଚକ୍କର ଲଗାଇଥିଲେ । ଫ୍ୟାନ୍ସଙ୍କୁ ସାଇନ କରିଥିବା ବଲ୍ ମଧ୍ୟ ଦେଇଥିଲେ । କ୍ରିକେଟ କିମ୍ବଦନ୍ତୀ ସୁନିଲ ଗାଭାସ୍କରଙ୍କୁ ମଧ୍ୟ ଅଟୋଗ୍ରାଫ ଦେଇଥିବା ନଜର ଆସିଥିଲେ ଧୋନୀ । ଯାହାପରେ ଧୋନୀଙ୍କ ଏହା ଶେଷ ମ୍ଯାଚ ବୋଲି ଚର୍ଚ୍ଚା ଆହୁରି ଜୋର ଧରିଥିଲା । ହେଲେ କାଶୀ ବିଶ୍ବନାଥନ ଏନେଇ ପ୍ରତିକ୍ରିୟା ରଖି କହିଛନ୍ତି, ଆମେ ଆଶା କରୁଛୁ ଧୋନୀ ଆଗାମୀ IPL ମଧ୍ୟ ଖେଳନ୍ତୁ । ଚଳିତ ସିଜିନ ଆରମ୍ଭରୁ IPL ରୁ ଧୋନୀଙ୍କ ଅବସର ନେଇ ଚର୍ଚ୍ଚା ଚାଲିଥିଲା ।

ହେଲେ ସିଜିନ ଆରମ୍ଭରୁ ଏନେଇ ପ୍ରତିକ୍ରିୟା ଦେଇ ସମସ୍ତଙ୍କୁ ଚମକାଇ ଦେଇଥିଲେ ଧୋନୀ । ଏକ ମ୍ଯାଚର ଟସ୍ ବେଳେ ଟିଭି ଉପସ୍ଥାପକ ଡେନି ମୋରିସନ ତାଙ୍କୁ ପଚାରିଥିଲେ, ଆପଣଙ୍କ ଶେଷ IPL ଖେଳି କେମିତି ଲାଗୁଛି ? ଧୋନୀ ଏହାର ଉତ୍ତରରେ କହିଥିଲେ , ଏହା ଆପଣ ଭାବୁଛନ୍ତି କି ମୋର ଶେଷ IPL ବୋଲି ହେଲେ ମୁଁ ଭାବିନି ।

ଧୋନୀଙ୍କ ଏଭଳି ବୟାନ ପରେ CSK CEO ଙ୍କ ଏଭଳି ବୟାନ ଫ୍ୟାନ୍ସଙ୍କ ଆଶାକୁ ଆହୁରି ବଢେଇ ଦେଇଛି । 2024 IPL ରେ ମଧ୍ୟ ଧୋନୀଙ୍କୁ CSK ଜର୍ସିରେ ଦେଖିବା ପାଇଁ ଫ୍ୟାନ୍ସ ଅପେକ୍ଷା କରିବେ । ଚଳିତ ସିଜିନ ଧୋନୀଙ୍କ ପାଇଁ ବେଶ ଭଲ ରହିଛି । ଶେଷ ବେଳକୁ ଆସି ଭଲ ପ୍ରଦର୍ଶନ କରି ଅନେକ ମ୍ଯାଚରେ ସେ ପ୍ରଭାବ ପକାଇଛନ୍ତି । ସେ 9ଟି ଇନିଂସରେ 49 ଆଭରେଜରେ 98 ରନ୍ କରିଛନ୍ତି । ଏହାସହ 198 ଦମଦାର ଷ୍ଟ୍ରାଇକ ରେଟରେ ବ୍ୟାଟିଂ କରିଛନ୍ତି ।

ଚଳିତ ସିଜିନରେ ଧୋନୀଙ୍କ ବ୍ୟାଟରୁ 10 ଛକା ଏବଂ 3 ଚଉକା ଦେଖିବାକୁ ମିଳିଛି । ଚେନ୍ନାଇକୁ ପ୍ଲେ-ଅଫରେ ପହଞ୍ଚାଇବାର ଲକ୍ଷ୍ୟ ରଖିଛନ୍ତି ଧୋନୀ । ଚେନ୍ନାଇ 7 ବିଜୟ ଓ 5 ପରାଜୟ ସହ ପଏଣ୍ଟ ଟେବୁଲର ଦ୍ଵିତୀୟ ସ୍ଥାନରେ ରହିଛନ୍ତି । ତେବେ ଧୋନୀଙ୍କୁ ଆଉ ଏକ ସିଜିନରେ ଖେଳୁଥିବା ଦେଖିବା ପାଇଁ ଫ୍ୟାନ୍ସମାନେ ଆଶା ବାନ୍ଧିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।